EDରେ ହାଜର ହେଲେ ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ, କହିଲେ ମୋତେ ବ୍ଲାକ୍‌ମେଲ୍‌ କରୁଥିଲା ଅର୍ଚ୍ଚନା

ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍‌ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।

Pramod Swain

ଅର୍ଚ୍ଚନା ବ୍ଲାକମେଲିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ଫିଲ୍ମ ପ୍ରଡ୍ୟୁସର ପ୍ରମୋଦ ସ୍ୱାଇଁ । ଇଡିରେ ହାଜର ବେଳେ ପ୍ରମୋଦ କହିଛନ୍ତି ମୋତେ ବ୍ଲାକ୍‌ମେଲ୍ କରୁଥିଲା ଅର୍ଚ୍ଚନା । ତେବେ ଇଡିରୁ ଫେରିବା ପରେ ଆଉ ସବୁ କହିବି ବୋଲି କହିଛନ୍ତି ଫିଲ୍ମ ପ୍ରଯୋଜକ ପ୍ରମୋଦ । ଅର୍ଚ୍ଚନା ପୂର୍ବରୁ ପ୍ରମୋଦଙ୍କ ଜାଗମରା ସ୍ଥିତ ଘରେ ଭଡ଼ାରେ ରହୁଥିଲେ । ତେବେ ପ୍ରମୋଦଙ୍କ ଠାରୁ ତଥ୍ୟ ବାହାର କରିବାକୁ ଇଡି ତାଙ୍କୁ ଜେରା କରିବାକୁ ସମନ କରିଥିଲା । ପ୍ରମୋଦଙ୍କୁ ପଚରାଉଚରା ବେଳେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ସହ ଲିଙ୍କ୍‌ର ଗୁମର ଖୋଲିବାକୁ ଇଡି ପ୍ରୟାସ କରିବ ।

ଏହାବ୍ୟତୀତ ଅର୍ଚ୍ଚନା ନାଗ ମାମଲାରେ ଆଉ କାହାକୁ ଜେରା କରିବ ଇଡି ? ତାକୁ ନେଇ ବି ନାନା ଚର୍ଚ୍ଚା ଲାଗିରହିଛି । ମିଳିଥିବା ସୂଚନା ଅନୁଯାୟୀ, ନାଗ-ଚାନ୍ଦଙ୍କ ହନିଟ୍ରାପ୍ ମାମଲାରେ ଜେରା ପାଇଁ ପୂର୍ବରୁ ପ୍ରାୟ ୧୫ ଜଣଙ୍କୁ ସମନ ହୋଇଥିଲା । ତାମଧ୍ୟରୁ ୨-୪ ଜଣଙ୍କୁ ଇଡି ଜେରା କରିସାରିଛି । ଆଉ ପ୍ରାୟ ୧୧ ଜଣଙ୍କ ଜେରା ବାକି ରହିଛି । ସେମାନେ କେବେ ଇଡିରେ ହାଜର ହେବେ ? ସେହି ୧୧ ଜଣ ବ୍ୟକ୍ତି କିଏ ? ତାକୁ ନେଇ ଲାଗିରହିଛି ସସ୍‌ପେନ୍ସ ।

ଅଧିକ ପଢ଼ନ୍ତୁ: କାଲିଠୁ କାହା ପାଳି ? ଅର୍ଚ୍ଚନା ମାମଲାରେ ଜେରା ହେବେ ଜମି ମାଲିକ, ସୁନା ବ୍ୟବସାୟୀ

ଆଶା କରାଯାଉଛି, ଆଜିଠାରୁ ଏହି ସମସ୍ତଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ ହେବ । ଜେରା ପରିସରକୁ ଆସିପାରନ୍ତି ଜମି ମାଲିକ, ସୁନା ବ୍ୟବସାୟୀ ଓ ରାଜନେତା । ହନିଟ୍ରାପ୍ର ସୂତ୍ରଧର କୁହାଯାଉଥିବା ଶ୍ରଦ୍ଧାଞ୍ଜଳି ବେହେରା, ଲେଡି ବ୍ଲାକମେଲର ଅର୍ଚ୍ଚନାର ଡ୍ରାଇଭର ଚନ୍ଦନ ଓ ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରର ବୟାନ ଆଧାରରେ ଏକ ତାଲିକା ପ୍ରସ୍ତୁତ କରିଛି ଇଡି । ସେହି ତାଲିକାକୁ ତଦନ୍ତକାରୀ ଅଧିକାରୀ ଇଡିର ଦିଲ୍ଲୀ ମୁଖ୍ୟାଳୟ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଚର୍ଚ୍ଚା ହେଉଛି । ଏବେ ଅର୍ଚ୍ଚନା ଏବଂ ସ୍ୱାମୀ ଜଗବନ୍ଧକୁ ଇଡି ଅଧିକାରୀ ରିମାଣ୍ଡରେ ନେବାର ଯୋଜନା ରହିଛି । ତାସହ ଅର୍ଚ୍ଚନା ନାଗଫାଶରେ ପଡ଼ି ଲକ୍ଷାଧିକ ଟଙ୍କା ଗଣିଥିବା ପ୍ରଭାବଶାଳୀଙ୍କୁ ଧରି ଅର୍ଚ୍ଚନା ଓ ଜଗବନ୍ଧୁ ସହ ସମ୍ନାସାମ୍ନି ଜେରା କରିବାକୁ ଇଡି ଯୋଜନା କରିଥିବା ଚର୍ଚ୍ଚା ହେଉଛି ।