Advertisment

Naba Das Murder Investigation: ନବ ଦାସ ହତ୍ୟା ରହସ୍ୟ ଭେଦିବାକୁ ତନାଘନା, ବ୍ରହ୍ମପୁରରେ ଡେରା ପକାଇଛି କ୍ରାଇମବ୍ରାଞ୍ଚ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କେବଳ ଗୋପାଳ ଗୁଳି ମାରିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ ଷଡ଼ଯନ୍ତ୍ରକାରୀ ଛପିଛନ୍ତି। ସେ ରହସ୍ୟ ଭେଦିବାକୁ ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଖେଦୁଛି କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରୁ ୩ ଜଣିଆ ଟିମ୍ ଗୋପାଳ ପରିବାର ଲୋକଙ୍କ ସହ ବ୍ରଜରାଜନଗରରେ ତା ଭାଇ କରିଥିବା ହୋଟେଲର ରୋଷେୟାକୁ ବି ଡାକି ବୟାନ ରେକର୍ଡ କଲାଣି।

gopal

gopal

Advertisment

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ କେବଳ ଗୋପାଳ ଗୁଳି ମାରିଛି ନା ହତ୍ୟାକାଣ୍ଡ ପଛରେ ଅନ୍ୟ ଷଡ଼ଯନ୍ତ୍ରକାରୀ ଛପିଛନ୍ତି। ସେ ରହସ୍ୟ ଭେଦିବାକୁ ଝାରସୁଗୁଡ଼ା ପରେ ବ୍ରହ୍ମପୁରରେ ଖେଦୁଛି କ୍ରାଇମବ୍ରାଞ୍ଚ। ଗତ ୨୩ ତାରିଖରୁ ୩ ଜଣିଆ ଟିମ୍ ଗୋପାଳ ପରିବାର ଲୋକଙ୍କ ସହ ବ୍ରଜରାଜନଗରରେ ତା ଭାଇ କରିଥିବା ହୋଟେଲର ରୋଷେୟାକୁ ବି ଡାକି ବୟାନ ରେକର୍ଡ କଲାଣି। ତାସହ ମନ୍ତ୍ରୀଙ୍କୁ ମର୍ଡର ପୂର୍ବରୁ ୬ମାସ ଭିତରେ ଅଭିଯୁକ୍ତ ଗୋପାଳ ଯେଉଁ ଲୋକଙ୍କ ସହ ଫୋନରେ କଥା ହୋଇଥିଲା, ସେ ସମସ୍ତଙ୍କର ସିଡିଆର ଧରି ଘାଣ୍ଟୁଛି। ଏଣେ ଗତ ମାର୍ଚ୍ଚ ୧୯ରେ ନବଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଦାବି କରି ସାରିଥିଲେ ବି ଏଯାଏଁ ତାହା ଶୀତଳ ଭଣ୍ଡାରରେ ପଡ଼ି ରହିଛି।

Advertisment

ଅଧିକ ପଢ଼ନ୍ତୁ: ଖସି ପଳାଉଥିଲେ ଦୁଷ୍କର୍ମକାରୀ, ଏନକାଉଣ୍ଟର କଲା ପୋଲିସ

ଜାନୁଆରୀ ୨୯- ୨୦୨୩ ମଧ୍ୟାହ୍ନରେ ନବ ଦାସଙ୍କୁ ମର୍ଡର ପୂର୍ବରୁ ଏଏସଆଇ ଗୋପାଳ ଦାସର ଲମ୍ବା କଲ୍ ଡିଟେଲ୍ସ ଧରି ଗତ ଦୁଇ ଦିନ ହେଲା ବ୍ରହ୍ମପୁରରେ ଘାଣ୍ଟୁଛି ରାଜ୍ୟର ପ୍ରମୁଖ ତଦନ୍ତକାରୀ ସଂସ୍ଥା। କ୍ରାଇମବ୍ରାଞ୍ଚ ଅତିରିକ୍ତ ଏସପି ବିଜୟ ମଲ୍ଲିକଙ୍କ ନେତୃତ୍ବରେ ବୈଦ୍ୟନାଥପୁର ଥାନାରେ ୩ଜଣିଆ ଟିମ୍ ପକ୍ଷରୁ ହୋଇଛି ବୟାନ ରେକର୍ଡ। ଗୋପାଳର ପତ୍ନୀଙ୍କ ସହ ବଡ଼ ଭାଇ ସତ୍ୟନାରାୟଣ ଦାସ, ପୁଅ ମନୋଜ ଓ ପୁତୁରା ପ୍ରଦୀପଙ୍କୁ ଡାକି ବୟାନ ରେକର୍ଡ କରିଛି। ଯେହେତୁ ଗୋପାଳର ବଡ଼ ଭାଇ ସତ୍ୟନାରାୟଣ ଦାସ, ଝାରସୁଗୁଡାରେ ଏକ ହୋଟେଲ କରିଥିଲେ ଓ ନବ ହତ୍ୟାକାଣ୍ଡ ପୂର୍ବରୁ ସେଠୁ ହୋଟେଲ ବନ୍ଦ କରି ଛାଡି ପଳାଇ ଆସିଥିଲେ। ତେଣୁ ତାଙ୍କ ଉପରେ କ୍ରାଇମବ୍ରାଞ୍ଚର ସନ୍ଦେହ ଅଧିକ ଘନୀଭୁତ ହୋଇ ରହିଛି। ସେଥିପାଇଁ ତାକୁ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଛି। ଏଥିସହ ସତ୍ୟନାରାୟଣଙ୍କ ହୋଟେଲରେ ରୋଷେୟା ଭାବେ କାମ କରୁଥିବା ବ୍ୟକ୍ତିକୁ ବି ଡାକି କରାଯାଇଛି ଜେରା। ଏମିତିକି କ୍ରାଇମବ୍ରାଞ୍ଚ ଟିମ୍ ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବାର ଗୋପାଳ ଘରକୁ ଯାଇ ବି ଅଧିକ ତଥ୍ୟ ନେଇଛନ୍ତି। ତେବେ କଣ କ୍ଲୁ ପାଇଛନ୍ତି ସେ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇନଥିବାବେଳେ ସେମାନଙ୍କୁ କଣ ସବୁ ବାବଦରେ ଜେରା ହୋଇଛି, ସେ ନେଇ ବି ଗୋପାଳର ପରିବାର ଲୋକେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।...

ଏଠି ପ୍ରଶ୍ନ କାହିଁକି ଅଭିଯୁକ୍ତ ଗୋପାଳ ମୋବାଇଲର କଲ ରେକର୍ଡକୁ ପୁଣି ତନ୍ନ ତନ୍ନ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ? କାହିଁକି ସନ୍ଦେହ ଘେରକୁ ଆସିଛନ୍ତି ତା ସହ କଥା ହୋଇଥିବା କିଛି ବ୍ୟକ୍ତି? ଯେହେତୁ ବ୍ରହ୍ମପୁରରେ ଡେରା ପକାଇ କ୍ରାଇମବ୍ରାଞ୍ଚ. ଗଲା ୨ ଦିନ ଭିତରେ ୫ଜଣଙ୍କ ବୟାନ ରେକର୍ଡ କରି ସାରିଲାଣି ତେଣୁ ଆଗକୁ ଆଉ କାହାକୁ ପାଳି ବୋଲି ବି ଉଠିଲାଣି ପ୍ରଶ୍ନ। ଏମିତିକି ଜେରାର ସମ୍ମୁଖୀନ ହୋଇଥିବା ଲୋକଙ୍କ ଭିତରେ ଗୋପାଳର ଜଣେ ସାଙ୍ଗ ଓ ହୋଟେଲ ରୋଷେୟା ଥିବାରୁ ଅଧିକରୁ ଅଧିକ ବାହାର ଲୋକ ବି ସ୍କାନରରେ ଥିବା ଅନୁମାନ କରାଯାଉଛି। ଯେହେତୁ ପୂର୍ବରୁ ତଦନ୍ତକାରୀ ଟିମ୍ ବ୍ରଜରାଜନଗର ଓ ଝାରସୁଗୁଡ଼ା ଯାଇ ନବ ଦାସଙ୍କ ପରିବାରଠୁ ଘଟଣାଦିନ ନବଙ୍କ ସହ ଥିବା ସମର୍ଥକ ଓ ଗୋପାଳ ଚାକିରି କରିଥିବା ଫାଣ୍ଡିକୁ ଯାଇ ତଥ୍ୟ ସଂଗ୍ରହ କରି ଥିଲା। ଏବଂ ଗୋପାଳର ଭାଇ କରିଥିବା ହୋଟେଲ୍ ଘର ମାଲିକଙ୍କ ବି ବୟାନ ବି ରେକର୍ଡ କରିଥିଲା, ତେଣୁ ସେଠୁ ପାଇଥିବା କ୍ଲୁ ସହ ବ୍ରହ୍ମପୁର ଖିଅକୁ ମିଶାଇ ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ରେ ଜୋରଦାର ଲାଗି ପଡିଛି।

Advertisment

ବ୍ରଜରାଜନଗର ଗାନ୍ଧି ଛକରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ଘଟଣାକୁ ଗତ ଜାନୁଆରୀ ୨୯ ତାରିଖରୁ ଦୁଇ ବର୍ଷ ପୂରି ସାରିଛି। ଯଦିଓ ଏଯାଏଁ ଏସଆଇ ଗୋପାଳ ଦାସ କେବଳ ମୁଖ୍ୟ ଅଭିଯୁକ୍ତ ବୋଲି ଧରାଯାଉଛି, ତଥାପି ଅନେକ କାରଣକୁ ନେଇ ଅସଲ ହତ୍ୟାକାରୀ ଅନ୍ୟ କେହି ବୋଲି ବି ସନ୍ଦେହ କରାଯାଉଛି। ବିଭିନ୍ନ ଆଡୁ ଶରବ୍ୟର ଶିକାର ହେବା ପରେ ଗତ ମାର୍ଚ୍ଚ ୧୯ରେ ନବ ଦାସଙ୍କ ପୁରା ପରିବାର, ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଲିଖିତ ଅନୁରୋଧ କରି ସାରିଛନ୍ତି। ତଥାପି ଏଯାଏଁ ସିବିଆଇ ତଦନ୍ତ ହୋଇନି। ଏଣେ କ୍ରାଇମବ୍ରାଞ୍ଚ କିନ୍ତୁ ପୁଣି ନବ ହତ୍ୟା ଫାଇଲ୍ ଖୋଲି ହତ୍ୟକାଣ୍ଡର ଅସଲ ରହସ୍ୟ ଉନ୍ମୋଚନ କରିବାକୁ ପ୍ରାଣପଣେ ଲାଗିଛି।

ଅଧିକ ପଢ଼ନ୍ତୁ: ଦାଦାକୁ ହାଣିଲା, କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲା...

Murder Crime Branch Naba Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ