Advertisment

Crime News: ବୈଜ୍ଞାନିକଙ୍କ ସଇତାନ୍ ପୁଅ; ସ୍କୁଲ ପଠାଇବାରୁ ମା’ର ଜୀବନ ନେଲା, ଶବ ସହ ବିତାଇଲା ୬ ରାତି

ନିଦରୁ ଉଠାଇ ସ୍କୁଲ ଯିବାକୁ କହିଲେ ମା’। ରାଗରେ ଧକ୍କା ଦେଲା ପୁଅ। ଡାକ୍ତରଖାନା ନ ନେଇ ଏକା ଘରେ ଛାଡ଼ି ପଳାଇଲା। ଆଉ ଫେରିବା ବେଳକୁ ମା’ଙ୍କ ମୃତ୍ୟୁ ହୋଇସାରିଥିଲା।

ଅଦ୍ୟତନ ହୋଇଛି
murder

murder

Advertisment

ସ୍କୁଲ ଯିବାକୁ କହିବାରୁ ମା’କୁ ମାରିଦେଲା ପୁଅ। ଖାଲି ସେତିକି ନୁହେଁ, ମୃତଦେହ ସହ ୬ ଦିନ କାଟିଲା। ଏପରି ଏକ ଘଟଣା ସାମନାକୁ ଆସିଛି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାରୁ। ମୃତ ମହିଳା ହେଲେ ଜଣେ ବୈଜ୍ଞାନିକଙ୍କ ପତ୍ନୀ। ହେଲେ ତାଙ୍କ ପୁଅ ଭିଆଇଛି ଏପରି କାଣ୍ଡ। ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

ପୋଲିସର ସୂଚନା ଅନୁଯାୟୀ, ମୃତ ମହିଳା ହେଲେ ଆରତୀ ବର୍ମା। ତାଙ୍କ ସ୍ୱାମୀ ରାମ ମିଲନଚେନ୍ନାଇର ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟରର ସହକାରୀ ବୈଜ୍ଞାନିକ ଭାବେ କାର୍ଯ୍ୟ କରନ୍ତି। ମା’ ଓ ପୁଅ ଘରେ ରହନ୍ତି। ପିଲାଟି ଏକାଦଶ ଶ୍ରେଣୀରେ ପଢେ। ସକାଳୁ ମା’ ପୁଅକୁ ସ୍କୁଲକୁ ଯିବାକୁ କହିଥିଲେ। ପୁଅ ଶୋଇଥିବା ବେଳେ ମା’ଙ୍କ କଥା ଶୁଣିନଥିଲା। ବାରମ୍ୱାର ଡାକିବାରୁ ଖଟରୁ ଉଠିଯାଇ ତାଙ୍କୁ ଧକ୍କା ଦେଇଥିଲା। କାନ୍ଥରେ ତାଙ୍କ ମୁଣ୍ଡ ପିଟି ହୋଇଯାଇଥିଲା।

ଏହାପରେ ପୁଅ ତାଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ କାହାକୁ ନ କହି ଘରେ ଛାଡ଼ି ସ୍କୁଲ ଚାଲିଯାଇଥିଲା। । ଏହି ସମୟରେ ଅତ୍ୟଧିକ ରକ୍ତସ୍ରାବ ହେତୁ ଆରତୀଙ୍କର ମୃତ୍ୟୁ ହୋଇଥିଲା। ପିଲାଟି ସ୍କୁଲରୁ ଫେରିବା ପରେ ମା’ଙ୍କ ମୃତଦେହ ଦେଖି ଡରି ଯାଇଥିଲା। ତଥାପି ସେ ଏ ବିଷୟରେ କାହାକୁ ଜଣାଇ ନଥିଲା। ସେ ତାଙ୍କ ମା’ଙ୍କ ମୃତଦେହ ସହିତ ୬ ଦିନ ରହିଥିଲା। ତେବେ ମହିଳାଙ୍କ ସ୍ୱାମୀ ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା ତାହା ସମ୍ଭବ ହୋଇନଥିଲା। ଏହାପରେ ସେ ଘରେ ପହଞ୍ଚିଥିଲେ। ଆଉ ସେଠାରେ ପହଞ୍ଚି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

Advertisment

ମୃତଦେହ ପଡିଥିବା କୋଠରୀରୁ ଦୁର୍ଗନ୍ଧ ଆସୁଥିଲା । କବାଟ ଖୋଲିବା ପରେ ପତ୍ନୀଙ୍କ ମୃତଦେହ ଚଟାଣରେ ପଡ଼ିଥିବା ସ୍ୱାମୀ ଦେଖିଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପ୍ରଥମେ ପିଲାଟି ପୋଲିସ ଏବଂ ବାପାଙ୍କୁ କହିଥିଲେ ଯେ, ମା’ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଛି । କିନ୍ତୁ ଯେତେବେଳେ ପୋଲିସ୍ ପୋଷ୍ଟମର୍ଟମ ରିପୋର୍ଟ ପାଇଲା ସେତେବେଳେ ଜଣାପଡିଥିଲା ଯେ ମୃତ୍ୟୁ ୬ ଦିନ ପୂର୍ବରୁ ହୋଇଛି। ଶରୀରରେ ଆଘାତ ଏବଂ କିଛି ଦାଗ ରହିଥିଲା। ଯେତେବେଳେ ପୋଲିସ ତାକୁ ପଚରାଉଚରା କଲା, ସେ ସତ ମାନିଥିଲା।

ଅଧିକ ପଢନ୍ତୁ: ଗର୍ଭବତୀଙ୍କୁ ଗୁଳି କରି ହତ୍ୟା ମାମଲା, ମହିଳାଙ୍କ ସ୍ୱାମୀ ଅଟକ

ଏହାପରେ ସବୁ କଥା ଜଣାପଡିଥିଲା। ନିଜ ମୁହଁରେ ସେ ସ୍ୱୀକାର କରିଛି ସେ ମା’ଙ୍କୁ ଠେଲି ଦେଇଥିଲା। ଡରରେ କାହାକୁ କିଛି କହିନଥିଲା। କଣ କରିବ ଭାବି ଭାବି ଘରେ ତାଲା ପକାଇ ଚାରି ଦିନ ଧରି ବାହାରେ ବୁଲୁଥିଲା। ପୋଲିସ ଘରର ସିସିଟିଭି ମଧ୍ୟ ଯାଞ୍ଚ କରିଛି। ମୃତଦେହକୁ ଟାଣି ନେଇଥିବାର ପ୍ରମାଣ ମଧ୍ୟ ପୋଲିସ ପାଇଛି ଏବଂ ସିସିଟିଭି ଫୁଟେଜରୁ ଏହା ଜଣାପଡିଛି ଯେ ଘରେ କୌଣସି ବାହାର ଲୋକ ପ୍ରବେଶ କରିନାହାଁନ୍ତି।

Advertisment

ତେବେ ପୋଲିସର କହିବା ଅନୁସାରେ, ମା’ ପୁଅକୁ ବାରମ୍ବାର ଗାଳି ଦେଉଥିଲେ। ସ୍କୁଲରେ ତା ବିରୋଧରେ ସେ ଅଭିଯୋଗ କରିଥିଲେ, ଯେଉଁଥିପାଇଁ ପିଲାଟି ରାଗିଯାଇଥିଲା । ଏହି ସମୟରେ, ସକାଳୁ ତାକୁ ସ୍କୁଲ ଯିବାକୁ କହିବାରୁ ସେ ରାଗରେ ତାଙ୍କୁ ଠେଲି ଦେଇଥିଲା । ଗଭୀର ଆଘାତ ଓ ପ୍ରବଳ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ସବୁ ପ୍ରମାଣ ମିଳିବା ପରେ ପୋଲିସ ଅଭିଯୁକ୍ତ ନାବାଳକକୁ ଗିରଫ କରିଛି।

ଅଧିକ ପଢନ୍ତୁ: ସାଇବର ଫ୍ରଡ୍‌ର ଶିକାର ହେଲେ ଡାକ୍ତର; ଚୂନ ଲଗାଇଲେ ୭୫ ହଜାର ଟଙ୍କା

Murder Uttarpradesh Son Killed Mother
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ