Advertisment

Chhattisgarh Murder: ସ୍ତ୍ରୀକୁ ହତ୍ୟା କରି ଛଦ୍ମବେଶରେ ବୁଲୁଥିଲା; ୧୨ ବର୍ଷ ପରେ ବାନ୍ଧିଲା ପୋଲିସ

ସ୍ତ୍ରୀକୁ ପୋଡି ମାରିବା ଫେରାର୍ ହୋଇଗଲା। କେତେବେଳେ ଶ୍ରମିକ ପାଲଟୁ ଥିଲା ତ ଆଉ କେତେବେଳେ ପରିଚୟ ବଦଳାଇ ପୋଲିସ ଆଖିରେ ଧୂଳି ଦେଉଥିଲା। ହେଲେ ଶେଷରେ ପୋଲିସ ହାତରେ ଧରା ପଡିଲା।

author-image
Sonali Ojha
ଅଦ୍ୟତନ ହୋଇଛି
Chhattisgarh man Arrested

Chhattisgarh man Arrested

ଆପଣ ନିଶ୍ଚିତ ଭାବରେ ଶୁଣିଥିବେ ଯେ ଆଇନର ହାତ ଖୁବ୍ ଲମ୍ବା । ଅଭିଯୁକ୍ତ ଯେଉଁଠି ଥିଲେ ବି ସେ ଆଇନ୍ ହାତରୁ ଖସି ପାରିବ ନାହିଁ। ତେବେ ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୧୨ ବର୍ଷ ଧରି ଫେରାର୍ ଥିବା ହତ୍ୟା ଅଭିଯୁକ୍ତକୁ ଗିରଫ କରିଛି ଦୁର୍ଗ ଥାନା ପୋଲିସ । ୧୨ ବର୍ଷ ପୂର୍ବେ ନେୱାଇ ପୋଲିସ ଷ୍ଟେସନରେ ଘଟିଥିବା ହତ୍ୟା ମାମଲାରେ ଆଣ୍ଟି କ୍ରାଇମ ଆଣ୍ଡ ସାଇବର ୟୁନିଟ୍ (ACCU) ଫେରାର୍ ଅଭିଯୁକ୍ତକୁ ଗିରଫ କରିଛି।

Advertisment

୨୦୧୨ ମସିହା ଜାନୁଆରୀ ୧୫ ତାରିଖ। ଛତିଶଗଡ଼ ନେୱାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଯେଉଁଥିରେ ଅଭିଯୁକ୍ତ ସ୍ୱାମୀ ଘାସୁ ଛଦ୍ମନାମ ଜାସୁ ସ୍ତ୍ରୀ ମମତା ସାହୁଙ୍କ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲା। ଗୁରୁତର ଅବସ୍ଥାରେ ସ୍ତ୍ରୀଙ୍କର ଚିକିତ୍ସା ଚାଲିଥିବା ବେଳେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି କାଣ୍ଡ ଭିଆଇ ଅଭିଯୁକ୍ତ ଘାସୁ ଫେରାର୍ ହୋଇଯାଇଥିଲା।

ଧାରା ୩୦୭ (ହତ୍ୟା ଉଦ୍ୟମ) ଏବଂ ୩୦୨ (ହତ୍ୟା) ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ସେବେଠାରୁ ପୋଲିସ ତାକୁ ଗିରଫ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଥିଲା। ପୋଲିସ ବହୁ ଖୋଜାଖୋଜି କରିବା ପରେ ବି ଟେର୍ ମିଳିବାରୁ ଅଭିଯୁକ୍ତ ଉପରେ ୧୦ହଜାର ଟଙ୍କା ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା।

Advertisment

ତଦନ୍ତ ବେଳେ ଜଣାପଡିଥିଲା ​​ଯେ, ଉଭୟ ସ୍ୱାମୀ-ସ୍ତ୍ରୀ ମଦ୍ୟପାନ କରିଥିଲେ । ସାମାନ୍ୟ ବଚସାରୁ ଘାସୁ ମମତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା। ପୋଲିସ ଅଭିଯୁକ୍ତକୁ ଖୋଜୁଥିଲା। କିନ୍ତୁ ଗିରଫଦାରୀକୁ ଏଡାଇବା ପାଇଁ ସେ ନାଁ ବଦଳାଇ ବିଭିନ୍ନ ସ୍ଥାନରେ ଲୁଚିଯାଉଥିଲା। ଛଦ୍ମବେଶରେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘୂରି ବୁଲୁଥିଲା। କେତେବେଳେ ଶ୍ରମିକ ପାଲଟୁ ଥିଲା ତ ଆଉ କେତେବେଳେ ପରିଚୟ ବଦଳାଇ ପୋଲିସ ଆଖିରେ ଧୂଳି ଦେଉଥିଲା।

ଶେଷରେ ରଜନନ୍ଦଗାଓଁରେ ଥିବା ଝିଅ ଘରେ ଲୁଚି ରହିଥିବା ନେଇ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୋଲିସ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ପୋଲିସ ଅଧୀକ୍ଷକ ଜିତେନ୍ଦ୍ର ଶୁକ୍ଲା (IPS) ଙ୍କ ନିର୍ଦ୍ଦେଶରେ ACCU ଟିମ୍ ଅଭିଯୁକ୍ତକୁ ରଜନନ୍ଦଗାଓଁର ଇନ୍ଦାଭାନି ଗାଁରୁ ଗିରଫ କରିଥିଲା। ବର୍ତ୍ତମାନ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି। ପଚରାଉଚରା ବେଳେ ଅଭିଯୁକ୍ତ ସବୁ ସତ ମାନିଥିଲା। ଗିରଫଦାରୀକୁ ବଞ୍ଚିବା ପାଇଁ ସେ ନିଜ ବେଶ ବଦଳାଇ ବାଲୋଡ ଏବଂ ରାୟପୁର ଜିଲ୍ଲାର ବିଭିନ୍ନ ଗାଁ ତଥା ସହରରେ ଶ୍ରମିକ ଭାବରେ କାମ କରୁଥିଲା।

Murder Police Chhattisgarh
Advertisment
Advertisment