/odishatv-khabar/media/post_attachments/uploadimage/library/16_9/16_9_0/Drowning_1747884493.jpg)
Drowning
ଡଙ୍ଗା ବୁଡି ଦୁଇ ପୁଅ ମୃତ, ମା ନିଖୋଜ । ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନା ତଲେଇସର ନିକଟ ରେଙ୍ଗାଲି ଜଳଭଣ୍ଡାରରେ ଘଟିଛି ଏ ଅଘଟଣ । ବିଳମ୍ବିତ ରାତିରେ ଦୁଇ ନାବାଳକ ପୁଅଙ୍କୁ ନେଇ ବାପା ଓ ମା’ ମାଛ ଧରିବାକୁ ଯାଇଥିଲେ । ମାଛ ଧରିବା ବେଳେ ଦୁଃର୍ଭାଗ୍ୟବଶତଃ ମାଛ ଧରା ଡଙ୍ଗାଟି ଓଲଟି ପଡିଥିଲା । ହେଲେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ବାପା ।
Advertisment
ଅଧିକ ପଢନ୍ତୁ: ମୁମ୍ବାଇ ବୋଟ୍ ବୁଡ଼ି ଘଟଣା, ଉଦ୍ଧାର ହେଲେଣି ୧୧୫; ୧୩ ମୃତ
ଦୁଇ ନାବାଳକ ପୁଅଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ, ଏବେ ବି ମାଆ ନିଖୋଜ ଅଛନ୍ତି । ଡଙ୍ଗା ବୁଡିବା ପରେ ବାପା ଗୋଟିଏ ପୁଅକୁ ଧରି କୂଳକୁ ଆସିଥିଲେ। କିନ୍ତୁ ପରେ ପୁଅ ମୃତ ଥିବା ଜାଣି ପାରିଥିଲେ । ଦୁଇ ଶିଶୁଙ୍କ ମଧ୍ୟରେ ଜଣେ ୬ ବର୍ଷର ଓ ଅନ୍ୟ ଜଣେ ୩ ବର୍ଷର ବୋଲି ଜଣା ପଡିଛି । ଉଦ୍ଧାରକାରୀ ଦଳ ପହଞ୍ଚି ନିଖୋଜ ମା’ଙ୍କୁ ଖୋଜାଖୋଜି କରୁଛନ୍ତି।
ଅଧିକ ପଢନ୍ତୁ: ମୁମ୍ୱାଇ ଆଟାକ୍କୁ ୧୬ ବର୍ଷ; କେଉଁଠି ଅଛନ୍ତି ଆକ୍ରମଣ ପଛର ୫ ମାଷ୍ଟର ମାଇଣ୍ଡ ?
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)