Advertisment

Tulasi Tradition Puri: ସଜେଇ ହେବ କାଳିଆ, ଦାସିଆ ପୀଠରୁ ଆସିବ ତୁଳସୀ

ଦାସିଆ ବାଉରୀ ପୀଠ ତୁଳସୀ ଉଦ୍ୟାନର ପ୍ରତିଟି କୋଣ ଅନୁକୋଣ ତୁଳସୀରେ ପରିପୂର୍ଣ୍ଣ l ତୁଳସୀ ବାସ୍ନାରେ ମହକି ଉଠୁଛି ପୂରା ପରିବେଶ l ଯେମିତି ସମସ୍ତେ କହୁଛନ୍ତି ଶ୍ରୀ ଜୟ ଜଗନ୍ନାଥ । ପୂରା ପରିବେଶ ଜଗନ୍ନାଥମୟ ହୋଇ ଉଠିଛି। କାଳିଆର ସେବାର ସମସ୍ତେ ଯେମିତି ମଜ୍ଜି ଯାଇଛନ୍ତି।

author-image
Prasan Subudhi
ଅଦ୍ୟତନ ହୋଇଛି
କାଳିଆ ପାଇଁ ଯିବ ତୁଳସୀ

କାଳିଆ ପାଇଁ ଯିବ ତୁଳସୀ

ଜଗା ଆସିବ ବଡ଼ଦାଣ୍ଡକୁ । ପଡ଼ିବ ହରିବୋଲ ହୁଳହୁଳି ବାଜିବ ଘଣ୍ଟ କରତାଳି । ଭକ୍ତର ଠାକୁର ସେ କାଳିଆ ସାଆନ୍ତ l ଯେତେବେଳେ ଭକ୍ତଟିଏ ମନପ୍ରାଣ ଦେଇ ଡାକେ ସେ ତା’ ଡାକଶୁଣେ । ଆଉ ସେ ଭକ୍ତର ନିଚ୍ଛକ ଉଦାହରଣ ଦାସିଆ ବାଉରୀ । ରଥଯାତ୍ରା ପାଇଁ ଦାସିଆ ପୀଠରୁ ଯିବାକୁ ସଜେଇ ହେଲାଣି ତୁଳସୀ । ନଡ଼ିଆ ଓ ପଦ୍ମଫୁଲ ବି ଶ୍ରୀମନ୍ଦିରକୁ ବାହାରିଲେଣି । ଏଠାରୁ ତୁଳସୀ ଓ ନଡ଼ିଆ ଯିବା ପରେ ମହାପ୍ରଭୁଙ୍କର ପହଣ୍ଡି ସେବା ହୋଇଥାଏ l

Advertisment

ଦାସିଆ ବାଉରୀ ପୀଠ ତୁଳସୀ ଉଦ୍ୟାନର ପ୍ରତିଟି କୋଣ ଅନୁକୋଣ ତୁଳସୀରେ ପରିପୂର୍ଣ୍ଣ l ତୁଳସୀ ବାସ୍ନାରେ ମହକି ଉଠୁଛି ପୂରା ପରିବେଶ l ଯେମିତି ସମସ୍ତେ କହୁଛନ୍ତି ଶ୍ରୀ ଜୟ ଜଗନ୍ନାଥ । ପୂରା ପରିବେଶ ଜଗନ୍ନାଥମୟ ହୋଇ ଉଠିଛି। କାଳିଆର ସେବାର ସମସ୍ତେ ଯେମିତି ମଜ୍ଜି ଯାଇଛନ୍ତି। ସମସ୍ତଙ୍କ ମନରେ ଗୋଟିଏ କଥା..କାଳିଆର ସେବାରେ ଲାଗିଲେ ଜୀବନ ଧନ୍ୟ ହୋଇଯିବ।

ପ୍ରତିଦିନ ଏଇଠି ମା’ ତୁଳସୀ ଠାକୁରାଣୀଙ୍କ ଆରାଧନା କରାଯାଏ l ମା’ଙ୍କୁ ଧୂପ ଏବଂ ଝୁଣା ଲାଗି ହୁଏ l ମା’ ବୃନ୍ଦାବତୀଙ୍କ ନିକଟରେ ମୁଣ୍ଡ ନୁଆଁଇ ପତ୍ର ଛିଡ଼ାଇବା ପାଇଁ ଅନୁମତି ମାଗିଥା’ନ୍ତି ଭକ୍ତ l ଆଉ ଏହା ପରେ ତୋଳାଯାଏ କାଳିଆ ପାଇଁ ତୁଳସୀ l ଖାଲି ତୁଳସୀ କାହିଁକି, ପୀଠରେ ଥିବା ପୋଖରୀରୁ ପଦ୍ମ ଫୁଲ ତୋଳା ହୋଇଥାଏ ମଣିମାଙ୍କ ପାଇଁ l ତା’ ସହ ନଡ଼ିଆ ଯାଏ ଶ୍ରୀମନ୍ଦିର l

Advertisment

ସାଧୁଙ୍କ ଦ୍ୱାରା ଏହା କାଳିଆ ସାଆନ୍ତଙ୍କ ପାଇଁ ଯାଉଥିବାବେଳେ ଜଗନ୍ନାଥ ଆଶ୍ରିତ ସଂକୀର୍ତନ ମଣ୍ଡଳୀର କଳାକାରମାନେ ନାମ ସଙ୍କୀର୍ତ୍ତନ କରିଥାନ୍ତି l କାଳିଆ ସାଆନ୍ତଙ୍କ ପାଇଁ ୨୭ ହାତର ତୁଳସୀର ମାଳ ସାଂଗକୁ ମଂଜରୀ ତୁଳସୀ ମଧ୍ୟ ଯାଇଥାଏ l ଆଉ ସବୁକୁ ମନଖୁସିରେ ଗଳା ଓ ମସ୍ତକରେ ପିନ୍ଧନ୍ତି ସ୍ୱୟଂ ମହାପ୍ରଭୁ l

ପ୍ରଭୁଙ୍କ ଦୟଣା ମାଳ ହେଉ କି ହୃଦ ପଦ୍ମ ଜଗନ୍ନାଥଙ୍କ ପୂଜାରେ ତୁଳସୀର ରହିଛି ଏକ ମହତ୍ୱପୂର୍ଣ୍ଣ ଭୂମିକା l ଶାସ୍ତ୍ରରେ କୁହାଯାଇଛି ତୁଳସୀ ଗଛର ବିଭିନ୍ନ ଅଂଶରେ ଦେବାଦେବୀ ବାସ କରିଥାନ୍ତି l ବୈଷ୍ଣବ ଧର୍ମରେ ତୁଳସୀ ମହାତ୍ମ୍ୟକୁ ନେଇ ରହିଛି ଅନେକ ପୈାରାଣିକ ଗାଥା l ଆଉ ସେଇଥିପାଇଁ ତ କାଳିଆ ସାଆନ୍ତଙ୍କ ପୂଜା ପାଇଁ ଖୋଜା ପଡ଼ିଥାଏ ତୁଳସୀ ଦୟଣା l

Ratha Jatra Puri Ratha Yatra Tulsi Plant Tulsi Farmimg
Advertisment
Advertisment