/odishatv-khabar/media/post_attachments/uploadimage/library/16_9/16_9_0/IMAGE_1671107031.jpg)
Fraud Delivery Boy
ଅନଲାଇନରେ ଠକେଇ କରି ବନ୍ଧା ହେଲେ ଡେଲିଭରି ବୟ । କେନ୍ଦ୍ରାପଡ଼ା ଆଳିରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଡେଲିଭରି ବୟ ହେଉଛନ୍ତି ସିଙ୍ଗିରି ଗାଁର ଦୀପକ ମଳିକ । ତାଙ୍କଠୁ ପୋଲିସ ୩ଟି ଦାମୀ ମୋବାଇଲ ଓ ୩ଟି ବ୍ଲୁ-ଟୁଥ୍ ଜବତ କରିଛି । ଦୀପକ ଇକମ୍ ଏକ୍ସପ୍ରେସ୍ ନାମକ ଏକ କୋରିଅର ସଂସ୍ଥାରେ ଡେଲିଭରି ବୟ ଭାବେ କାମ କରୁଥିଲେ । ଦୀପକ ବିଭିନ୍ନ ସମୟରେ ଫ୍ଲିପକାର୍ଟରୁ ଅଜଣା ଲୋକଙ୍କ ନାଁରେ ଫେକ ଆକାଉଣ୍ଟ ଖୋଲି ନିଜ କୋରିଅର ସଂସ୍ଥାକୁ ମୋବାଇଲ ଓ ମୋବାଇଲ ଉପକରଣ ମଗାଉଥିଲେ । ଏସବୁ ଜିନିଷ ନିଜ କୋରିଅର ସଂସ୍ଥାକୁ ଆସିବା ପରେ ପ୍ୟାକେଟ ଖୋଲି ମୋବାଇଲ ଓ ବିଭିନ୍ନ ଉପକରଣ କାଢି ଦେଇ ସିଲ କରି ପୁନର୍ବାର ଫେରାଇ ଦେଉଥିଲେ । ଏଭଳି ଠକେଇ ସମ୍ପର୍କରେ ଜଣାପଡ଼ିବା ପରେ କୋରିଅର ସଂସ୍ଥା ପକ୍ଷରୁ ଆଳି ଥାନାରେ ଅଭିଯୋଗ ହୋଇଥିଲା । ପୋଲିସ ତଦନ୍ତ ପରେ ଡେଲିଭରି ବୟ ଦୀପକ ଠକେଇ କରିଥିବା ଜଣାପଡିଥିଲା । ଆଉ ତାପରେ ପୋଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।
Advertisment
ଅଧିକ ପଢ଼ନ୍ତୁ: ମହଙ୍ଗା ପଡିଲା ଅନ୍ଲାଇନ୍ ଅର୍ଡର ! ୩୦ ହଜାରର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କାଗଜ ଖଣ୍ଡ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)