• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସ୍କୁଲରୁ ଫେରୁଥିଲେ । ଘର ଆଉ ମାତ୍ର ଏକ କିଲୋମିଟର ଦୂରରେ ଥିଲା । ଠିକ୍‌ ଏହି ସମୟରେ କିଛି ଦୁର୍ବୃତ୍ତ ଆସିଲେ । ରାସ୍ତାରେ ଅଟକାଇ ପ୍ରବଳ ପିଟିଲେ । ଆଉ କିଛି ଛୁରି ଭୁଜାଲି ବି ମାରିଲେ । ଶେଷରେ ରକ୍ତ ଜୁଡ଼ୁ ବୁଡ଼ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଚାଲିଗଲେ ।

ଏମିତି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ଫରିଦାବାଦ୍‌ରେ । ଛାତ୍ର ଜଣକ ଏକ ଘରୋଇ ସ୍କୁଲ୍‌ରେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ । ତାଙ୍କୁ ମାର ପିଟ କରିଥିବା ଦୁର୍ବୃତ୍ତମାନେ ମଧ୍ୟ ସେହି ସ୍କୁଲର ବା ତାଙ୍କର କ୍ଲାସ୍‌ ମେଟ୍ ବୋଲି ପୋଲିସ କହିଛି । ଛାତ୍ର ଜଣକ ସ୍କୁଲ ସରିବା ପରେ ନିଜ ବାଇକ୍‌ରେ ଘରକୁ ଫେରୁଥିଲେ । ଏହି ସମୟରେ ତାଙ୍କର କିଛି କ୍ଲାସ୍‌ ମେଟ୍‌ ପ୍ରାୟ ୧୦ଟି ବାଇକ୍‌ରେ ତାଙ୍କୁ ପିଛା କରି ପହଞ୍ଚିଲେ । ଆଉ ତାଙ୍କ ଗାଡ଼ି ଅଟକାଇଲେ । ଗାଡ଼ିରୁ ଓହ୍ଲାଇ ଖୁବ୍‌ ପିଟିଲେ । ତଳେ ପକାଇ ଗୋଇଠା ମାରିଲେ । ସେଥି ମଧ୍ୟରୁ କିଛି ପିଲା ଛୁରୀରେ ମଧ୍ୟ ତାଙ୍କୁ ଆକ୍ରମଣ କଲେ । ପରେ ଛାତ୍ର ଜଣକ ରକ୍ତାକ୍ତ ହେବାରୁ, ତାଙ୍କୁ ସେଠାରେ ପକାଇ ଘଟଣାସ୍ଥଳରୁ ଫେରାର ହୋଇଗଲେ ।

ଅଧିକ ପଢ଼ନ୍ତୁ: ନଳକୂଅ ଛୁଇଁ ଦେବାରୁ ଦଳିତ ଯୁବକଙ୍କୁ ଭୟଙ୍କର ସଜା ! ପିଟି ପିଟି ଜୀବନ ନେଇଗଲେ ଦୁର୍ବୃତ୍ତ

ଛାତ୍ର ଜଣଙ୍କ ବୟସ ପ୍ରାୟ ୧୬ ହେବ। ସେ ଫରିଦାବାଦ୍‌ର ସେକ୍ଟର ୫୮ ଅଞ୍ଚଳରେ ରହୁଥିଲେ । ଏହି ଘଟଣା ଗତ ବୁଧବାର ଦିନ ଘଟିଛି । ଭନକପୁର ଠାରୁ ମାତ୍ର ଏକ କିଲୋମିଟର ଦୂରରେ ଏହି ଘଟଣା ଘଟିଛି । ଭନକପୁରରେ ହିଁ ଛାତ୍ରଙ୍କ ଘର।

ତେବେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାତ୍ର ଜଣକ ପଡ଼ିଥିବା ବେଳେ ରାସ୍ତାରେ ଯାଉଥିବା ଲୋକ ତାଙ୍କୁ ଦେଖିଥିଲେ ଆଉ ଚିହ୍ନି ପାରିଥିଲେ । କିଛି ଲୋକ ତାଙ୍କ ପରିବାରକୁ ଖବର ଦେଇଥିଲେ । ଆଉ ତୁରନ୍ତ ତାଙ୍କୁ ନିକଟସ୍ଥ ମେଟ୍ରୋ ମେଡିକାଲରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ଚିକିତ୍ସା କରି ମୃତ ବୋଲି ଘୋଷଣା କଲେ । ମେଡିକାଲ ନେବା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏହି ଘଟଣା ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି । ସିସିଟିଭି ଫୁଟେଜ୍‌ ଆଧାରରେ ପୁରା ଘଟଣାର ତଦନ୍ତ କରାଯିବ । ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।