Advertisment

କାହା କଥାରେ ଓ କାହିଁକି ନବଙ୍କୁ ହତ୍ୟା କଲେ ଗୋପାଳ, ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରୁଛି କ୍ରାଇମ୍‌ବ୍ରାଞ୍ଚ

ଗିରଫ ପରେ ଏବେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି ଗୋପାଳ ।

ଅଦ୍ୟତନ ହୋଇଛି
Health Minister Naba Kishore Das Death Update

Naba Das - Gopal Das

Advertisment

ମନ୍ତ୍ରୀ ନବ ଦାସଙ୍କୁ କାହିଁକି ଟାର୍ଗେଟ୍ କଲେ ପୋଲିସ ASI ଗୋପାଳ ଦାସ ? ଏ ହାଇପ୍ରୋଫାଇଲ ହତ୍ୟାକାଣ୍ଡ ପଛର ଅସଲ ରହସ୍ୟ କଣ ? ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଅଭିଯୁକ୍ତ ପୋଲିସ ASI ଗୋପାଳ ଦାସଙ୍କ ମୁହଁରୁ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ଘଟଣାର ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଞ୍ଚ । ଗୋପାଳଙ୍କୁ ଆଜି ସୁନ୍ଦରଗଡ଼ ରିଜର୍ଭ ବାରାକ୍‌ରେ ମାରାଥନ ଜେରା କରିଛନ୍ତି କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ । ଏଡିଜି ଅରୁଣ ବୋଥ୍ରା ବି ଏହି ଜେରା ଟିମରେ ସାମିଲ ହୋଇଥିଲେ । କାହିଁକି ଏବଂ କେଉଁ ପରିସ୍ଥିତିରେ କର୍ତ୍ତବ୍ୟରତ ଅବସ୍ଥାରେ ଥାଇ ଜଣେ ଦାୟିତ୍ୱବାନ ପୋଲିସ ଅଧିକାରୀ ଏ କାଣ୍ଡ ଘଟାଇଲେ, ସେନେଇ ଗୋପାଳଙ୍କୁ ଗୁଡ଼େଇ ତୁଡେଇ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

Advertisment

ପ୍ରଶ୍ନ ୧- ମନ୍ତ୍ରୀ ନବ ଦାସଙ୍କ ସହ ଆଗରୁ କିଛି ତିକ୍ତତା ଥିଲା କି ?

ପ୍ରଶ୍ନ ୨- ମନ୍ତ୍ରୀ ପୂର୍ବରୁ କେବେ ଗାଳି କରିଥିଲେ କି ?

ପ୍ରଶ୍ନ ୩- ମନ୍ତ୍ରୀଙ୍କୁ ହତ୍ୟା ପାଇଁ କିଏ ପ୍ରବର୍ତ୍ତାଇ ଥିଲା କି ?

ପ୍ରଶ୍ନ ୪- କାହାରି ଷଡ଼ଯନ୍ତ୍ର ପାଇଁ ସୁପାରୀ କିଲରର ଭୂମିକା ନେଇଥିଲ କି ?

ପ୍ରଶ୍ନ ୫- ନା ଏ ହତ୍ୟା ପାଇଁ ଆଉ କେଉଁ କାରଣ ଦାୟୀ ?

ସେ ନେଇ ଗୋପାଳଙ୍କୁ ପ୍ରଶ୍ନବାଣରେ ପୋତିଛି କ୍ରାଇମବ୍ରାଞ୍ଚ୍ ଟିମ୍ ।

ଅଧିକ ପଢ଼ନ୍ତୁ: ମନ୍ତ୍ରୀଙ୍କ ଗସ୍ତ ବେଳେ କ’ଣ ରହିଛି ନିୟମ ? SOP ପାଳନ କରିଥିଲା କି ପୋଲସି ? PSO କରୁଥିଲେ କ’ଣ ?

ଏପଟେ ଗୋପାଳଙ୍କୁ ଲଗାତର ଦୁଇ ଦିନ ଧରି ମାରାଥନ ଜେରା ପରେ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଅଭିଯୋଗରେ ଆଜି ତାଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ୍ ଏଡିଜି ଅରୁଣ ବୋଥ୍ରା । ଅଭିଯୁକ୍ତକୁ କୋର୍ଟରେ ହାଜର ପରେ ଏବେ ୭ ଦିନିଆ ରିମାଣ୍ଡରେ ଆଣିବାକୁ ଯୋଜନା କରୁଛି କ୍ରାଇମବ୍ରାଞ୍ଚ୍ । ସେପଟେ ତଦନ୍ତକାରୀ ସଂସ୍ଥାର ଏକ ଟିମ୍ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ଛାନଭିନ୍ କରିଛି । ଆବଶ୍ୟକ ହେଲେ ଅଭିଯୁକ୍ତକୁ ନେଇ କ୍ରାଇମ ସିନ୍ ରିକ୍ରିଏଟ୍ ପାଇଁ ବି ଯୋଜନା କରାଯାଉଛି । ତେଣେ ଅଭିଯୁକ୍ତ ଗୋପାଳ ନବ ଦାସଙ୍କ ପିଏସ୍ଓ ଥିଲେ ବୋଲି ଗତକାଲିଠୁ ଯେଉଁ ଚର୍ଚ୍ଚା ହେଉଥିଲା, ସେ କଥାକୁ ଆଜି ଖଣ୍ଡନ କରିଛନ୍ତି ଏଡିଜି ଅରୁଣ ବୋଥ୍ରା । ଏପଟେ ଗୋପାଳଙ୍କ ସହ ମନ୍ତ୍ରୀ ନବ ଦାସଙ୍କ କୌଣସି ସମ୍ପର୍କ ନଥିବା କଥା ଆଜି ଆଉଥରେ ଦୋହରାଇଛନ୍ତି ଗୋପାଳଙ୍କ ପତ୍ନୀ ।

Advertisment

ତେବେ ମନ୍ତ୍ରୀ, ପୋଲିସ ଅଧିକାରୀ, ହତ୍ୟା, ଷଡ଼ଯନ୍ତ୍ର ଅଭିଯୋଗ, ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇଥିବା ଆଦି ଅନେକ ଦିଗକୁ ନେଇ ଛାନଭିନ୍ କରୁଥିବା କ୍ରାଇମବ୍ରାଞ୍ଚ୍ ଶେଷରେ କେଉଁ ନିଷ୍କର୍ଶରେ ପହଞ୍ଚୁଛି, ଏବେ ତା ଉପରେ ସମସ୍ତନଙ୍କ ନଜର ।

ସେପଟେ  କ୍ରାଇମବ୍ରାଞ୍ଚ୍ ଦ୍ୱାରା ଗିରଫ ପରେ ଚାକିରିରୁ ଡିସ୍‌ମିସ୍‌ ହୋଇଛନ୍ତି ଗୋପାଳ ଦାସ । ଝାରସୁଗୁଡ଼ା ଏସପି ତାଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି । ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧି ଛକ ଫାଣ୍ଡି ଅଧିକାରୀ ଥିବା ଗୋପାଳ କୃଷ୍ଣ ଦାସଙ୍କୁ ଜାନୁଆରୀ ୩୦, ୨୦୨୩ରୁ ଚାକିରିରୁ ବରଖାସ୍ତ କରାଯାଇଛି । ଗତକାଲି ଗାନ୍ଧି ଛକଠାରେ ଟ୍ରାଫିକ୍ କ୍ଲିୟରାନ୍ସ ଡ୍ୟୁଟିରେ ଥିବା ସମୟରେ ଗୋପାଳ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ପରେ ଆଜି ତାଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ। ଗିରଫ ପରେ ଏବେ କ୍ରାଇମବ୍ରାଞ୍ଚ ହେପାଜତରେ ଅଛନ୍ତି ଗୋପାଳ ।

Advertisment

Naba Das Firing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ