Advertisment

Raja Chakra aide arrested: ରାଜା ଚକ୍ରର ଘନିଷ୍ଠ ସହଯୋଗୀକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ପ୍ରଥମେ ରାଜା ଚକ୍ରକୁ ଗିରଫ କରିବା ପରେ ଗୁରୁବାର କ୍ରାଇମବ୍ରାଞ୍ଚ ରାଜାର ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲକୁ ଗିରଫ କରାଯାଇଛି। ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ସୁଶାନ୍ତକୁ ଗିରଫ କରାଯାଇଛି। ଅର୍ଥନୈତିକ ହେରଫେରରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି।

raja chakra

raja chakra

Advertisment

ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ପ୍ରଥମେ ରାଜା ଚକ୍ରକୁ ଗିରଫ କରିବା ପରେ ଗୁରୁବାର କ୍ରାଇମବ୍ରାଞ୍ଚ ରାଜାର ଘନିଷ୍ଠ ସହଯୋଗୀ ସୁଶାନ୍ତ ସାମଲକୁ ଗିରଫ କରାଯାଇଛି। ବେଆଇନ ସମ୍ପତ୍ତି ଲୁଚାଇ ରଖିଥିବା ଅଭିଯୋଗରେ ସୁଶାନ୍ତକୁ ଗିରଫ କରାଯାଇଛି। ଅର୍ଥନୈତିକ ହେରଫେରରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ EOW ଗିରଫ କରିଛି। ଏହା ସହିତ ରାଜା ଚକ୍ରକୁ ୩ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ।

Advertisment

ଅଧିକ ପଢ଼ନ୍ତୁ: ଘାଣ୍ଟୁଛି EOW, ମମତା କହିଲେ- ପାଣ୍ଡିଆନ, ବବି ବଳରେ ରାଜା ଚକ୍ର ବଳୀୟାନ

କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି, ରାଜା ଚକ୍ରଙ୍କ ୪୨ଟି ବଡ଼ ଗାଡ଼ି ଜବତ କରାଯାଇଛି। କେନ୍ଦୁଝରରେ ଥିବା ୨ ପ୍ଲାଣ୍ଟ ସିଜ୍ କରାଯାଇଛି । ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ୨୦୧୭-୧୮ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଆୟ କରିଥିଲା ରାଜା ଚକ୍ରଙ୍କ ଏଜେନ୍ସି । ଏହି ଆୟ ଏହାଠାରୁ ଅଧିକ ବି ହୋଇପାରେ। ତେବେ ଅଡିଟ୍ ହେଲେ ସବୁ ସ୍ପଷ୍ଟ ହେବ। ପାରିପାର୍ଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ରାଜା ଦର୍ଶାଇଥିଲା । କିନ୍ତୁ କୌଣସି ପାରିପାର୍ଶ୍ବିକ ବିକାଶ ହୋଇନଥିବା ୨ ଜଣ ବିଡିଓ କହିଛନ୍ତି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

Advertisment

କ୍ରାଇମବ୍ରାଞ୍ଚ ଡିଜି ଆହୁରି କହିଛନ୍ତି, ମା’ କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଦର୍ଶାଯାଇଥିବା ବେଳେ ତଦନ୍ତରେ ଜଣାପଡ଼ିଛି ଯେ GMILକୁ କୌଣସି ତେଲ ଦିଆଯାଇନାହିଁ । ରାଜା ଚକ୍ର ଗାଡ଼ିକୁ ଏସବୁ ତେଲ ଦିଆଯାଇଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ବଣ୍ଟା ହୋଇଛି ୩୩ କୋଟି ଟଙ୍କା । ତେବେ ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି।

ବିଜେଡି ଛତ୍ରଛାୟାରେ କଳା ସାମ୍ରାଜ୍ୟ ବିଛାଇଥିଲା ରାଜା ଚକ୍ର। ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି ହେରଫେର ମାମଲାରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲା ରାଜା। ହାଇକୋର୍ଟ ଏହି ଆଗୁଆ ଜାମିନକୁ ଖାରଜ କରିଦେଇଥିଲେ। କେବଳ ରାଜା ନୁହେଁ, ରାଜାର ୪ ସହଯୋଗୀଙ୍କ ଆଗୁଆ ଜାମିନ ଆବେଦନକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଥିଲେ। ଏହାସହ ରାଜାକୁ ମିଳିଥିବା ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦେଇଥିଲେ। ରାଜା ଚକ୍ରକୁ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକ ହଟିବା ପରେ ଆଜି ତାକୁ ଗିରଫ କରାଯାଇଛି। ପ୍ରଥମେ ରାଜାକୁ ଉଠାଇ ନେଇ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ। ପରେ କ୍ରାଇମବ୍ରାଞ୍ଚ ରାଜାକୁ ଗିରଫ କରିଥିବା ଜଣାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ତୃତୀୟ ଦିନରେ ଘାଣ୍ଟୁଛି NHRC, ଚାଲିଛି ଖୋଳତାଡ଼, ଖୋଲୁଛି କେଳେଙ୍କାରୀର କଳା ଚିଠା

Crime Branch Raja Chakra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ