Advertisment

Another Student Death Case: ପୁଣି ବାଲେଶ୍ବର, ପୁଣି ଅଧ୍ୟାପକଙ୍କ ନାଁରେ ସାଂଘାତିକ ଅଭିଯୋଗ...

ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ମାମଲା ପୁଣି ସାମ୍ନାକୁ ଆସିଛି। କଲେଜର ଅଧ୍ୟାପକ ଜଗଜ୍ୟୋତି ଚାନ୍ଦଙ୍କ ନାଁରେ ଅଭିଯୋଗ ହୋଇଛି।

author-image
Sujit kumar Swain
Another Student Death Case

Another Student Death Case

FM କଲେଜ୍ ଛାତ୍ରୀ ମୃତ୍ୟୁ ମାମଲା ପରେ ସେଇ ବାଲେଶ୍ବରରୁ ଆସିଛି ଆଉ ଏକ ଅଭିଯୋଗ। ଭୋଗରାଇ ଗ୍ରାମ୍ୟ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନର ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତ୍ୟୁ ମାମଲା ପୁଣି ସାମ୍ନାକୁ ଆସିଛି। କଲେଜର ଅଧ୍ୟାପକ ଜଗଜ୍ୟୋତି ଚାନ୍ଦଙ୍କ ନାଁରେ ଅଭିଯୋଗ ହୋଇଛି।

Advertisment

ଜୁଲାଇ ୩ ତାରିଖ ୨୦୨୧ରେ ନାବାଳିକା ଛାତ୍ରୀ ଜଣକ ଜୀବନ ହାରିଥିଲେ। ଅଧ୍ୟାପକଙ୍କ ପାଖରେ ଛାତ୍ରୀ ଜଣକ ଟ୍ୟୁସନ୍ ଯାଉଥିଲେ। ହେଲେ କୌଣସି କାରଣରୁ ଛାତ୍ରୀଙ୍କୁ ପାଟ୍ରିକାଲ୍ ରେ ମାର୍କ କମ୍ ଦେଇଥିବାରୁ ସେ ଏଥିରେ ନିରାଶ ହୋଇ ଚରମ ନିଷ୍ପତ୍ତି ନେଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଏତଲା ଦେଇଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି। ତେଣୁ ଏବେ ପୁଣି ଥରେ ତଦନ୍ତ ପାଇଁ ଦାବି କରିଛନ୍ତି ଛାତ୍ରୀଙ୍କ ବାପା। ଅପରପକ୍ଷେ, ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ଅଧ୍ୟାପକ ଜଗଜ୍ୟୋତି ଚାନ୍ଦ।

ଏପଟେ FM କଲେଜ୍ ଛାତ୍ରୀ ମୃତ୍ୟୁ ଘଟଣାରେ ତନାଘନା । କଲେଜରେ ତଦନ୍ତକାରୀ ଟିମ୍ । ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଟିମ୍ କଲେଜରେ ପହଞ୍ଚି ତନାଘନା ଆରମ୍ଭ କରିଛନ୍ତି । କଲେଜ ICC ସଦସ୍ୟଙ୍କୁ ପଚରାଉଚରା କରାଯାଉଛି । UGC ଫ୍ୟାକ୍ଟ ଫାଇଣ୍ଡିଂ ଟିମର ବି ଖୋଳତାଡ଼ କରୁଛି ।

Advertisment

ପୀଡ଼ିତାଙ୍କ ଗାଁରେ ପହଞ୍ଚି ତଦନ୍ତ କରୁଛି ମଧ୍ୟ କ୍ରାଇମବ୍ରାଞ୍ଚ। ଭୋଗରାଇ ବ୍ଲକରେ ଥିବା ପୀଡ଼ିତାଙ୍କ ଗାଁକୁ ଯାଇ ପରିବାରଲୋକଙ୍କ ସହ ତଦନ୍ତକାରୀ ଟିମ୍ କଥା ହୋଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜି ଏସ୍.ସାଇନିଙ୍କ ନେତତ୍ବରେ ଚାଲିଛି ତନାଘନା। ଏହାପୂର୍ବରୁ କଲେଜ କତ୍ତୃପକ୍ଷ ଓ କିଛି ଛାତ୍ରଛାତ୍ରୀଙ୍କୁ ପଚରାଉଚରା ସରିଛି। 

ଅଧିକ ପଢନ୍ତୁ: FM କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲା; କଲେଜରେ ତଦନ୍ତକାରୀ ଟିମ୍...

Student Death
Advertisment
Related Articles
Advertisment