Advertisment

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କୁ ମିଳୁନି ଜାମିନ୍‌, ଗଲେ ଉପର କୋର୍ଟ...

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି।

ଅଦ୍ୟତନ ହୋଇଛି
Archana Nag Case

Court Rejects Bail Plea Of Lady Blackmailer Archana Nag

Advertisment

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ୩ କୋଟି ଟଙ୍କା ବ୍ଲାକମେଲିଂ ମାମଲାରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଖାରଜ ହୋଇଛି। ତଳ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଅର୍ଚ୍ଚନା ଉପର କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟରେ ପୁଣି ସେ ଜାମିନ ଆବେଦନ କରିଛନ୍ତି। ଗତକାଲି ଭୁବନେଶ୍ୱର JMFC-୩ ତାଙ୍କ ଜାମିନ୍ ଆବେଦନ ଖାରଜ କରିଥିଲେ।

Advertisment

ସେପଟେ ଅର୍ଚ୍ଚନା ନାଗ ଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଜାମିନ ଆବେଦନ ମଧ୍ୟ ଖାରଜ ହୋଇଛି। ଶ୍ରଦ୍ଧାଞ୍ଜଳିଙ୍କୁ ବ୍ୟବହାର କରି ଟଙ୍କା ଆଦାୟ ମାମଲାରେ ଜଗବନ୍ଧୁ ଜାମିନ ଆବେଦନ କରିଥିଲେ। ହେଲେ  ଭୁବନେଶ୍ୱର ଏଡିଜେ-୨ ତାଙ୍କ ଜାମିନ ଆବେଦନ ଖାରଜ କରି ଦେଇଛନ୍ତି। 

ଅଧିକ ପଢ଼ନ୍ତୁ: ପୁଣି ନିରାଶ ହେଲେ ଅର୍ଚ୍ଚନା ! ଲେଡି ବ୍ଲାକମେଲରଙ୍କୁ ମିଳିଲାନି ଜାମିନ୍‌

Advertisment

ଅନ୍ୟପକ୍ଷେ, ହୋଟେଲ ବ୍ୟବସାୟୀ ଶିବ ପ୍ରସାଦ ଦାସ ଇଡିରେ ହାଜର ହୋଇଛନ୍ତି। ଅର୍ଚ୍ଚନା ନାଗ ମାମଲାରେ ସମନ ପରେ ଓକିଲଙ୍କ ସହ ଶିବ ପ୍ରସାଦ ଆଜି ଇଡିରେ ହାଜର ହୋଇଛନ୍ତି। 

ସେପଟେ, ଅର୍ଚ୍ଚନା ନାଗ ମାମଲାରେ ଗତକାଲି ୧୨ ଘଣ୍ଟା ଜେରା ପରେ ଇଡି କାର୍ଯ୍ୟାଳୟରୁ ମୁକୁଳିଥିଲେ ଖଗେଶ୍ୱରର ସହଯୋଗୀ ଅବିନାଶ ପ୍ରିୟଦର୍ଶୀ ଓରଫ୍ ଚନ୍ଦନ। ଅର୍ଚ୍ଚନା ଓ ଖଗେଶ୍ୱରଙ୍କ ସହ ଅର୍ଥ କାରବାର ଲିଙ୍କରେ ତାଙ୍କୁ ଜେରା କରାଯାଇଥିଲା। ଅର୍ଚ୍ଚନାଙ୍କ ସହ ହୋଇଥିବା ଟଙ୍କା ନେଣଦେଣକୁ ନେଇ ଖୋଳତାଡ଼ ପରେ ଚନ୍ଦନଙ୍କୁ ଇଡି ସମନ କରିଥିଲା। ଏହି ମାମଲାରେ ଇଡି କରିଥିବା ୧୫ ଜଣିଆ ତାଲିକାରୁ ଚନ୍ଦନ ଷଷ୍ଠ ବ୍ୟକ୍ତି ଭାବେ ଇଡିରେ ହାଜର ହୋଇ ଜେରାର ସମ୍ମୁଖୀନ ହୋଇଥିଲେ। 

Advertisment
Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ