Advertisment

Pakistan Rain Havoc: ପାକିସ୍ତାନରେ ଭୟଙ୍କର ବନ୍ୟା; ଅନେକ ଗାଁ ନିଶ୍ଚିହ୍ନ, ୩୪୦ରୁ ଅଧିକ ମୃତ

ପାକିସ୍ତାନରେ ଭୟଙ୍କର ବନ୍ୟାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣଙ୍କର ମୃତ୍ୟୁ ହୋଇଛି।

author-image
Chinmayee Sahoo
ଅଦ୍ୟତନ ହୋଇଛି
pakistan-flood

pakistan-flood

ପାକିସ୍ତାନରେ ଭୟଙ୍କର ବନ୍ୟା। ୩୦୦ରୁ ଅଧିକ ମୃତ, ହଜାରେରୁ ଅଧିକ ଆହତ। ପ୍ରଳୟଙ୍କାରୀ ବନ୍ୟାରେ ଧ୍ବସ୍ତ ହୋଇଯାଇଛି ଉତ୍ତର ପାକିସ୍ତାନ। ଅଚାନକ ବନ୍ୟାରେ ଭାସିଯାଇଛି ଗାଁ, ଧସିଯାଇଛି ରାସ୍ତା। ପାର୍ବତ୍ୟାଞ୍ଚଳ ଖାଇବର ପଖତୁନଖୱାରେ ସର୍ବାଧିକ ୩୦୭ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକ ଗାଁ ନିଶ୍ଚିହ୍ନ ହୋଇଯାଇଛି। ବର୍ଷା ଓ ଭୂସ୍ଖଳନ ପାଇଁ ରାସ୍ତା ଧୋଇଯାଇଛି। ଫଳରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ ପହଞ୍ଚିବାରେ ବାଧା ଉପୁଜିଛି। ଏବେ ବି ପ୍ରବଳ ବର୍ଷା ଜାରି ରହିଥିବାରୁ ସ୍ଥିତି ସଂଗୀନ ହେଉଛି। ପ୍ରତିକୂଳ ପାଗ ଯୋଗୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏକ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଛି। ଏଥିରେ ୨ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

Advertisment

ପାକିସ୍ତାନରେ ଗତ ୪୮ ଘଣ୍ଟା ମଧ୍ୟରେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ହଠାତ୍ ବନ୍ୟାରେ ୩୪୪ ଜଣଙ୍କ ମୃତ୍ୟୁ ହୋଇଛି। ପାଣିପାଗ ବିଭାଗ ପାକିସ୍ତାନର ଉତ୍ତର-ପଶ୍ଚିମ ଅଞ୍ଚଳ ପାଇଁ ପ୍ରବଳ ବର୍ଷା ଚେତାବନୀ ଜାରି କରିଛି ଏବଂ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ଅନୁରୋଧ କରିଛି। ସୂଚନା ମୁତାବକ ଖାଇବର ପଖତୁନଖୱାରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି, ଏବଂ ଉଦ୍ଧାରକାରୀମାନେ ଧ୍ୱଂସସ୍ତୂପରୁ ଆହୁରି ମୃତଦେହ ବାହାର କରୁଛନ୍ତି। ରିପୋର୍ଟ ଅନୁସାରେ, ଅଧିକାଂଶ ଲୋକ ବନ୍ୟା ଏବଂ ଘର ଭାଙ୍ଗି ପଡ଼ିବା ଯୋଗୁଁ ମୃତ୍ୟୁବରଣ କରିଛନ୍ତି। ବୁନେର, ବାଜାଉର, ସ୍ୱାଟ, ଶାଙ୍ଗଲା, ମାନସେହରା ଏବଂ ବଟାଗ୍ରାମ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।

ଅଧିକ ପଢନ୍ତୁ: ବୁଡିଲା ପାକିସ୍ତାନ; ୩୬ ଘଣ୍ଟାରେ ଗଲାଣି ୩୦୦ରୁ ଉର୍ଦ୍ଧ୍ବ ଜୀବନ

Heavy Rainfall Rain Havoc Flood Relief Pakistan
Advertisment
Advertisment