• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଦିନକୁ ଦିନ ବଢିବାରେ ଲାଗିଛି ସାଇବର ଅପରାଧ । ଅପରାଧୀମାନେ ବିଭିନ୍ନ କୌଶଳରେ ଲୋକଙ୍କୁ ଫସାଇବାପାଇଁ ଚେଷ୍ଟା କରୁଛନ୍ତି । ବିଶେଷକରି ଯୁବକ ମାନଙ୍କୁ ଯୁବତୀମାନେ ନ୍ୟୁଡ୍ କଲ କରିବା ସହ ସେମାନଙ୍କୁ ଫସାଇବାଭଳି ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ହେଲେ ଏମାନଙ୍କୁ ଧରିବାରେ ପୋଲିସ ସେତେ ସଫଳ ହୋଇପାରୁନି । ବାଲେଶ୍ୱର ସହରର ଜଣେ ଯୁବକ ଏହି ମାୟାଜାଲ ଭିତରେ କିପରି ପଡ଼ିଥିଲେ, ତାହା ବଖାଣିଛନ୍ତି ।

ବାଲେଶ୍ୱର ସହରର ଯୁବକ ଧୀରେନ୍ କୁମାର ନାୟକ । ଗତ ସେପ୍ଟେମ୍ବର ୨୪ ତାରିଖରେ ତାଙ୍କୁ କଲ କରି ଅନେକ ପ୍ରକାର ହଇରାଣ କରିଥିଲେ ସାଇବର ଠକ । ହେଲେ ବାରମ୍ବାର କଲ୍‌ ସତ୍ତ୍ୱେ ଫସି ନଥିଲେ ଧୀରେନ । କିନ୍ତୁ ସେପ୍ଟେମ୍ବର ୨୫ରେ ପୁଣି ଥରେ ଦୁଇ ଯୁବତୀଙ୍କର ଆସିଥିଲା ଫୋନ୍ କଲ । ଜାଜଲ ଓ ପାୟଲ ଶର୍ମା ନାଁରେ ଦୁଇ ଯୁବତୀ ଫୋନ୍ କରିବା ସହ ଦେଖାଇଥିଲେ ନିଜର ନ୍ୟୁଡ୍ ଭିଡିଓ ।

ଅଧିକ ପଢ଼ନ୍ତୁ: ସାଇବର ଠକଙ୍କଠାରୁ କେମିତି ବର୍ତ୍ତିବେ ସାଧାରଣ ଲୋକ ?

ହେଲେ ଧୀରେନ୍ ଭିଡିଓ କଲରେ ଥିବା ସମୟରେ ନିଜ ମୁହଁ ନଦେଖାଇ ଅନ୍ୟ ଏକ ମୋବାଇଲରେ ସୁଟିଂ କରିଥିଲେ । ଏକଥା ଜାଣିପାରି ସେପଟରୁ ଭିଡିଓ କଲ କାଟି ଦେଇଥିଲେ ଠକ । ଆଉ ଅଳ୍ପକେ ବର୍ତ୍ତିଯାଇଥିଲେ ଧୀରେନ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦିନକୁ ଦିନ ଭୟଙ୍କର ଭାବରେ ବଢିବାରେ ଲାଗିଛି ସାଇବର ଠକଙ୍କ ଉତ୍ପାତ । ଆଉ ଏମିତି ନିରୀହ ଲୋକଙ୍କୁ କଲ କରି ନିଜ ପଂଝାରେ ଫସାଉଛନ୍ତି ସୁନ୍ଦର ସୁନ୍ଦର ଯୁବତୀ ।

ତେବେ ଏସମ୍ପର୍କରେ ଧୀରେନ୍‌ କହିଛନ୍ତି, ମୋ ପାଖକୁ କଲ ପରେ କଲ୍‌ ଆସିଥିଲା । କଲ୍‌ ଉଠାଇବା ମାତ୍ର ଜଣେ ଯୁବତୀ ପୋଷାକ ଓହ୍ଲାଇ ଦେଇଥିଲେ । ହେଲେ କଲ୍‌ କଟିବା ପରେ ଆଉ ଏକ କଲ୍‌ ଆସିଥିଲା । ଅଜଣା ଝିଅଙ୍କ ସହ ସେ ଖରାପ କାମ କରିଥିବାର ପ୍ରମାଣ ଥିବା ନେଇ ଆରପଟୁ କୁହାଯାଇଥିଲା । କେବଳ ଫୋନ୍‌ କରିଥିଲେ ତାହା ନୁହେଁ , ନିଜକୁ ପୋଲିସ ଅଫିସରର ପରିଚୟ ଦେଇଥିଲେ । ଆଉ କହିଥିଲେ ଆପଣ ଯେଉଁ କାମ କରିଛନ୍ତି , ସେଥିପାଇଁ ଆପଣଙ୍କୁ ଗିରଫ କରାଯିବ । ଏହାଶୁଣି ଏହି ସେ ଭୟଭୀତ ହୋଇ ପଡ଼ିଥିଲେ । ହେଲେ  କେଉଁ ଥାନାରେ ମାମଲା ରୁଜୁ ହୋଇଛି ବୋଲି ପଚାରିବା ପରେ ଠକ ହଡ଼ବେଡ଼ଇ ଯାଇଥିଲା ।  ଥାନା ନା କହିପାରିନଥିଲେ, ବରଂ ୫ ହଜାର ଟଙ୍କା ଦିଅ କହିଥିଲେ । 

କିଛିଦିନ ତଳେ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଫାୟାର୍ ଡିଜିଙ୍କ ପ୍ରୋଫାଇଲ ଫଟୋ ଥାଇ ଟଙ୍କା ମାଗିବା ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ଏମିତି ଭିନ୍ନ ଭିନ୍ ତରିକା ଆପଣାଇ ଲୋକଙ୍କୁ ସୁନ୍ଦରୀ ମାୟାବିନୀ ନିଜ ଫାଶରେ ପକାଇ ଟଙ୍କା ଲୁଟି ନେବାର ଅଭିନବ ତରିକା ଆପଣାଇଛନ୍ତି । ତେବେ ଯୁବକ ଜଣକ ଥାନାରେ ମାମଲା ରୁଜୁ କରିବା ପରେ ସାମ୍ନାକୁ ଆସିଥିଲା ସବୁ ସତ।

(ରିପୋର୍ଟ- ରଶ୍ମିରଂଜନ ଦାସ, ବାଲେଶ୍ୱର)

OTV is now on Whatsapp

Join and get latest news update delivered to you via whatsapp

Join Now