/odishatv-khabar/media/post_attachments/uploadimage/library/16_9/16_9_0/IMAGE_1750827651.jpg)
Rath Yatra 2025
ଦିନକ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଅଣସର ଘରୁ ଫେରିବେ ଶ୍ରୀଜିଉ । ବଡଦାଣ୍ଡରେ ରଥ ଉପରେ ଦେବେ ଦର୍ଶନ। ଆସନ୍ତାକାଲି ନବଯୌବନ ଦର୍ଶନ । ଏପଟେ ମହାପ୍ରଭୁଙ୍କ ଅପେକ୍ଷାରେ ତିନି ରଥ । ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ରୂପକାର ଓ ଚିତ୍ରକର ସେବକ । ରଥଯାତ୍ରା ପାଇଁ ବ୍ୟାପକ ହୋଇଛି ସୁରକ୍ଷା ବ୍ୟବସ୍ଥା । ପ୍ରଥମ ଥର ଲାଗି ରଥଯାତ୍ରାରେ ମୁତୟନ ରହିବେ NSG ସ୍ନାଇପର୍ସ । AI ସିସିଟିଭି ସହ ଏଥର ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ବି ହୋଇଛି।
ପୁରୀକୁ ଜଗିବେ ପ୍ରାୟ ୧୦ ହଜାର ପୋଲିସ । ଆଣ୍ଟି ଡ୍ରୋନ୍ ସିଷ୍ଟମ ସହ ଡଗ୍ ସ୍କ୍ବାଡ୍ ଏବଂ ୨ ଶହ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ବିଏସଏଫ୍, ସିଆରପିଏଫ୍, ରାପିଡ୍ ଆକ୍ସନ ଫୋର୍ସକୁ ମିଶାଇ ୮ କମ୍ପାନୀ ଫୋର୍ସ ରଥଯାତ୍ରାରେ ମୁତୟନ ରହିବେ। ୮ଟି ଭାଗରେ ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ବିଭକ୍ତ କରିଛି ପୋଲିସ । ଟ୍ରାଫିକ୍ , ମନ୍ଦିର ଇନର, ଇନର କର୍ଡନ, କ୍ରାଉଡ୍ କଣ୍ଟ୍ରୋଲ ବ୍ୟବସ୍ଥା ହୋଇଛି। ମୋଟ୍ ୨୭୫ଟି ସିସିଟିଭି ନଜରରେ ରହିବ ଶ୍ରୀକ୍ଷେତ୍ର । ଉତ୍ତରାରୁ ପୁରୀ, ପୁରୀରୁ କୋଣାର୍କ ସିସିଟିଭି ନଜରରେ ରହିବ । ଲାଇଭ୍ ଫିଡ୍ ଦେଖି ସବୁ କିଛି କଣ୍ଟ୍ରୋଲ ରୁମ୍ ରୁ କଣ୍ଟ୍ରୋଲ ହେବ । ପ୍ରାୟ ୨ ଶହ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ବରେ ରହିବେ । ଆକାଶ ମାର୍ଗରୁ ଏରିୟଲ ସର୍ଭେ କରି ତୀକ୍ଷ୍ଣ ନଜର ରଖାଯିବ । ଉପକୂଳରେ ତଟରକ୍ଷୀ, ମେରାଇନ ପୋଲିସ ପାଟ୍ରୋଲିଂ କରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)