Advertisment

ନବ ଦାସ ହତ୍ୟାକାଣ୍ଡ : ଦାଖଲ ହେବ ଚାର୍ଜସିଟ୍‌!

ଘଟଣାକୁ ଆସନ୍ତା ୨୮ରେ ପୁରିବ ୧୨୦ ଦିନ , ଏଯାଏ ଚାର୍ଜସିଟ ଦାଖଲ କରାଯାଇନଥିବାରୁ ଅସନ୍ତୋଷ

author-image
Prangyan Parimita
ଅଦ୍ୟତନ ହୋଇଛି
Naba Das Murder Case Update

Naba Das murder case

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ (Naba Das murder case) ମାମାଲାରେ ଆଜି କ୍ରାଇମବ୍ରାଞ୍ଚ ଚାର୍ଜସିଟ ଦାଖଲ କରିପାରେ। କ୍ରାଇମବ୍ରାଞ୍ଚ ସ୍ଥାନୀୟ କୋର୍ଟରେ ଚାର୍ଜସିଟ ଦାଖଲ କରିବ ବୋଲି ସୂଚନା ମିଳିଛି । ଗତ ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧି ଛକରେ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ସର୍ବସମ୍ମୁଖରେ ଏଏସଆଇ ଗୋପାଳ ଦାସ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।

Advertisment

ଆସନ୍ତା ମେ ୨୮ରେ ହତ୍ୟାକାଣ୍ଡକୁ ୩ ମାସ ପୂରିବ । କିନ୍ତୁ ଏଯାଏ ଚାର୍ଜସିଟ ଦାଖଲ ହୋଇ ନଥିବାରୁ ନାନା ପ୍ରଶ୍ନ ଉଠିଛି । ହତ୍ୟାକାରୀକୁ ଖସାଇବାର ଏକ ଚକ୍ରାନ୍ତ ହୋଇଥାଇପାରେ ବୋଲି ଝାରସୁଗୁଡ଼ାବାସୀ ସନ୍ଦେହ କରୁଛନ୍ତି ।

ତେବେ ନବ ଦାସ ହତ୍ୟାକାଣ୍ଡକୁ ନେଇ ଚାର୍ଜସିଟରେ କି ତଥ୍ୟ ଉଲ୍ଲେଖ କରିପାରେ କ୍ରାଇମବ୍ରାଞ୍ଚ ? ତାକୁ ନେଇ ଏବେ ନାନା ପ୍ରଶ୍ନ ଉଠୁଛି। ନବ ଦାସ ହତ୍ୟାକାଣ୍ଡରେ ଏକା ଗୋପାଳ ନା ଆଉ କିଏ ମାଷ୍ଟରମାଇଣ୍ଡ ସଂପୃକ୍ତ ? ବିରୋଧୀଙ୍କ ଅଭିଯୋଗ ଯଦି ସତ ଥାଏ, ତେବେ ଷଡ଼ଯନ୍ତ୍ରରେ ସାମିଲ ଥିବା ଲୋକଙ୍କ ନାଁ ଚାର୍ଜସିଟରେ ଦର୍ଶାଇବ କି କ୍ରାଇମବ୍ରାଞ୍ଚ ?

Advertisment

ହତ୍ୟାର କାରଣ ରାଜନୈତିକ, ବ୍ୟାବସାୟିକ ନା ବ୍ୟକ୍ତିଗତ ଶତ୍ରତା ? ଗୋପାଳର ମାନସିକ ସ୍ଥିତି ସଂପର୍କରେ କି ତଥ୍ୟ ପାଇଛି ତଦନ୍ତକାରୀ ସଂସ୍ଥା ? ଗୋପାଳର ହାତଲେଖାରୁ କିଛି ପ୍ରମାଣ ପାଇଛି କି କ୍ରାଇମବ୍ରାଞ୍ଚ ? ପାଇଖାନାରୁ ମିଳିଥିବା କାଗଜ ଟୁକୁଡ଼ାରୁ କ’ଣ ମିଳିଥିଲା ? ପାଇଖାନା ଓ ହାତଲେଖା ନୋଟ୍ ଥିଓରୀ ରହିବ କି ଚାର୍ଜସିଟରେ ? ନାଲି ସ୍ୟାହିରେ କ’ଣ ଲେଖି ଚିରି ଫୋପାଡ଼ିଥିଲା ଗୋପାଳ ?...

Naba Das Charge Sheet
Advertisment
Advertisment