ଆନ୍ଧ୍ର ପୁଅ ସହ ନିର୍ବନ୍ଧ, ସୁନା-ଗହଣା ଧରି ଚମ୍ପଟ ।
ଭାରି ଚତୁର ଥିଲେ ମାଆ ଏବଂ ଝିଅ ଠକ ଯୋଡି । ବିବାହ ଲୋଭ ଦେଖାଇ କରୁଥିଲେ ଠକେଇ । ଆପଣ ସାଧାରଣତଃ ଲଭ୍,ସେକ୍ସ ଏବଂ ଧୋକାର କାହାଣୀ ଶୁଣିଥିବେ । କିନ୍ତୁ, ଏ ଘଟଣାର କାହାଣୀ ସମ୍ପୂର୍ଣ୍ଣ ଅଲଗା । ଏଠି ବି ବିବାହର ପ୍ରତିଶ୍ରୁତି ଦେଇ ଠକେଇ ହେଉଥିଲା । ହେଲେ ଏହି ଘଟଣାରେ ବର ଘରକୁ ଚୂନ ଲଗାଇ ନ ଦୋ ଗ୍ୟାରା ହୋଇଯାଉଥିଲେ ମାଆ ଏବଂ ଝିଅ ।
ଆଉ ଠକେଇର ଶିକାର ହୋଇଥିବା ବର ଏନେଇ ଅଭିଯୋଗ କରିବା ପରେ ସାମ୍ନାକୁ ଆସିଛି ମାଆ ଝିଅଙ୍କର ସୁଚିନ୍ତିତ ଠକେଇ ଷଡ଼ଯନ୍ତ୍ର । ପୋଲିସ କବଜାରେ ଆନ୍ଧ୍ର ବରକୁ ଠକିଥିବା ମାଆ ଏବଂ ଝିଅ । ବାହାଘର ଆଳରେ ଓଡ଼ିଶାରୁ ଯାଇ ଆନ୍ଧ୍ରରେ କରୁଥିଲେ ଲୁଟ୍ । ଦାମୀ ସୁନାଗହଣା ନେଇ ମାରୁଥିଲେ ଚମ୍ପଟ୍ । ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ନୟାଗଡ଼ରୁ ମାଆ,ଝିଅଙ୍କୁ ଗିରଫ କରିଛି ପୋଲିସ।
ମାଆ-ଝିଅ ବିବାହର ଏପରି ଆଳ ଦେଖାଇଥିଲେ, କେହି ବି ଟେର୍ ପାଇନଥିଲେ । ସମ୍ପୂର୍ଣ୍ଣ ବିବାହ ପରମ୍ପରା ପରି ରେଷ୍ଟୁରାଣ୍ଟରେ ବରଘର ପରିବାର ସହ ଦେଖା ସାକ୍ଷାତ ହୋଇଥିଲା । ଆଉ ଏହାପରେ ସର୍ବ ସମ୍ମତି କ୍ରମେ ହୋଇଥିଲା ନିର୍ବନ୍ଧ । ସମ୍ପୂର୍ଣ୍ଣ ଆନ୍ଧ୍ର ରୀତିନୀତିରେ ନିର୍ବନ୍ଧ ସରିଥିଲା । ମାତ୍ର ବହାଘର ଦିନ ଚମ୍ପଟ୍ ମାରିଥିଲେ ମାଆ ଏବଂ ଝିଅ ।
ଲକ୍ଷ ଲକ୍ଷ ଟଙ୍କାର ସୁନା ଗହଣା ନେଇ ହୋଇଥିଲେ ଫେରାର୍ । ଏନେଇ ପୁଅ ଘର ପକ୍ଷରୁ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଶେଷରେ ନୟାଗଡରୁ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ପୂର୍ବରୁ ମଧ୍ୟ ଏହି ମାଆ, ଝିଅଙ୍କ ନାଁରେ ଠକେଇ ଅଭିଯୋଗ ଥିଲା । ଲେବର୍ କାର୍ଡ କରାଇ ଦେବାକୁ କହି ଲୋକଙ୍କୁ ଠକିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743034188.jpg)