• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ତତ୍କାଳ ଟିକେଟ ବୁକିଂ ହେଲା ଆହୁରି ସହଜ । ନିୟମରେ ପରିବର୍ତ୍ତନ ଆଣିଲା ଭାରତୀୟ ରେଳବାଇ । ଏପ୍ରିଲ ୧୦ ତାରିଖରୁ ଭାରତୀୟ ରେଲ ବିଭାଗ ତତ୍କାଳ ଟିକେଟ୍‌ ବୁକିଂରେ ନିୟମ ପରିବର୍ତ୍ତନ ଆଣି ସାରିଛି । ଯାହା ଆପଣ ଜାଣିବା ନିହାତି ଆବଶ୍ୟକ । 

ତତ୍କାଳ ଟିକେଟ୍ ବୁକିଂକୁ ଆହୁରି ସରଳ କରିଛି ରେଳବାଇ । ଏଣିକି ଏସି କ୍ଲାସ ବୁକିଂ ସକାଳ ୧୦:୧୦ରୁ ଆରମ୍ଭ ହେବ । ସେହିପରି ସ୍ଲିପର କ୍ଲାସ ବୁକିଂ ସକାଳ ୧୧.୧୦ ମିନିଟ୍‌ରୁ ଆରମ୍ଭ କରାଯିବ । ପୂର୍ବରୁ ଏସି ଏବଂ ସ୍ଲିପର ମଧ୍ୟରେ ୩୦ ମିନିଟ୍ ବ୍ୟବଧାନ ଥିଲା । ଯାହାକୁ ଏବେ ୧୦ ମିନିଟ୍‌କୁ କମାଇ ଦିଆଯାଇଛି । ଫଳରେ ଟିକେଟି ବୁକିଂ ପାଇଁ ଅପେକ୍ଷା କରିଥିବା ଯାତ୍ରୀମାନେ ଆଶ୍ୱସ୍ତ ହେବେ । 

Also Read

ଅଧିକ ପଢ଼ନ୍ତୁ: ଅସମ୍ଭବକୁ ସମ୍ଭବ କରି ଦେଖାଇଲେ, ମାତ୍ର ୧୬ ଟଙ୍କା ଆଦାୟ କରି ଦେଉଛନ୍ତି ୫୦ ଲକ୍ଷର ସହାୟତା

ନୂତନ ନିୟମ ଅନୁସାରେ ଟିକେଟ୍‌ ବୁକିଂ ପାଇଁ OTP ଏବଂ କ୍ୟାପ୍ଚାକୁ ଏବେ ବାଧ୍ୟତାମୂଳକ କରାଯାଇଛି । ଫଳରେ ଟିକେଟ୍‌ ପୂର୍ବରୁ ଆପଣଙ୍କ ମୋବାଇଲକୁ ଆସୁଥିବା ଓଟିପି ଦେବାକୁ ପଡ଼ିବ । ସେହିପରି କ୍ୟାପ୍ଚା ମଧ୍ୟ ଆପଣ ଦେବେ । ଆନ୍‌ଲାଇନ୍‌ ଟିକେଟ୍‌ ବୁକିଂକୁ ସୁରକ୍ଷିତ କରିବା ପାଇଁ ଭାରତୀୟ ରେଳବାଇ ଏହି ପଦକ୍ଷେପ ନେଇଥିବାବେଳେ ଆପଣ କେମିତି ଟିକେଟ୍‌ ବୁକ୍‌ କରିବେ ଆସନ୍ତୁ ଜାଣିବା...

ଟିକେଟ୍‌ ବୁକ୍‌ କରିବାକୁ ହେଲେ ଆପଣଙ୍କୁ ପ୍ରଥମେ IRCTC ୱେବସାଇଟକୁ ଲଗଇନ୍ କରିବାକୁ ହେବ । ଏହା ପରେ ଯାତ୍ରା ତାରିଖ, ଟ୍ରେନ୍ ନମ୍ବର ଏବଂ କୋଚ୍‌ ଚୟନ କରନ୍ତୁ । କୋଟାରେ 'ତତ୍କାଳ' ବିକଳ୍ପକୁ ମଧ୍ୟ ଚୟନ କରିବେ । ଏହାପରେ ଆପଣ ଆପଣଙ୍କ ସମ୍ପୂର୍ଣ୍ଣ ଯାତ୍ରା ବିବରଣୀ ଦେଇପାରିବେ । ଯେପରିକି. ନାମ, ବୟସ, ଲିଙ୍ଗ, ଓଟିପି, କ୍ୟାପ୍ଚା ଦେବେ । ଶେଷରେ ଆପଣ ପେମେଣ୍ଟ କରିବା ପରେ ଆପଣଙ୍କ ଟିକେଟ୍‌  ବୁକ୍‌  ହୋଇପାରିବ । 

ସେହିପରି ଆପଣ ଅଫଲାଇନରେ ତତ୍କାଳ ଟିକେଟ୍‌ ବୁକିଂ କରିବାକୁ ଚାହୁଁଥିଲେ ନିକଟସ୍ଥ ଷ୍ଟେସନର ରିଜର୍ଭେସନ କାଉଣ୍ଟରକୁ ଯିବାକୁ ହେବ । ଫର୍ମ ଅନୁସାରେ ଆବେଦନ କରିବା ପରେ ଆବଶ୍ୟକୀୟ ଡକ୍ୟୁମେଣ୍ଟ ଦେବେ । ଯାହାଦ୍ୱାରା ଆପଣ ତତ୍କାଳ ଟିକେଟ୍‌ ପାଇପାରିବେ । 

 ରେଳ ବିଭାଗ ନୂତନ ରିଫଣ୍ଡ ନିୟମ ମଧ୍ୟ ଆଣିଛି । ଯଦି ଆପଣ ଟିକେଟ୍‌ କରିସାରିଛନ୍ତି, ପରବର୍ତ୍ତୀ ସମୟରେ ଟିକେଟ୍‌ ବାତିଲ ହୁଏ ତେବେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ ମିଳିବ । ସେହିଭଳି ଟ୍ରେନ୍‌ର ଗତି ପରିବର୍ତ୍ତନ ହେଲେ ଟଙ୍କା ଫେରସ୍ତ ପାଇବାର ବ୍ୟବସ୍ଥା ରହିଛି ।