Advertisment

Spade Attack: ଦେଢ଼ଶୁରର କୋଦାଳ ଚୋଟରେ ଭାଇବୋହୂର ମୃତ୍ୟୁ, ରାୟଗଡାରେ ଆତ୍ମସମର୍ପଣ

ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରେ ସେଠାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୮ ବର୍ଷ ହେବ କାର୍ଯ୍ୟରତ ଥିଲେ।

author-image
Prasan Subudhi
ଅଦ୍ୟତନ ହୋଇଛି
କୋଦାଳରେ ହତ୍ୟା

କୋଦାଳରେ ହତ୍ୟା

ଦେଢ଼ଶୁରର କୋଦାଳ ଚୋଟରେ ଭାଇବୋହୂଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣା ପରେ ଥାନାରେ ଆତ୍ମ ସମର୍ପଣ କରିଛନ୍ତି ଅଭିଯୁକ୍ତ ଦେଢ଼ଶୁର। ଏପରି ହତ୍ୟାକାଣ୍ଡ ଘଟିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନା ଅନ୍ତର୍ଗତ ଢେପାଗୁଡ଼ା ଗାଁରେ। ମୃତକ ହେଲେ ପ୍ରେପକା ସୁରେନ୍ଦ୍ରି। ସେ କଲ୍ୟାଣସିଂହପୁର ମେଡ଼ିକାଲରେ ଏ.ଏମ.ଏନ୍ ରୁପେ କାର୍ଯ୍ୟରତ ଥିଲେ।

Advertisment

ଏ ସଂପର୍କରେ ମିଳିଥିବା ଅଭିଯୋଗରୁ ପ୍ରକାଶଯେ,  ଦୀର୍ଘଦିନ ଧରି ପରିବାର ମଧ୍ୟରେ ଜମିଜମାକୁ ନେଇ କଳହ ଲାଗି ରହିଥିଲା। ତେବେ ଶୁକ୍ରବାର ସକାଳ ସମୟରେ ସୁରେନ୍ଦ୍ରି ଘରେ ରୋଷେଇ କରୁଥିବା ସମୟରେ ତାଙ୍କୁ ଏକ କୋଦାଳ ସାହାଯ୍ୟରେ ମୁଣ୍ଡକୁ ବାରମ୍ବାର ହାଣିଥିଲେ ଦେଢ଼ସୁର ପ୍ରେପାକା ଲତରା। 

ଫଳରେ ସେ ଘଟଣା ସ୍ଥଳରେ ଛଟପଟ ହେଉଥିବା ବେଳେ ଖବର ପାଇ ତାଙ୍କ ସ୍ୱାମୀ ପ୍ରେପାକା ବାଇମାଝି ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

Advertisment

ଅବସ୍ଥା ଗୁରୁତର ହୋଇପଡ଼ିବାରୁ ପରେ ସେଠାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୮ ବର୍ଷ ହେବ କାର୍ଯ୍ୟରତ ଥିଲେ।

ଏହି ଘଟଣା ପରେ ଅଭିଯୁକ୍ତ ଦେଢ଼ଶୁର ପ୍ରେପକା ଲତରା କଲ୍ୟାଣସିଂହପୁର ଥାନାରେ ଆତ୍ମସମର୍ପଣ କରିଛନ୍ତି। ଗାଁରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଏନେଇ ପୋଲିସର ପ୍ରତକ୍ରିୟା ମିଳିପାରିନାହିଁ। 

Murder Attack ANM Land Dispute
Advertisment
Advertisment