Advertisment

କେମିତି ଜେଲ ଝରକାରେ ଆତ୍ମହତ୍ୟା କଲା ଗୋବିନ୍ଦ? ସାମ୍ନାକୁ ଆସିଲା ସୁଇସାଇଡ୍ ସ୍ପଟର ଚିତ୍ର

ସୁପାରୀ କିଲର୍ ଆଣି ମର୍ଡର କରାଯାଇଛି : ସଂପର୍କୀୟ

author-image
Prangyan Parimita
ଅଦ୍ୟତନ ହୋଇଛି
Govinda Sahu Death Case

Govinda Sahu

ମମିତା ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କାହିଁକି କଲା ଆତ୍ମହତ୍ୟା ? କଏଦୀଙ୍କ ପାଇଁ ସୁରକ୍ଷିତ ଜେଲ୍ ଭିତରେ ଓ ଜେଲ୍ କର୍ମଚାରୀଙ୍କ ଉପସ୍ଥିତିରେ କେମିତି କଲା ସୁଇସାଇଡ୍ ? ଫଟୋର ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିଲେ ନାନା ପ୍ରଶ୍ନ ସୃଷ୍ଟି ହୋଇଥିବା ବେଳେ ୬୦ ଘଣ୍ଟା ପରେ ବି କ୍ରାଇମବ୍ରାଞ୍ଚ ଚୁପ୍ । ଆଜି କଣ୍ଟାବାଞ୍ଜି ଜେଲରେତନାଘନା କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି । ଏସବୁ ଭିତରେ ୩ ଦିନ ହେଲା ଜେଲ୍ରେ ମୁଲାକାତ ବ୍ୟବସ୍ଥା ବନ୍ଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅନ୍ତେବାସୀଙ୍କ ସଂପର୍କୀୟ ।

Advertisment

ଏକ ଝରକାରେ ଗାମୁଛା ୨ଟିକୁ ବ୍ୟବହାର କରି ଗୋବିନ୍ଦ କୁଆଡ଼େ ଆତ୍ମହତ୍ୟା କରିଛି । ତଳେ ପଡିଛି ପ୍ରାୟ ୨ ଫୁଟର ଏକ କାଠଗଣ୍ଡି । ଜେଲରେ ରୋଷେଇ ପାଇଁ ଆସୁଥିବା ମାଂସକୁ ଏଇଠି କଟାଯାଇଥାଏ । ଯାହା ଉପରେ ଚଢ଼ି ଆତ୍ମହତ୍ୟା କରିଥାଇପାରେ ଗୋବିନ୍ଦ । ଏକଥା ଯଦି ସତ, ତେବେ ଏହି କାଠଗଣ୍ଡିକୁ ଆଣିବାବେଳେ କାହା ନଜରରେ କେମିତି ପଡ଼ିଲାନି ? ଦୁଇ ଦୁଇଟି ଗାମୁଛାକୁ ବାନ୍ଧିବା ଓ କାଠଗଣ୍ଡିକୁ ଆଣି ପକାଇବେଳେ କେହି କଣ ଦେଖିପାରିଲେନି ? ସେତେବେଳେ କଣ ରୋଷେଇ ଘରେ କେହି ନଥିଲେ ? ଜେଲରେ ୭୦ରୁ ଅଧିକ ଅନ୍ତେବାସୀଙ୍କ ମଧ୍ୟରୁ ଜଣଙ୍କ ଆଖିରେ ବି କେମିତି ପଡ଼ିଲାନି ଏହି ଦୃଶ୍ୟ ?

ଅଧିକ ପଢ଼ନ୍ତୁ: ଗୋବିନ୍ଦ ମୃତ୍ୟୁକୁ ନେଇ ତେଜିଲା ରାଜନୀତି : ସିବିଆଇ ତଦନ୍ତ ଦାବି କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Advertisment

ଫଟୋକୁ ନେଇ ଏଭଳି ନାନା ପ୍ରଶ୍ନ ଉଠାଇ ଗୋବିନ୍ଦକୁ ସୁପାରୀ କିଲର୍ ଲଗାଇ କଣ୍ଟାବାଞ୍ଜି ଜେଲ୍ ଭିତରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ସଂପର୍କୀୟ। କହିଛନ୍ତି, ହାଇପ୍ରୋଫାଇଲ୍ ମାମଲା ହୋଇଥିବାରୁ ଜାଣିଶୁଣି ଗୋବିନ୍ଦକୁ ରାସ୍ତାରୁ ହଟାଇ ଦିଆଯାଇଛି । କ୍ରାଇମବ୍ରାଞ୍ଚ ନୁହେଁ, ବରଂ ତଦନ୍ତ ଭାର ସିବିଆଇକୁ ଦେବାକୁ ଦାବି କରିଛନ୍ତି ଗୋବିନ୍ଦର ସଂପର୍କୀୟ ।

ତେଣେ କ୍ରାଇମବ୍ରାଞ୍ଚ ଡିଏସପି ବିଜୟ ମଲ୍ଲିକଙ୍କ ନେତୃତ୍ୱରେ ଚାଲିଥିବା ଖୋଳତାଡ଼ ଭିତରେ ଆଜି ଏଣ୍ଟ୍ରି ମାରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା । କୁହାଯାଉଛି, ସେ କଣ୍ଟାବାଞ୍ଜି ଜେଲର ରେଜିଷ୍ଟର ଚେକ୍ କରିଛନ୍ତି । ଗୋବିନ୍ଦ ମୃତ୍ୟୁର ପୂର୍ବ ଦିନ ଗୁଡ଼ିକରେ କିଏ କିଏ ଭେଟିବାକୁ ଆସିଥିଲେ ? କେଉଁମାନେ ମୁଲାକାତ ରେଜିଷ୍ଟ୍ରରରେ ଦସ୍ତଖତ କରିଛନ୍ତି ? ସେସବୁର ଯାଞ୍ଚ ସହ ଜେଲ୍ କର୍ମଚାରୀ ଓ ଅନ୍ତେବାସୀଙ୍କଠୁ ତଥ୍ୟ ଆଦାୟ କରିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି।

ଏସବୁ ଭିତରେ ସାମ୍ନାକୁ ଆସିଛି ଏକ ଅଜବ ଘଟଣା । ଗୋବିନ୍ଦର ମୃତ୍ୟୁ ପରଠୁ ଗତ ୩ଦିନ ହେଲା କଣ୍ଟାବାଞ୍ଜି ଜେଲରେ ଅନ୍ତେବାସୀଙ୍କ ସହ ସଂପର୍କିୟଙ୍କ ସାକ୍ଷାତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି । ତେବେ ପ୍ରଶ୍ନ, ହଠାତ୍ ଏଭଳି ପଦକ୍ଷେପ କାହିଁକି ? ଜେଲ୍ ଭିତରର କଥା କାଳେ ବାହାରେ ପ୍ରଘଟ ହୋଇଯିବ, ସେହି ଆଶଙ୍କା ଘାରିଛି କି ଜେଲ୍ କର୍ତ୍ତପକ୍ଷଙ୍କୁ ? କେଉଁ କଥା ପ୍ରଘଟ ହେଲେ ଅଡୁଆ ହେବ ବୋଲି ଆଶଙ୍କା କରାଯାଉଛି?

ଗୋବିନ୍ଦର ଆାତ୍ମହତ୍ୟାର ଖୋଳତାଡ଼ ଭିତରେ ମମିତା ମେହେରଙ୍କ ଜନ୍ମଦିନ ପାଳନ କରିଛନ୍ତି ପରିବାର ଓ ସଂପର୍କୀୟ। ସଂକୀର୍ତ୍ତନ ସହ ସାମୂହିକ ଦୀପ ପ୍ରଜ୍ୱଳନ କରି ଆତ୍ମାର ସଦଗତି କାମନା କରିଛନ୍ତି ସମସ୍ତେ ।

Govinda Sahu Mamita Meher Murder Case
Advertisment
Advertisment