/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666148696.jpg)
tragic story
ଲୋକଙ୍କ ଜୀବନରେ ମୋବାଇଲ୍ ଏବେ ଏକ ଅବିଚ୍ଛେଦ୍ୟ ଅଙ୍ଗ । ସକାଳୁ ସନ୍ଧ୍ୟା, ରାତିରୁ ଦିନ ସବୁବେଳେ ହାତରେ ରହୁଛି ମୋବାଇଲ୍ । ଏଥିପାଇଁ କେତେ ପ୍ରେମ, କେତେ ପ୍ରତାରଣା ପୁଣି ଅପରାଧ ଘଟୁଛି । ମାଲକାନଗିରି ଏମଭି ୧୪ ଗାଁରେ ମଧ୍ୟ ଏପରି ଏକ ଘଟଣା ଘଟିଛି । ସାମାନ୍ୟ ମୋବାଇଲ ପାଇଁ ଜଣେ ମହିଳା ଜୀବନ ହାରି ଦେଇଛନ୍ତି ।
ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମପିଭି ୧୪ ଗ୍ରାମର ଜ୍ୟୋତି ଓ କହ୍ନାଇ । ପ୍ରାୟ ଦେଢ଼ ବର୍ଷ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତେବେ କିଛି ଦିନ ପୂର୍ବରୁ ଦାମୀ ମୋବାଇଲ୍ ପାଇଁ ସ୍ତ୍ରୀ ସ୍ୱାମୀ ନିକଟରେ ଜିଦ କରିଥିଲା । ଫଳରେ ସ୍ତ୍ରୀର ମନ ରଖିବା ପାଇଁ କହ୍ନାଇ ଫାଇନାନ୍ସରେ ଏକ ମୋବାଇଲ୍ ଆଣି ଦେଇଥିଲେ । ଆଉ ଫାଇନାନ୍କ କଥା ସ୍ତ୍ରୀଙ୍କୁ ଜଣାଇନଥିଲେ ।
ପରେ ମୋବାଇଲର କିସ୍ତି ଟଙ୍କା ସୁଝିବା ପରେ ଫାଇନାଲ୍ ଦସ୍ତଖତ ପାଇଁ ଫାଇନାନ୍ସ କର୍ମଚାରୀ ତାଙ୍କ ଘରକୁ ଯିବାରୁ ସ୍ତ୍ରୀ ଏକଥା ଜାଣିପାରିଥିଲେ । ଏହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା । କେବଳ ଫାଇନାନ୍ସ କଥା ଲୁଚାଇଛ, ନା ଆଉ କ’ଣ ଲୁଚାଇଛ ବୋଲି ପଚାରିଥିଲେ । କହ୍ନାଇ ସଫେଇ ଦେଲେ ବି ସେ ଆଉ ତାଙ୍କୁ ବିଶ୍ୱାସ କରି ପାରି ନ ଥିଲେ। ଆଉ ଶେଷରେ ସ୍ୱାମୀ ଆଗରେ ବିଷ ପିଇ ଦେଇଥିଲେ ସ୍ତ୍ରୀ ।
ସ୍ତ୍ରୀ ବିଷ ପିଇଦେବା ପରେ ବେହୋଶ୍ ହୋଇ ଯାଇଥିଲେ କହ୍ନାଇ । ଆଉ ଶେଷରେ ମେଡିକାଲରେ ପ୍ରାଣ ହରାଇଲେ ସ୍ତ୍ରୀ । ସ୍ୱାମୀ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଅଛନ୍ତି । ଏ ନେଇ କୌଣସି ପକ୍ଷରୁ ଥାନାରେ ଏତଲା ହୋଇନଥିଲେ ବି ପୋଲିସ ନିଜ ଆଡୁ ଘଟଣାର ଅନୁଧ୍ୟାନ କରିବା ସହ ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)