Advertisment

ମହଙ୍ଗା ପଡିଲା ଅନ୍‌ଲାଇନ୍ ଅର୍ଡର ! ୩୦ ହଜାରର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କାଗଜ ଖଣ୍ଡ

ଭାରି ପଡିଲା ଅନ୍‌ଲାଇନ୍‌ ଅର୍ଡର । ୩୦ ହଜାର ସାଉଣ୍ଡ ସିଷ୍ଟମ ବଦଳରେ ଆସିଲା କବାଡି ଜିନିଷ, ଆଉ ତା’ପରେ...

author-image
Otv Khabar Bureau
ଅଦ୍ୟତନ ହୋଇଛି
bjp leader ordered 30 thousand rupees sound system from amazon when the box was opened junk found

bjp leader ordered 30 thousand rupees sound system from amazon when the box was opened junk found

ଆଜିକାଲି ଯୁଗରେ ସବୁକିଛି ଅନଲାଇନ୍ ହୋଇଯାଇଛି । ଜିନିଷ କିଣିବାଠାରୁ ଆରମ୍ଭ କରି ବିଲ୍‌ ପେ ପର୍ଯ୍ୟନ୍ତ ସବୁକିଛି ଅନ୍‌ଲାଇନ୍‌ ମାଧ୍ୟମରେ କରାଯାଉଛି । ତେଣୁ ଏବେ ସବୁଠି ଅନ୍‌ଲାଇନ୍‌ କାରବାର କରାଯାଉଛି । ଏହାରି ମଧ୍ୟରେ ଅନେକ ଲୋକ ଏମିତି ବି ଅଛନ୍ତି ଯେଉଁମାନେ ଏହାର ଫାଇଦା ଉଠାଇ ଗ୍ରାହକଙ୍କୁ ଠକିଥାନ୍ତି । ଠିକ୍ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ହରିୟାଣାର ରେୱାରି ଅଞ୍ଚଳର ଜଣେ ବିଜେପି ନେତା ସୁନୀଲ ମୁସେପୁର ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି ।

Advertisment

ସୁନୀଲ ଅନ୍‌ଲାଇନ୍‌ ସପିଙ୍ଗ୍‌ ଆପ୍‌ ଆମାଜୋନ୍‌ (Amazon) ରେ ୩୦ ହଜାରର ଏକ ସାଉଣ୍ଟ ସିଷ୍ଟମ ଅର୍ଡର କରିଥିଲେ । ହେଲେ ଯେତେବେଳେ ତାଙ୍କ ପାଖକୁ ଏକ ବକ୍ସ ଆସିଲା ଯେଉଁଥିରେ ସାଉଣ୍ଟ ସିଷ୍ଟମ ବଦଳରେ କାର୍ଡବୋର୍ଡ ପରି କବାଡି ଜିନିଷ ଥିଲା ।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଗତ କିଛିଦିନ ପୂର୍ବରୁ ରେୱାରୀ ସହରର ସେକ୍ଟର ୧ ବାସିନ୍ଦା ବିଜେପି ନେତା ସୁନୀଲ ମୋସେପୁର ଲୋକପ୍ରିୟ ସପିଂ ସାଇଟ୍ ଆମାଜନରୁ ପ୍ରାୟ ୩୦ ହଜାର ମୂଲ୍ୟର ଏକ ସାଉଣ୍ଡ ସିଷ୍ଟମ ଅର୍ଡର କରିଥିଲେ । ଆଜି ଡେଲିଭରି ବୟେ ଆସି ତାଙ୍କୁ ତାଙ୍କ ଅର୍ଡର ଦେଇଥିଲା । ସୁନୀଲ ଅନଲାଇନ୍ ଠକେଇ ବିଷୟରେ ଅବଗତ ଥିଲେ। ସେଥିପାଇଁ ସେ ଡେଲିଭରି ବୟେର ସାମ୍ନାରେ ହିଁ ବାକ୍ସ ଖୋଲିଥିଲେ । ଯାହା ପରେ ବକ୍ସ ଭିତରେ ଥିବା ଜିନିଷକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ ।

Advertisment

ବାକ୍ସ ଭିତରେ ସାଉଣ୍ଡ ସିଷ୍ଟମ ପରିବର୍ତ୍ତେ ଜଙ୍କ, କାର୍ଡବୋର୍ଡ ପରି କବାଡି ଜିନିଷ ବାହାଥିଲା । ଯାହାକୁ ଦେଖିବା ମାତ୍ରେ ଠକାମୀର ଶିକାର ହୋଇଥିବା ସୁନୀଲ ତୁରନ୍ତ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏହି ମାମଲାରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

ଏନେଇ ଡେଲିଭରି ବୟେ ସନ୍ଦୀପ କହିଛନ୍ତି ଯେ, କମ୍ପାନୀର ଗୋଦାମରୁ ସାମଗ୍ରୀ ବିତରଣ କରିବାକୁ ତାଙ୍କୁ ଦିଆଯାଉଛି। ବାକ୍ସ ଭିତରେ କଣ ରହିଛି ତାହା ସେମାନେ ଅବଗତ ନୁହଁନ୍ତି । ସେମାନେ କେବଳ ତାଲିକା ଅନୁଯାୟୀ ସାମଗ୍ରୀ ବିତରଣ କରିଥାନ୍ତି ।
ତେବେ ଘଟଣାରେ ପୋଲିର ତଦନ୍ତ ଜାରି ରହିଛି । ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Online Fraud
Advertisment
Advertisment