Advertisment

Indore: ହେଲମେଟ୍ ନାହିଁ ତ ପେଟ୍ରୋଲ ନାହିଁ, ଏ କଥାରୁ ଆରମ୍ଭ ହୋଇଥିଲା ବଚସା...ଆଉ ତାପରେ

ପେଟ୍ରୋଲ ପମ୍ପରେ ହେଲମେଟ ନଥିବା ବ୍ୟକ୍ତିଙ୍କୁ ତେଲ ଦେବାକୁ କର୍ମଚାରୀମାନେ ମନା କରିବାରୁ ଏହି ବିବାଦ ଉପୁଜିଥିଲା। ଏହା ପରେ ସେମାନଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା।

author-image
Manasranjan Mohanty
ଅଦ୍ୟତନ ହୋଇଛି
Indore

Indore

ପେଟ୍ରୋଲ ପାଇଁ ବଚସା । ମଧ୍ୟପ୍ରଦେଶର ଇନ୍ଦୋରରେ 'ହେଲମେଟ ନାହିଁ, ତେଲ ନାହିଁ' ନିୟମ ଲାଗୁ ହୋଇଛି । ଦୁଇ ବାଇକଧାରୀ ଯୁବକଙ୍କୁ ପେଟ୍ରୋଲ ପମ୍ପ କର୍ମଚାରୀ ପେଟ୍ରୋଲ ଦେବାକୁ ମନା କରାଯିବାରୁ ବଚସା ହୋଇଥିଲା ।

Advertisment

ବିବାଦ ବଢ଼ିବା ପରେ ଦୁଇ ବାଇକଧାରୀ ଏକ ଛୁରୀ ବାହାର କରିଥିଲେ ଏବଂ ପେଟ୍ରୋଲ ପମ୍ପ ଟାଙ୍କି ନିକଟକୁ ଜଳୁଥିବା ଦିଆସିଲି କାଠି ଫୋପାଡ଼ିଥିଲେ। ସୌଭାଗ୍ୟବଶତଃ ପେଟ୍ରୋଲ ପମ୍ପର କୌଣସି କ୍ଷତି ହୋଇନଥିଲା ଏବଂ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

Advertisment

ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣା ପେଟ୍ରୋଲ ପମ୍ପ ପରିସରରେ ଲାଗିଥିବା ସିସିଟିଭିରେ ରେକର୍ଡ ହୋଇଥିଲା। ଘଟଣା ବିଷୟରେ ଜଣାପଡ଼ିବା ପରେ ଅଭିଯୁକ୍ତ ସଞ୍ଜୟ ଓ ଶାଫିକଙ୍କୁ ପୋଲିସ ହେପାଜତକୁ ନେଇଛି । ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ପୁଲିସ ପିଆରଓ କହିଛନ୍ତି ପେଟ୍ରୋଲ ପମ୍ପରେ ହେଲମେଟ ନଥିବା ବ୍ୟକ୍ତିଙ୍କୁ ତେଲ ଦେବାକୁ କର୍ମଚାରୀମାନେ ମନା କରିବାରୁ ଏହି ବିବାଦ ଉପୁଜିଥିଲା। ଏହା ପରେ ସେମାନଙ୍କ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ତା’ପରେ ସେମାନେ ଏକ ଛୁରୀ ବାହାର କରି ପେଟ୍ରୋଲ ପମ୍ପ ଟାଙ୍କି ନିକଟରେ ଏକ ଜଳୁଥିବା ଦିଆସିଲି ଫୋପାଡ଼ିଥିଲେ।

ଶୁକ୍ରବାର ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ହେଲମେଟ ନପିନ୍ଧିଥିବା ଦୁଇ ଚକିଆ ଯାନ ଚାଳକଙ୍କୁ ତେଲ ବିକ୍ରି ଉପରେ ନିଷେଧାଦେଶ ଲାଗୁ କରାଯାଇଥିଲା। ଆରଣ୍ଡିଆ ବାଇପାସରେ ଥିବା ଏକ ପେଟ୍ରୋଲ ପମ୍ପକୁ ମଧ୍ୟ ନିୟମ ଉଲ୍ଲଂଘନ କାରଣରୁ ସିଲ୍‌ କରାଯାଇଥିଲା। ଏହି ଷ୍ଟେସନରେ ନିୟମ ସମ୍ପର୍କରେ ଜଣାଇବା ପାଇଁ କୌଣସି ସାଙ୍କେତିକ ଚିହ୍ନ ଲଗାଯାଇନଥିଲା ।

ଅଧିକ ପଢ଼ନ୍ତୁ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତି ଦୁଷ୍କର୍ମ ମାମଲାରେ ଦୋଷୀ, ଶାଢ଼ିରୁ ମିଳିଲା ବଳିଷ୍ଠ ପ୍ରମାଣ

Petrol Pump Helmet
Advertisment
Related Articles
Advertisment