• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Deviprasad Jena

ଭୁଲ୍ ଅନୁମାନରୁ ଘଟିଗଲା ଅଭାବନୀୟ ଘଟଣା । କିଛି କରିବା ପୂର୍ବରୁ ଆଗ ପଛ ବିଚାରକରି କାର୍ଯ୍ୟ କରିବା ଉଚିତ । ଆମେ ବେଳେ ବେଳେ ଅନୁମାନ କରି ନିଷ୍ପତ୍ତି ନେଇ କାର୍ଯ୍ୟ କରିଥାଉ । ଯାହାଫଳରେ ଅନେକ ସମୟରେ ଅପୂରଣୀୟ କ୍ଷତି ହୋଇଥାଏ। ଉତ୍ତର ପ୍ରଦେଶରେ ଘଟିଛି ଠିକ୍ ଏମିତି କିଛି ଘଟଣା ।

ରାତି ପ୍ରାୟ ୧:୩୦ ସମୟରେ ଉତ୍ତର ପ୍ରଦେଶର ଶାହଜାହାନପୁରର ତିଲହାର ଥାନା ଅନ୍ତର୍ଗତ ବାବୁପୁର ଗାଁରେ ଘଟିଛି ହୃଦୟ ବିଦାରକ ଘଟଣା । ଗୁଳି ମାଡ଼ରେ ବିନା ଦୋଷରେ ଜଣେ ନିରୀହ ପଞ୍ଚମ ଶ୍ରେଣୀ ଛାତ୍ରର ଜୀବନ ଚାଲିଯାଇଛି । ଏହାପରେ ହୋଲି ପର୍ବରେ ରଙ୍ଗ ବଦଳରେ ଲୁହରେ ଭିଜିଛି ଛାତ୍ରଙ୍କ ପରିବାର । ଛାତ୍ର ଜଣକ ବୁଧବାର ରାତିରେ କ୍ଷେତରେ ଫସଲ ଜଗିଥିବା ବାପାଙ୍କ ପାଖକୁ ଖାଦ୍ୟ ପହଞ୍ଚାଇବାକୁ କ୍ଷେତକୁ ଯାଇଥିଲା ଏବଂ ସେଠାରେ ବାପାଙ୍କ ସହ ଫସଲ ଜଗିବା ପାଇଁ ରହିଯାଇଥିଲା । ବାବୁପୁର ଗ୍ରାମର ଚାଷୀ ରାମ ଖିଲାୱାନଙ୍କ ପୁଅ ୧୨ ବର୍ଷୀୟ ରଞ୍ଜିତ କୁମାର ବାପାଙ୍କ ସହିତ ଫସଲ ଜଗିଥିଲେ ।

ଫସଲକୁ ସୁରକ୍ଷା ଦେବା ପାଇଁ ଜଗି ରହିଥିବା ଚାଷୀଙ୍କ ପୁଅକୁ ଜଣେ ସ୍ଥାନୀୟ ଗ୍ରାମବାସୀ ଏବଂ ତାଙ୍କ ପୁଅ ଚୋର ଭାବି ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ରାତି ପ୍ରାୟ ୧:୩୦ ସମୟରେ ଏଭଳି ଦୁଃଖଦ ଘଟଣା ଘଟିଥିଲା । ଏହାପରେ କ୍ଷେତରେ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲା ନିଷ୍ପାପ ପଞ୍ଚମ ଶ୍ରେଣୀ ଛାତ୍ରର ମୃତଦେହ ।

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା

ଏହି ଘଟଣାକୁ ନେଇ ପୋଲିସ କହିଛି, ଏକ ଘରୋଇ ସ୍କୁଲର ପରିଚାଳକ ବୀରପାଲ ଏବଂ ତାଙ୍କ ପୁଅ ଆକାଶଙ୍କ ଗୁଳିରେ ଛାତ୍ରଙ୍କ ଜୀବନ ଯାଇଥିବା ଜଣାପଡିଛି । ସେମାନେ ଭୁଲବଶତଃ ଗୁଳି ଚାଳନା କରିବାରୁ ଏଭଳି ଘଟଣା ଘଟିଛି । ପୋଲିସ ହତ୍ୟାରେ ବ୍ୟବହୃତ ବନ୍ଧୁକ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ତିଲହାର ଥାନାରେ ସେମାନଙ୍କ ବିରୁଦ୍ଧରେ BNS ଧାରା ଅନୁଯାୟୀ FIR ରୁଜୁ କରାଯାଇଛି । ଏହି ଘଟଣାର ଅଧିକ ତଦନ୍ତ ସହିତ ଅଭିଯୁକ୍ତଙ୍କୁ ଜେରା କରୁଥିବା ସୂଚନା ଦେଇଛି ପୋଲିସ । ଅଭିଯୁକ୍ତ ବୀରପାଲ ଏବଂ ଆକାଶ କହିଛନ୍ତି, ସେମାନେ ରଞ୍ଜିତ କୁମାରଙ୍କୁ ଚୋର ଭାବି ଗୁଳି ଚଳାଇଥିଲେ ।

କୃଷକ ଖିଲାୱାନ ନିଜ ଅଭିଯୋଗରେ ଦର୍ଶାଇଛନ୍ତି, ତାଙ୍କ ୧୨ ବର୍ଷୀୟ ପୁଅ ସ୍କୁଲ ନିକଟରେ ବୁଲା ଗୋରୁ ମାନଙ୍କୁ ଘଉଡାଉଥିଲା । ଏହି ସମୟରେ ହଠାତ୍ ଗୁଳି ଶବ୍ଦ ଶୁଣିବାକୁ ମିଳିଥିଲା । ଏହାପରେ ତାଙ୍କ ପୁଅ ସାହାଯ୍ୟ ପାଇଁ ଚିତ୍କାର କରିଥିଲା । ଏହାପରେ ସେ ତଳେ ପଡିଯାଇଥିଲା ।

ଅଧିକ ପଢ଼ନ୍ତୁ: ୨୦୦ ବର୍ଷର ଇତିହାସରେ କେତେ ଥର ହୋଇଛି ଟ୍ରେନ ଅପହରଣ ? ଜାଫର ଏକ୍ସପ୍ରେସ ହାଇଜାକ କାହିଁକି ଐତିହାସିକ ?

OTV is now on Whatsapp

Join and get latest news update delivered to you via whatsapp

Join Now