• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଇଡିର ତନାଘନା ଚାଳିଥିବା ବେଳେ ହାଜର ହୋଇଛନ୍ତି ବ୍ୟବସାୟୀ ଅମୀୟକାନ୍ତ ଦାସ । ସେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ଆକାଉଣ୍ଟକୁ ୧୦ ଲକ୍ଷ ଟଙ୍କା ପଠାଇଥିଲେ । ୨୦୨୧-୨୨ରେ ଅମୀୟକାନ୍ତ ୧୦ ଲକ୍ଷ ଟଙ୍କା ପଠାଇଥିବା ସୂଚନା ମିଳିଛି । କେଉଁ କାରଣ ପାଇଁ ସେ ଏତେ ଟଙ୍କା ପଠାଇଥିଲେ ସେ ନେଇ ଇଡି ଖୋଳତାଡ କରୁଛି ।

ଅଧିକ ପଢ଼ନ୍ତୁ: ଅର୍ଚ୍ଚନାର ନାଗ ଫାଶରେ କେଉଁ କେଉଁ IAS ଏବଂ IPSଙ୍କ ରହିଛି ଲିଙ୍କ୍ ?

ସେପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଆଜି ହାଜର ହୋଇପାରନ୍ତି ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା । ବ୍ଲାକମେଲିଂ, ହନିଟ୍ରାପ୍ ଓ ଅର୍ଥ କାରବାର ମାମଲାରେ ତାଙ୍କୁ ହାଜର ପାଇଁ ସମନ କରିଛି ଇଡି । ପୂର୍ବରୁ ସମନ ସତ୍ତ୍ୱେ ସ୍ୱାସ୍ଥ୍ୟଗତ ସମସ୍ୟା ଦର୍ଶାଇ ହାଜର ହୋଇ ନଥିଲେ ଅକ୍ଷୟ ପରିଜା ।

ଅନ୍ୟପଟେ ଅର୍ଚ୍ଚନା ନାଗର ବିଜନେସ୍ ପାର୍ଟନର୍ ଖଗେଶ୍ୱର ପାତ୍ରକୁ ଆଉ ୩ ଦିନ ରିମାଣ୍ଡରେ ନେଇ ପଚରାଉଚରା କରୁଛି ଇଡି । ପୂର୍ବରୁ ୧୦ ଦିନ ରିମାଣ୍ଡ ଅବଧି ସରିବା ପରେ ଆଉ ୩ ଦିନ ରିମାଣ୍ଡରେ ନେଇ ତଥ୍ୟ ଉଗାଳିବାକୁ ଚେଷ୍ଟା କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

ସେହିପରି ଅର୍ଚ୍ଚନାଙ୍କ ଆର୍ଥିକ କାରବାର ସହ ସଂପୃକ୍ତ ପ୍ରାୟ ୧୫ ଜଣଙ୍କୁ ଇଡି ସମନ କରିଥିବା କୁହାଯାଉଛି । ଯେଉଁଥିରେ ରହିଛନ୍ତି ରାଜନେତା, ବିଲ୍ଡର, ବ୍ୟବସାୟୀ ଓ କିଛି କମ୍ପାନୀ ମାଲିକ । ଗତ ୫ ବର୍ଷରେ ଅର୍ଚ୍ଚନା ଆକାଉଣ୍ଟକୁ ବ୍ୟାଙ୍କ ଓ ଏଟିଏମ୍ ଜରିଆରେ ଆସିଛି ଲକ୍ଷ ଲକ୍ଷ ଟଙ୍କା । କ୍ୟାସ ଆକାରରେ ପ୍ରାୟ ଅଢ଼େଇ କୋଟି ଟଙ୍କା ଡିପୋଜିଟ୍ ହୋଇଥିବା କୁହାଯାଉଛି । ତେଣୁ କେଉଁ ଉଦ୍ଦେଶ୍ୟରେ ସଂପୃକ୍ତ ବ୍ୟକ୍ତିମାନେ ଟଙ୍କା ପଠାଇଛନ୍ତି, ସେନେଇ ୧୫ଜଣଙ୍କୁ ସମନ ଜାରି କରାଯାଇଛି ।