Advertisment

Minor Girl set on Fire: ଅଭାବନୀୟ ଘଟଣା: ନାବାଳିକାଙ୍କ ଦେହରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ...

ପିପିଲି ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି କିଛି ଦୁର୍ବୃତ୍ତ।

author-image
Sujit kumar Swain
ଅଦ୍ୟତନ ହୋଇଛି
Girl Student Set on Fire by Two Youths on Public Road

Girl Student Set on Fire by Two Youths on Public Road

ନାବାଳିକାଙ୍କୁ ଜାଳିଦେଲେ। ବାଲେଶ୍ବର FM କଲେଜ ଘଟଣା ମନରୁ ଲିଭୁଣୁ ଆଉ ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି। ପିପିଲି ବଳଙ୍ଗା ଥାନା ବାୟାବର ଗାଁରେ ଘଟିଛି ଆଉ ଏକ ଅଭାବନୀୟ ଘଟଣା। ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି କିଛି ଦୁର୍ବୃତ୍ତ।

Advertisment

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, ଗାଁ ପାଖ ନଦୀ ବନ୍ଧକୁ ୩ରୁ ୪ ଜଣ ଯୁବକ ନାବାଳିକାଙ୍କୁ ଉଠାଇ ନେଇଥିଲେ। ସେଠୁ ମୁକୁଳିବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ ଅଭିଯୁକ୍ତ। ପରେ ପରେ ସେଠୁ ଚମ୍ପଟ ମାରିଥିଲେ। ଏହି ଘଟଣା ପରେ ସଂପୃକ୍ତ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି। ସେପଟେ ପୁରା ଘଟଣା ସମ୍ପର୍କରେ କୌଣସି ସୂଚନା ମିଳିପାରିନି।

ତେବେ ବଳଙ୍ଗାରେ ନାବାଳିକାକୁ ଜାଳିଦେବା ଘଟଣାରେ ଦୋଷୀଙ୍କ ବିରୁଦ୍ଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ଏମ୍ସରେ ନାବାଳିକାର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ଓ ଏମ୍ସ ଯାଇ ପୀଡ଼ିତାଙ୍କୁ ଭେଟିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

Advertisment

ଏପଟେ ଏଫଏମ୍ ଛାତ୍ରୀ ମୃତ୍ୟୁର ତନାଘନା କରୁଥିବା କ୍ରାଇମବ୍ରାଞ୍ଚ ଟିମକୁ ମିଳିଛି ନୂଆ ସୁରାକ୍। ଘଟଣା ଦିନ ପେଟ୍ରୋଲ କେଉଁଠୁ ଆସିଲା, ଏବଂ କିଏ ଆଣିଲା, ସେ ନେଇ କିଛି ସୁରାକ୍ ମିଳିଥିବା କୁହାଯାଉଛି। ଗତକାଲି ରାତିରେ କଲେଜ୍ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପକୁ ଯାଇ ପୁଣି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ୍ ଟିମ୍। ଏହାସହ ୧୨ ତାରିଖରେ ସେହି ପେଟ୍ରୋଲ ପମ୍ପରୁ ଜଣେ ଯୁବତୀ ବୋତଲରେ ପେଟ୍ରୋଲ କିଣି ନେଇଥିବାର ସିସିଟିଭି ଫୁଟେଜ୍ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ହାତରେ ଲାଗିଥିବା କୁହାଯାଉଛି।

ତେବେ ଏହି ଯୁବତୀ ଜଣକ କିଏ, ସେ କେଉଁ ଉଦ୍ଦେଶ୍ୟରେ ପେଟ୍ରୋଲ କିଣିଥିଲେ ଏବଂ ଏଫ୍ ଏମ୍ ଛାତ୍ରୀ ମୃତ୍ୟୁ ଘଟଣା ସହ ଏହି ପେଟ୍ରୋଲର ସମ୍ପର୍କ ରହିଛି କି ନାହିଁ, ସେ ସମ୍ପର୍କରେ କିଛି ସ୍ପଷ୍ଟ ହୋଇପାରିନି। କ୍ରାଇମବ୍ରାଞ୍ଚ୍ ଟିମ୍ ଏହି ସୁରାକ ପାଇବା ପରେ ବର୍ତ୍ତମାନ ଏ ଦିଗରେ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଘଟଣା ଦିନ ଜଣେ ଯୁବତୀ ଚାଲି ଚାଲି ଯାଇ ସଂପୃକ୍ତ ପେଟ୍ରୋଲ ପମ୍ପରୁ ଗୋଟିଏ ପ୍ଲାଷ୍ଟିକ ବୋତଲରେ ଗୋଟିଏ ଲିଟର ପେଟ୍ରୋଲ କିଣିଥିଲେ, ଯାହାର ଦୃଶ୍ୟ ସିସିଟିଭି ଫୁଟେଜରୁ ମିଳିଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ଟିମ୍ ଏବେ ସେହି ଫୁଟେଜକୁ ନେଇ ତଦନ୍ତ ଆଗକୁ ବଢାଇଛି। ସେପଟେ ଘଟଣା ଦିନ ସଂପୃକ୍ତ ପେଟ୍ରୋଲ ପମ୍ପରେ ଡ୍ୟୁଟିରେ ଥିବା କର୍ମଚାରୀ ମଧ୍ୟ, ଜଣେ ଯୁବତୀଙ୍କୁ ବୋତଲରେ ପେଟ୍ରୋଲ ଦେଇଥିବା କଥା ସ୍ବୀକାର କରିଛନ୍ତି। ତେଣୁ ଆଗକୁ ଏ ଘଟଣାରେ ଯଦି କିଛି ତଥ୍ୟ ଆସେ, ତେବେ କ୍ରାଇମବ୍ରାଞ୍ଚକୁ ପେଟ୍ରୋଲ କିଏ ଆଣିଥିଲା, ତାର ଖୁଲାସା ହୋଇପାରେ ବୋଲି ଅନୁମାନ କରାଯାଉଛି।

ଅଧିକ ପଢନ୍ତୁ: ଶିକ୍ଷା ମନ୍ଦିରରେ ପାପ ପୂଜାରୀ, ପୁଣି ଆଉ ଜଣେ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

Crime News Odisha Crime News
Advertisment
Advertisment