Advertisment

ଉତ୍ତର ପ୍ରଦେଶ ଜାଲ୍‌ ନୋଟ୍‌ କାରବାର ପଛରେ ଓଡ଼ିଶା ଲିଙ୍କ୍ !

ମଦ୍ରାସାରେ ଜାଲ୍‌ ନୋଟ୍‌ କାରବାର। ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ଜାଲ୍‌ ନୋଟ୍। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ଜଣାପଡିଛି।

author-image
Sonali Ojha
ଅଦ୍ୟତନ ହୋଇଛି
Fake Note Racket In UP

Fake Note Racket

ମଦ୍ରାସାରେ ଛପା ଯାଉଥିଲା ଜାଲ୍‌ ନୋଟ୍‌ । ଅଚାନକ ରେଡ୍ ପରେ ମିଳିଲା ହଜାର ହଜାର ନକଲି ନୋଟ୍। ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଥିବା ଏକ ମଦ୍ରାସାରେ ରେଡ୍‌ ପରେ ଚାଞ୍ଚଲ୍ୟକର ଖବର ସାମନାକୁ ଆସିଛି। ପ୍ରୟାଗରାଜର ସପୃକ୍ତ ମଦ୍ରାସାରେ ପାଠ ପଢ଼ା ଯାଉଥିଲା ନା ଆଉ କିଛି ତାହାର ଖୁଲାସା କରିଛି ପୋଲିସ । ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମାଷ୍ଟରମାଇଣ୍ଡ ଜଣେ ଓଡ଼ିଆ ବୋଲି ୟୁପି ପୋଲିସ ସୂଚନା ଦେଇଛି।

Advertisment

ଗତ ୨୮ ତାରିଖରେ ଉତ୍ତର ପ୍ରଦେଶ ପ୍ରୟାଗରାଜର ଏକ ମଦ୍ରାସାରେ ସନ୍ଦେହଜନକ ଗତିବିଧି ନେଇ ସୂଚନା ମିଳିଥିଲା। ବିଶ୍ବସ୍ତ ସୂତ୍ରରୁ ଖବର ପାଇବା ପରେ ଦଳ ବଳ ନେଇ ରେଡ୍ କରିଥିଲା ପ୍ରୟାଗରାଜ ପୋଲିସ ।ରେଡ୍ ପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଚକିତ କରିଛି । ସଂପୃକ୍ତ ମଦ୍ରାସାରେ ଛପାଯାଉଥିଲା କୋଟି କୋଟି ଟଙ୍କାର ଜାଲ୍ ନୋଟ୍। କେବଳ ସେତିକି ନୁହେଁ ମଦ୍ରାସା ଭିତରୁ RSS ବିରୁଦ୍ଧରେ ଅପପ୍ରଚାର ପାଇଁ ପୁସ୍ତକ ବି ପ୍ରକାଶିତ ହୋଇଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ : ଗୋଚାଲାଣକାରୀ ସନ୍ଦେହରେ ଦ୍ୱାଦଶ ଶ୍ରେଣୀର ଛାତ୍ରକୁ ଗୁଳି ମାରିଦେଲେ

Advertisment

ଏହାଠାରୁ ଆହୁରି ବଡ଼ କଥା ମଦ୍ରାସା ଭିତରୁ RSS ବିରୁଦ୍ଧରେ ଅପପ୍ରଚାର ସହ ଜାଲ୍ ନୋଟ୍ କାରବାର ଲିଙ୍କରେ ରହିଛି ଜଣେ ଓଡ଼ିଆଙ୍କ ସଂପୃକ୍ତି, ସେ ହେଉଛି ପୁରା କାଣ୍ଡର ମାଷ୍ଟରମାଇଣ୍ଡ । ଅଭିଯୁକ୍ତର ନାଁ ଜାହିର ଖାନ, ଘର ଓଡ଼ିଶାର ଭଦ୍ରକ ବୋଲି ପ୍ରୟାଗରାଜ ପୋଲିସ ପ୍ରେସମିଟରେ ସୂଚନା ଦେଇଛନ୍ତି । ସେପଟେ ଏହି ଲିଙ୍କରେ ଉତ୍ତର ପ୍ରଦେଶ ପୋଲିସ ଓଡ଼ିଶା ଆସିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ହେଲେ ଓଡ଼ିଶା ପୋଲିସ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ରଖାଯାଇନି।

ଉତ୍ତର ପ୍ରଦେଶ ପୋଲିସର ସୂଚନା ଅନୁସାରେ, ଜାହିର ଖାନ ପ୍ରାୟ ୪ ବର୍ଷ ତଳେ ଏହି ମଦ୍ରାସାକୁ ଆସିଥିଲା। ସେଠାରେ ରହି ପାଠ ପଢୁଥିଲା। ତେବେ ମଦ୍ରାସା ଭିତରେ ପ୍ରିଣ୍ଟର ଏବଂ ସ୍କାନର ବ୍ୟବହାର କରି ସେ ଜାଲ୍ ନୋଟ୍ ଛାପୁଥିଲା ବୋଲି ପୋଲିସ କହିଛି। ମଦ୍ରାସାରୁ ପ୍ରିଣ୍ଟର ସହ ୧୩ ଶହଟି ଜାଲ୍ ଶହେ ଟଙ୍କିଆ ଜବତ କରିଛି ପୋଲିସ। ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ସଂପୃକ୍ତ ମଦ୍ରାସାର ପ୍ରିନ୍ସପାଲର ଘର ମଧ୍ୟ ଓଡ଼ିଶାରେ ବୋଲି ପୋଲିସ ସୂଚନା ଦେଇଛି ।

Fake Curency Notes
Advertisment
Advertisment