Advertisment

ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ଘରେ ED ରେଡ୍‌

ହନିଟ୍ରାପ୍ କ୍ୱିନ୍‌ ତଥା ଲେଡି ବ୍ଲାକ୍‌ ମେଲର୍‌ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଟିମ୍‌ ଚଢ଼ଉ କରିଛି। ଅର୍ଚ୍ଚନାଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଚଢ଼ାଉ ହୋଇଛି।

ଅଦ୍ୟତନ ହୋଇଛି
Lady Blackmailer Archana Nag:

ED Conducts Raid At Lady Blackmailer Archana Nag's House

Advertisment

ହନିଟ୍ରାପ୍ କ୍ୱିନ୍‌ ତଥା ଲେଡି ବ୍ଲାକ୍‌ମେଲର୍‌ ଅର୍ଚ୍ଚନା ନାଗଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍‌ ଚଢ଼ଉ କରିଛି। ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ୬ଟି ସ୍ଥାନରେ ଇଡିର ଖୋଳତାଡ଼ କରିଛି।  କଳାହାଣ୍ଡି କେସିଙ୍ଗାରେ ଥିବା ଅର୍ଚ୍ଚନାଙ୍କ ପୈତୃକ ବାସଭବନ, ଭୁବନେଶ୍ୱର ସତ୍ୟବିହାର ଘର, ଜଳେଶ୍ୱରର ଥିବା ଶାଶୁ ଘର ଓ କଟକ ବାଙ୍କିରେ ରେଡ୍‌ ହୋଇଛି। 

Advertisment

ଅର୍ଚ୍ଚନା ନାଗ ଙ୍କ ବିଜନେସ୍ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣା ଘରେ ମଧ୍ୟ ଚଢ଼ାଉ ହୋଇଛି। ଭୁବନେଶ୍ୱର ଉପକଣ୍ଠ ହଂସପାଳରେ ଥିବା ଖଗେଶ୍ୱରର କାର୍ ଶୋ’ ରୁମ୍‌ରେ ମଧ୍ୟ ରେଡ୍ କରିଛି ଇଡି।କଡ଼ା ସୁରକ୍ଷା ଭିତରେ ଛାନଭିନ୍ କରୁଛି ଇଡି।

ଇଡି ରେଡ୍ ସମୟରେ ଘର ବାହାରେ CRPF ମୁତୟନ ହୋଇଥିଲେ। ରେଡ୍‌ ବେଳେ କ’ଣ କ’ଣ ସବୁ ମିଳିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବାର ସୂଚନା ମିଳିଛି। ଅର୍ଚ୍ଚନାଙ୍କ ବେଆଇନ୍‌ ଅର୍ଥ କାରବାର ସମ୍ପର୍କରେ ଏହି ରେଡ୍‌ରୁ ବହୁ ତଥ୍ୟ ମିଳିବ ବୋଲି ଇଡି ଆଶା କରିଛି।  

Advertisment

ଗତ ୨୭ ଅକ୍ଟୋବରରେ ଇଡି ହାତରେ ଲାଗିଥିଲା ଲେଡି ବ୍ଲାକମେଲର ଅର୍ଚ୍ଚନା ମାମଲା । ଅର୍ଚ୍ଚନା ବିରୋଧରେ ହୋଇଥିବା ଦୁଇଟି ଯାକ ଏଫ୍‌ଆଇଆର କପି ଇଡି ହାତରେ ଲାଗିଥିଲା । କମିଶନରେଟ୍ ପୋଲିସ ପକ୍ଷରୁ ଏହି ଏଫ୍‌ଆଇଆର୍‌ କପିଗୁଡ଼ିକ ଇଡିକୁ ହସ୍ତାନ୍ତର କରାଯାଇଥିଲା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ଦୁଇଟି ପୃଥକ ପୃଥକ FIR କପି ଇଡିକୁ ହସ୍ତାନ୍ତର କରିଥିଲା କମିଶନରେଟ ପୋଲିସ।

ED Raid Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ