ଶିଶୁ ଅଧିକାର ସୁରକ୍ଷା ନେଇ ବଡ଼ ପ୍ରଶ୍ନ । ସଙ୍କଟରେ ନବଜାତଙ୍କ ନିରାପତ୍ତା ପ୍ରସଙ୍ଗ । ରାଜଧାନୀର ଛାତି ଉପରେ ମାତ୍ର ୪୦ ହଜାର ଟଙ୍କାରେ ଶିଶୁ ବିକ୍ରି ହେବା ଘଟଣା ଏବଂ ଗତକାଲି ବୁର୍ଲା ଭିମସାର ମେଡିକାଲରୁ ନବଜାତ ଶିଶୁ ଚୋରି ଘଟଣା ସଭ୍ୟ ସମାଜକୁ ବିଚଳିତ କରିଛି । ଅବଶ୍ୟ ରାଜଧାନୀ ଶିଶୁ ବିକ୍ରି ଘଟଣାରେ ପୋଲିସ ସବୁ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ବୁର୍ଲା ମେଡିକାଲରୁ ଶିଶୁ ଚୋରି ଘଟଣାରେ ଏଯାଏଁ ଅଭିଯୁକ୍ତର ଟେର୍ ପାଇନି ପୋଲିସ ।
Also Read
ରାଜଧାନୀରେ ହଇଚଇ ! ୪୦ ହଜାର ଟଙ୍କାରେ ପିଲା ବିକ୍ରି ! ୪ ବର୍ଷର ଅବୋଧ କନ୍ୟାଶିଶୁକୁ ଅନ୍ୟ ହାତରେ ଟେକିଦେଲେ ବାପା ଓ ସାବତ ମାଆ । ସଭ୍ୟ ସମାଜକୁ ଲଜ୍ଜିତ କଲା ଭଳି ଏ ଘଟଣା ଘଟିଛି ଖୋଦ୍ ଭୁବନେଶ୍ବର ବଡଗଡ଼ ଥାନା ଅଞ୍ଚଳରେ । ଘଟଣା ଥିଲା ଏମିତି । ଭୁବନେଶ୍ବର ଟଙ୍କପାଣି ରୋଡ୍ ଅଞ୍ଚଳରେ ରହୁଥିବା ମୂଳ ବିହାରର ଏକ ଦମ୍ପତି ନିଜର ୪ ବର୍ଷ କନ୍ୟାଶିଶୁକୁ ପିପିଲିର ଏକ ନିସନ୍ତାନ ଦମ୍ପତିଙ୍କୁ ବିକି ଦେବା ପାଇଁ କିଛି ଦିନ ତଳେ ଡିଲ୍ ହୋଇଥିଲା । କୁହାଯାଉଛି, ଏ ଡିଲ୍ ପଛରେ ଦୁଇ ଜଣ ମଧ୍ୟସ୍ଥି କାମ କରୁଥିଲେ ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଚାଞ୍ଚଲ୍ୟ: ପିଲା ବିକ୍ରି ଅଭିଯୋଗ, ୪ ବର୍ଷର ଶିଶୁପୁତ୍ରକୁ ୪୦ ହଜାରରେ ବିକିଲେ !
ଡିଲ୍ ଫାଇନାଲ ହେବା ପରେ ପିପିଲିର ଦମ୍ପତି ମଧ୍ୟସ୍ଥିଙ୍କ ମାଧ୍ୟମରେ ବିହାରୀ ଦମ୍ପତିଙ୍କ ହାତରେ ୪୦ ହଜାର ଟଙ୍କା ଧରାଇ ଶିଶୁକୁ ନିଜ ଘରକୁ ନେଇଥିଲେ । ପରେ ବିହାରୀ ଦଂପତି ରହୁଥିବା ଘର ମାଲିକ ଏ କଥା ଜାଣିବା ପରେ ବଡଗଡ଼ ପୋଲିସକୁ ଜଣାଇଥିଲେ । ପୋଲିସର ଏକ ସ୍ପେଶାଲ ଟିମ୍ ଏ ଘଟଣାରେ ଦୁଇ ଦଲାଲଙ୍କ ସହ ମୋଟ୍ ୬ ଜଣଙ୍କୁ ଗିରଫ କରିବା ସହ ଶିଶୁକୁ ଉଦ୍ଧାର କରି ଚାଇଲ୍ଡ ଲାଇନର ଜିମା ଦେଇଥିଲା । ପିଲା ବିକ୍ରି ଘଟଣା ଯେ ସଂପୂର୍ଣ୍ଣ ସତ, ସେକଥାକୁ ପୋଲିସ ଆଗରେ ଗୋଟି ଗୋଟି ମାନି ଯାଇଥିଲେ କିଣାବିକା କରିଥିବା ଉଭୟ ଦଂପତି ।
ଅଭାବ ହେଉ କି ଅନ୍ୟ କେଉଁ ଅସ୍ବାଭାବିକ ସ୍ଥିତି, ଏଇ କିଛି ଦିନ ଭିତରେ ନିଜ ଜନ୍ମିତ ସନ୍ତାନକୁ ଟଙ୍କା କେଇଟା ବିନିମୟରେ ଅନ୍ୟ ହାତକୁ ଟେକି ଦେବା ଭଳି ଏକାଧିକ ଘଟଣା ସାମ୍ନାକୁ ଆସିଛି । ସପ୍ତାହେ ତଳେ ବଲାଙ୍ଗିର ଲାଠୋରରେ ଏକ ନବଜାତ ଶିଶୁକୁ ବିକ୍ରି ଅଭିଯୋଗ ପରେ ଏ ମାମଲାରେ ୩ ଜଣଙ୍କୁ ଗିରଫ କରିଥିଲା ପୋଲିସ । ମାମଲାରେ ଜଣେ ଏଏନଏମ୍ ନିଲମ୍ବିତ ବି ହୋଇଥିଲେ । ସେହିଭଳି ଏହାର ଦିନକ ପୂର୍ବରୁ ରାୟଗଡ଼ାରେ ଏକ ଦଂପତି ମାତ୍ର ୯ ଦିନର ଶିଶୁକନ୍ୟାକୁ ୨୦ ହଜାର ଟଙ୍କାରେ ଆନ୍ଧ୍ର ପ୍ରଦେଶର ଏକ ଦମ୍ପତିକୁ ବିକ୍ରି କରିଥିବା ଅଭିଯୋଗ ଆସିଥିଲା । ରାଜ୍ୟରେ ଗୋଟିଏ ପରେ ଗୋଟିଏ ଏଭଳି ଅଭାବନୀୟ ଘଟଣାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ସୁରକ୍ଷା ଉପରେ କାର୍ଯ୍ୟ କରୁଥିବା ସଂଗଠନ।
ଅଧିକ ପଢ଼ନ୍ତୁ: ଚୋର ଭକ୍ତ ! ଶନି ଦେବଙ୍କୁ କ୍ଷମା ମାଗିଲା, ହୁଣ୍ଡି ଭାଙ୍ଗି ଟଙ୍କା ନେଇ ଛୁ’ ମାରିଲା
ଏପଟେ ପିଲା ବିକ୍ରି ଭିତରେ ବୁର୍ଲା ଭିମସାରରୁ ପିଲା ଚୋରି ଘଟଣା ବି ନବଜାତକଙ୍କ ଶିଶୁଙ୍କ ସୁରକ୍ଷା ପ୍ରସଙ୍ଗ ଉପରେ ଟାଣିଛି ବଡ଼ ପ୍ରଶ୍ନବାଚୀ । ସମ୍ବଲପୁର ପୋଲିସ ଏଯାଏଁ ୨୩ଟି ସ୍ଥାନରେ ଚଢାଉ କରି ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍ ଯାଞ୍ଚ ସହ ରାସ୍ତାରେ ନାକାବନ୍ଦୀ କରି ଶୁଶୁକୁ ଉଦ୍ଧାର ପାଇଁ ନାକେଦମ ହେଲାଣି । କିନ୍ତୁ ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ଏ ଯାଏଁ ପୋଲିସର ହାତ ଖାଲି । ସେପଟେ ହସ୍ପିଟାଲାର ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି କଥାକୁ ସ୍ବୀକାର କରିଛନ୍ତି ଭିମସାର ନିର୍ଦ୍ଦେଶକ ।