Advertisment

Family Deaths in Mysuru: ମା’-ସ୍ତ୍ରୀ ଓ ପୁଅକୁ ମାରି ଝୁଲି ପଡ଼ିଲେ ଯୁବକ !

ମହୀଶୂର ସହର ପୋଲିସ କମିଶନର ସୀମା ଲଟକର, ଡିସିପି ଜାହ୍ନବୀ ଏବଂ ବିଦ୍ୟାରଣ୍ୟପୁରମ ଥାନା ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ମୃତ୍ୟୁର ସଠିକ୍ କାରଣ ଏଯାଏ ଜଣାନାହିଁ। ବିଦ୍ୟାରଣ୍ୟପୁରମ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

author-image
Sonali Ojha
ଅଦ୍ୟତନ ହୋଇଛି
Family of four found dead in Mysuru

Family of four found dead

ମା’-ସ୍ତ୍ରୀ ଓ ପୁଅକୁ ମାରି ଝୁଲି ପଡ଼ିଲେ ଯୁବକ। କର୍ଣ୍ଣାଟକ ମହୀଶୂରର ଏକ ଆପାର୍ଟେମେଣ୍ଟରୁ ଗୋଟିଏ ପରିବାରର ୪ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳୁ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଚଳାଇଛି। ଆତ୍ମହତ୍ୟା କରିବା ପୂର୍ବରୁ ଯୁବକ ଜଣକ ତାଙ୍କ ପରିବାର ସଦସ୍ୟଙ୍କୁ ବିଷ ଦେଇ ହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ଆଜି ସକାଳୁ ମହୀଶୂରର ବିଶ୍ୱେଶ୍ୱରାୟ ନଗରରେ ଥିବା ଏକ ଆପାର୍ଟମେଣ୍ଟରୁ ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ୪୫ ବର୍ଷୀୟ ଚେତନ, ୧୫ ବର୍ଷୀୟ ପୁଅ କୁଶଲ, ସ୍ତ୍ରୀ ରୂପାଲି ଓ ବୃଦ୍ଧା ମାଆ ପ୍ରିୟମ୍ବଦା। ମୃତ୍ୟୁ ପୂର୍ବରୁ ଭୋର୍ ପ୍ରାୟ ୪ଟାରେ ଚେତନ ବିଦେଶରେ ରହୁଥିବା ତାଙ୍କ ଭାଇ ଭରତଙ୍କୁ ଫୋନ୍ କରିଥିଲେ। ଏହାପରେ ସେମାନେ ଆତ୍ମହତ୍ୟା କରିବେ ବୋଲି କହି ଫୋନ୍ କାଟି ଦେଇଥିଲେ।

ଏହାପରେ ଭରତ ଭୟଭୀତ ହୋଇ ଚେତନଙ୍କ ଶ୍ୱଶୁର ଘର ଲୋକଙ୍କୁ ଫୋନ୍ କରି ସବୁ କଥା କହିଥିଲେ। ସେମାନଙ୍କୁ ତୁରନ୍ତ ଆପାର୍ଟମେଣ୍ଟରେ ପହଞ୍ଚିବାକୁ କହିଥିଲେ। ଏହା ଶୁଣି ଚେତନଙ୍କ ଶାଶୁ ଆପାର୍ଟମେଣ୍ଟକୁ ଯାଇଥିଲେ। ହେଲେ ସେତେବେଳକୁ ସବୁ କିଛି ଶେଷ ହୋଇଯାଇଥିଲା। ସମସ୍ତଙ୍କର ମୃତ୍ୟୁ ହୋଇସାରିଥିଲା। ଏନେଇ ସେ ପୋଲିସକୁ ଖବର ଦେବା ପରେ ପୋଲିସ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା।

Advertisment

ଅଧିକ ପଢ଼ନ୍ତୁ: ଅସହ୍ୟ ହେଲା ଶିକ୍ଷକଙ୍କ ଅପମାନ...ଜୀବନ ହାରିଲେ ଦୁଇ ଦଳିତ ନାବାଳିକା

ମହୀଶୂର ସହର ପୋଲିସ କମିଶନର ସୀମା ଲଟକର, ଡିସିପି ଜାହ୍ନବୀ ଏବଂ ବିଦ୍ୟାରଣ୍ୟପୁରମ ଥାନା ଇନ୍ସପେକ୍ଟର ମୋହିତ ଘଟଣାସ୍ଥଳ ପରିଦର୍ଶନ କରି ଯାଞ୍ଚ କରିଛନ୍ତି। ମୃତ୍ୟୁର ସଠିକ୍ କାରଣ ଏଯାଏ ଜଣାନାହିଁ। ବିଦ୍ୟାରଣ୍ୟପୁରମ ଥାନାରେ ଏକ ମାମଲା ରୁଜୁ କରାଯାଇଛି।

ପୋଲିସ କହିଛି, ଚାରି ଜଣଙ୍କର ମୃତ୍ୟୁ ହୋଇଛି। ଚେତନ ସାଉଦି ଆରବକୁ ଶ୍ରମିକ ପଠାଉଥିଲେ। ସେ ୨୦୧୯ରେ ଏକ ଆପାର୍ଟମେଣ୍ଟ କିଣିଥିଲେ। ତାଙ୍କ ପୁଅ ଦଶମ ଶ୍ରେଣୀରେ ପଢ଼ୁଥିଲା। ଚେତନ ୩ଜଣଙ୍କୁ ବିଷ ଦେଇ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପାରିପାର୍ଶ୍ୱିକ ସ୍ଥିତିରୁ ସେହିପରି ଲାଗୁଛି। ତେବେ ଖୁବଶୀଘ୍ର ପୂରା ମାମଲା ଜଣାପଡିବ। 

ଅଧିକ ପଢ଼ନ୍ତୁ: ନେପାଳ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ, KIIT ବିଶ୍ୱବିଦ୍ୟାଳୟରେ ଉତ୍ତେଜନା

Karnataka Suicide Case
Advertisment
Advertisment