Advertisment

ସାମ୍ନାକୁ ଆସିଲା ରହସ୍ୟମୟୀଙ୍କ ରହସ୍ୟମୟ ଡିଲ୍‌- ‘ଏଠି ନୁହେଁ, କର୍ଣ୍ଣରକୁ ଚାଲ...’

ବ୍ଲାକମେଲ୍‌ କରିବା ଅଭିଯୋଗରେ ଭୁବନେଶ୍ୱରର ଯେଉଁ ରହସ୍ୟମୟୀ ମହିଳାଙ୍କୁ ପୋଲିସ ଗିରଫ କରିଥିଲା, ତାଙ୍କର ଏକ ଭିଡିଓ ଏବେ ଓଟିଭି ହାତରେ ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Blackmailer Exclusive Deal Video

Exclusive Deal Video Of Lady Blackmailer

ବଡ଼ ବଡ଼ ଲୋକଙ୍କୁ ବ୍ଲାକମେଲ୍‌ କରିବା ଅଭିଯୋଗରେ ରାଜଧାନୀ ଭୁବନେଶ୍ୱର ର ଯେଉଁ ରହସ୍ୟମୟୀ ମହିଳାଙ୍କୁ ପୋଲିସ ଗିରଫ କରିଥିଲା, ତାଙ୍କର ଏକ ଭିଡିଓ ଏବେ ଓଟିଭି ହାତରେ ଲାଗିଛି। ମହିଳା ଜଣକ କିପରି ଭାବେ ଡିଲ୍‌ କରୁଥିଲେ, ତାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଆଡ଼ମ୍ବରପୂର୍ଣ୍ଣ ହୋଟେଲ ପରି ଜାଗାରେ ବସି ଚାଲିଥିଲା ଡିଲ୍। ଆଉ ରହସ୍ୟମୟୀଙ୍କ ପାଖରେ ଜଣେ ଯୁବତୀ ଓ ଜଣେ ପୁରୁଷ ବସିଥିଲେ। ସେମାନଙ୍କ ସହ ସେ କୌଣସି ଡିଲ୍ ସମ୍ପର୍କରେ କଥା ହେଉଥିବା ଭାଇରାଲ୍‌ ଭିଡିଓରୁ ଜଣାପଡ଼ିଛି।

Advertisment

ଭାଇରାଲ୍‌ ଭିଡିଓ ରେ ଜଣେ ପୁରୁଷ କହୁଥିବାର ଶୁଣାଯାଉଛି ଯେ- ଆଠ ଦିନ ଦରକାର ନାହିଁ। ଏହି ସମୟରେ ଏକ ମହିଳା କଣ୍ଠସ୍ୱର ଶୁଭୁଛି। ୪ ଦିନ ଦରକାର କି ?  ତା’ପରେ ପୁରୁଷ ଜଣକ କହୁଛନ୍ତି, ୪ ଦିନ ବି ଦରକାର ନାହିଁ। ଲାଷ୍ଟ ୩-୪ ଦିନ ହେଲାଣି କିଛି କାମ ଧନ୍ଦା କରିହେଉନି। ପୁରା ମୁଣ୍ଡଟା ଖରାପ ହୋଇଗଲାଣି। କିଛି ସମୟର କଥାବାର୍ତ୍ତା ପରେ ଜଣେ ମହିଳା କହୁଛନ୍ତି, ଭାଇଙ୍କ ସହିତ କ୍ଲିୟର କଥା ହୁଅ, ତା’ ପରେ ତୋ ସହ ଫାଇନାଲ ଡିସିସନ୍‌। ଏହାସହ ସେ କହୁଛନ୍ତି, ଏଠି ଠିକ୍ ହେବନି। କର୍ଣ୍ଣରକୁ ନେଇ କଥା ହେବା କି, କିଛି ଦେଖାଇବାର କଥା କହୁଛନ୍ତି ସେହି ମହିଳା ଜଣକ। ତା’ପରେ ପାଖରେ ବସିଥିବା ଯୁବତୀଙ୍କ ସହିତ  ରହସ୍ୟମୟୀ ମହିଳା ଜଣକ ସେହି ସ୍ଥାନରୁ ଉଠି ଚାଲି ଯାଉଛନ୍ତି।

ଅଧିକ ପଢ଼ନ୍ତୁ: ଲେଡି ବ୍ଲାକ୍‌ମେଲର ଫାଶରେ ବଡ଼ ନେତା-କଣ୍ଟ୍ରାକ୍ଟର-ଅଫିସର !

ରହସ୍ୟମୟୀ ମହିଳା କେଉଁ ପ୍ରସଙ୍ଗରେ କଥା ହେଉଥିଲେ ? ତାଙ୍କ ପାଖରେ ବସିଥିବା ପୁରୁଷ ଓ ଯୁବତୀ ଜଣକ କିଏ ?  କ’ଣ ଡିଲ୍ ହେଉଥିଲା ସେମାନଙ୍କ ସହ ?  ଚାରି ଦିନ, ଆଠ ଦିନ କେଉଁ ପ୍ରସଙ୍ଗରେ କୁହାଯାଉଛି।  କ୍ଲିୟର କଥା ହେବାର ସ୍ୱର ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳିଛି। କେଉଁ ପ୍ରସଙ୍ଗରେ ଏହା କୁହାଯାଉଛି ?  ଏହାସହ ଫାଇନାଲ୍‌ ଡିସିଜନ କଥା ବି ଉଠୁଛି।  କେଉଁ ପ୍ରସଙ୍ଗରେ କୁହାଯାଉଛି ଏହି ଫାଇନାଲ ଡିସିଜନ କଥା, ଏବେ ଏହି ସବୁ ବଡ଼ ବଡ଼ ପ୍ରଶ୍ନ ଉଠୁଛି। ରାତି ଅଧରେ ସମ୍ପୃକ୍ତ ରହସ୍ୟମୟୀ ମହିଳାଙ୍କୁ ପୋଲିସ୍‌ ଗିରଫ କରିଥିଲା।

Advertisment

ମିଳିଥିବା ସୂଚନା ଅନୁସାରେ, ଓଲିଉଡ୍‌ର କିଛି ଜଣାଶୁଣା ପ୍ରଯୋଜକ ଏବଂ କିଛି ରାଜନେତାଙ୍କୁ ବ୍ଲାକମେଲିଂ କରି ଉକ୍ତ ମହିଳା ସେମାନଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ପୋଲିସ ସମ୍ପୃକ୍ତ ମହିଳାଙ୍କ ଠାରୁ ପେନ୍‌ଡ୍ରାଇଭ୍ ଓ ମୋବାଇଲ୍ ଜବତ କରିଛି। ହେଲେ ମହିଳାଙ୍କ ବ୍ଲାକ୍‌ମେଲିଂର ଶିକାର ହୋଇଥିବା ରାଜନେତା, ପ୍ରଯୋଜକ ଏବଂ ବିଲ୍‌ଡର୍‌ କିଏ, ସେନେଇ କିଛି ବି ପୋଲିସ ଏଯାଏ ସୂଚନା ଦେଇନାହିଁ। 

Viral Video Lady Blackmailer Archana Nag
Advertisment
Advertisment