• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜାତିପ୍ରଥା ପରି କୁତ୍ସିତ ପରମ୍ପରା ପାଇଁ ଚାଲିଗଲା ଜୀବନ । ସମୟ ବଦଳିଛି, ଯୁଗ ବଦଳିଛି ହେଲେ ଲୋକଙ୍କ ଚିନ୍ତାଧାରରେ କୌଣସି ପରିବର୍ତ୍ତନ ଆସିପାରି ନାହିଁ । ରାଜସ୍ଥାନର ଯୋଧପୁରରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ପାଣି ପାଇଁ କିଛି ଅସାମାଜିକ ଯୁବକ ଜଣେ ଦଳିତଙ୍କୁ ହତ୍ୟା କରିଛନ୍ତି । ଏହି ଘଟଣା ସମ୍ପର୍କରେ ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପୋଲିସ୍‌ ତିନି ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଥିବା ବେଳେ ଆଉ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ଖୋଦ୍‌ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହରରେ ଘଟିଛି ।

ଯୋଧପୁରର ସୁରସାଗର ଥାନା ଅନ୍ତର୍ଗତ ଭୋମିୟାଜି ଘାଟିରେ ଏଭଳି ଘଟଣା ଘଟିଛି । ପାଣି ପାଇଁ ପାଇଁ ୪୬ ବର୍ଷିୟ କିଶନଲାଲ ଭିଲଙ୍କୁ ଜୋରରେ ମାଡ଼ ମାରି ଲହୁଲୁହାଣ କରିପକାଇଥିଲେ କିଛି ଯୁବକ। କେବେଳ ଏତିକି ନୁହେଁ ଅଭିଯୁକ୍ତମାନେ ଆହତ କିଶନଲାଲଙ୍କୁ ଡାକ୍ତରଖାନାକୁ ମଧ୍ୟ ଯିବାକୁ ଦେଇନଥିଲେ । ଏପଟେ ମାଡ଼ ଖାଇ କିଶନଲାଲ ଯନ୍ତ୍ରଣାରେ ଚିତ୍କାର କରୁଥିବା ବେଳେ ସେମାନେ ତାଙ୍କୁ ଛାଡ଼ୁନଥିଲେ । ଶେଷରେ ତାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ସଦସ୍ୟ ଏନେଇ ପୋଲିସକୁ ସୂଚନା ଦେଇଥିଲେ । ରାତିରେ ପୋଲିସ ପହଞ୍ଚିବା ପରେ କିଶାନଲାଲଙ୍କୁ ଡାକ୍ତରଖାନା ନିଆଯାଇଥିଲା, ସେତେବେଳକୁ ବିଳମ୍ବ ହୋଇସାରିଥିଲା । ହସ୍ପିଟାଲରେ ତାଙ୍କର ଜୀବନ ଚାଲିଯାଇଥିଲା ।

ଏହି ଘଟଣା ସମ୍ପର୍କରେ ପୋଲିସ ଅଧିକାରୀ କହିଛନ୍ତି , ସମ୍ପର୍କୀୟଙ୍କ ଅଭିଯୋଗ ପାଇବା ପରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ରାତିରେ ଗିରଫ କରିଛି । ଆଉ କିଛି ଅଭିଯୁକ୍ତ ଫେରାର ଥିବାବେଳେ ସେମାନଙ୍କୁ ଖୋଜୁଛି ।

କ’ଣ ଥିଲା ପୂରା ଘଟଣା ?

ମୃତକଙ୍କ ଭାଇ ଅଶୋକ ଭିଲ କହିଛନ୍ତି ,ଭୋମିୟା ଘାଟି ଥିବା ନଳକୂପ ଉପରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକେ ନିର୍ଭଶୀଳ । ଲୋକ ଅଧିକ ହେବାରୁ ନଳକୂପରେ ଏକ ମୋଟର ଲଗାଇ ବ୍ୟବହାର କରାଯାଉଛି । ହେଲେ କିଛି ଦିନ ହେବ ଶକିଲ, ନାସିର ଏବଂ ବବଲୁ ନାମକ ଦୁଇ ତିନି ଜଣ ଯୁବକ ମୋଟରକୁ ଜବରଦଖଲ କରି ରଖିଛନ୍ତି । ଅନ୍ୟ କୌଣସି ଜାତି କି ସମ୍ପ୍ରଦାୟର ଲୋକେ ଗଲେ ମାରପିଟ୍‌ କରିବା ସହ ଗାଳିଗୁଲଜ କରିଥିଲେ ।

କିଶନଲାଲ ରବିବାର ରାତିରେ ପାଣି ପାଇଁ ଘାଟିରେ ପହଞ୍ଚିଥିଲେ । ଆଉ ପାଇପ୍‌ ଲଗାଇବା ପାଇଁ ନଳକୂପକୁ ଛୁଇଁବା ପରେ କିଛି ଯୁବକ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲା । ଆଉ ତାଙ୍କ ଜାତି ନେଇ ବିଭିନ୍ନ ପ୍ରକାର ଗାଳି କରିବା ସହ ତାଙ୍କୁ ଘଉଡାଇ ଦେଇଥିଲେ । ଏହା ପରେ ତାଙ୍କୁ ଘରକୁ ଆସି ଆକ୍ରମଣ କରିଥିଲେ । ଆଉ ତାଙ୍କ ମାଡ଼ରେ ହିଁ କିଶନଲାଲଙ୍କ ଜୀବନ ଚାଲିଗଲା । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ମିଳିବା ଉଚିତ ବୋଲି ସେ କହିଛନ୍ତି ।