/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700905117.jpg)
loot in bhubaneswar
ଦମ୍ପତିଙ୍କୁ ବାଥରୁମ୍ରେ ବନ୍ଦ କରି ଘରେ କଳାକନା ବୁଲାଇ ଦେଲେ । ୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରି ଚମ୍ପଟ ମାରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ୱର ମାରୁତି ବିହାର ଅଞ୍ଚଳରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ।
Advertisment
ସୂଚନା ଅନୁସାରେ, ଗତକାଲି ରାତିରେ ନନ୍ଦନକାନନ ଥାନା ଅନ୍ତର୍ଗତ ମାରୁତି ବିହାର ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ କଳାକନା ବୁଲାଇଛନ୍ତି ୭ରୁ ୮ ଜଣ ଦୁବୃର୍ତ୍ତ । ସ୍ୱାମୀ, ସ୍ତ୍ରୀଙ୍କୁ ମାଡ଼ ମାରି ଘରର ବାଥରୁମ୍ରେ ବନ୍ଦ କରି ଲୁଟ୍ପାଟ୍ କରିଥିଲେ ଦୁବୃର୍ତ୍ତ ।
୭ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଅଳଙ୍କାର ଚୋରି କରିବା ପରେ ଚୋରମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଅଭିଯୋଗ ଆଧାରରେ ପୋଲିସ୍ ତଦନ୍ତ ଚଳାଇଛି ।
Advertisment
ସୂଚନାଥାଉ କି, କିଛିଦିନ ପୂର୍ବେ ଭୁବନେଶ୍ୱରର ଗ୍ୟାରେଜ ଛକରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ନାବାଳକ ଲୁଟେରା ଗ୍ୟାଙ୍ଗ ଲୁଟ୍ପାଟ୍ କରିଥିବା ନେଇ ଅଭିଯୋଗ ହୋଇଥିଲା। ସୁନା ଅଳଙ୍କାର ସମେତ ଅନ୍ୟାନ୍ୟ ଜିନିଷ ସବୁ ଚୋରି କରିନେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)