• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କ୍ରାଇମ କ୍ୟାପିଟାଲ ବଲାଙ୍ଗିର । କେତେବେଳେ ଗୁଳି ଫୁଟୁଛି, ତ ଆଉ କେତେବେଳେ ଖଣ୍ଡା ବୁଲୁଛି । ଦିନ ଦ୍ୱିପ୍ରହରେ ଲୁଟ ହେଉଛି । କଥା କଥାରେ ଏଠି ହଣାକଟା । କିଛି ଅପରାଧି ଧରାପଡୁଛନ୍ତି, ଆଉ କିଛି ଫେରାର ମାରୁଛନ୍ତି । ସତେ ଯେମିତି ଅପରାଧିଙ୍କ ଚରାଭୂଇଁ ପାଳଟିଛି ସହର । ଗତ ୧୫ ତାରିଖ ସକାଳୁ ସକାଳୁ ଜମି କାରବାରକୁ ନେଇ ଏଠାରେ ଗୁଳି ଫୁଟିଥିଲା , ଆଉ ସଂନ୍ଧ୍ୟାରେ ଖଣ୍ଡା ବୁଲିଥିଲା । ଆତଙ୍କ ଖେଳାଇଥିବା ସେହି ସିସିଟିଭି ଭିଜୁଆଲ ଏବେ ଭାଇରାଲ ହେଉଛି । ଯେକେହି ବି ଭିଡିଓ ଦେଖିବ, ପୋଲିସର ଉପସ୍ଥିତିକୁ ନେଇ ସନ୍ଦେହ କରିବ । ଅପରାହ୍ନରେ ଜନବସତି ଭିତରେ ପ୍ରାୟ ପାଂଚ ମିନିଟ ଧରି ଜଣେ ଯୁବକଙ୍କୁ ହାଣିଥିଲେ ପାଂଚଜଣ ଅପରାଧି । ଆଉ ଖୋଲଖୋଲି ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ କରିବା ପରେ ଫେରାର ମାରିଥିଲେ ।

ତାରିଖ ୧୫ । ସମୟ ସଂନ୍ଧ୍ୟା ୫ ଟାର ୧୭ । ସିସିଟିଭିର କଏଦ୍ ହୋଇଛି ଭୟଙ୍କର ଦୃଶ୍ୟ । ବଲାଙ୍ଗିର ଶାସ୍ତ୍ରୀନଗରରେ ଥିବା ଭବାନୀ ଦୀପଙ୍କ ଘରେ ପାଂଚଜଣ ଅପରାଧି ଦୁଇଟି ବାଇକରେ ପହଚିଂଥିଲେ । ଆଉ ଦୁଆର ମୁହଁରେ ଭବାନୀକୁ ଦେଖି ଅତର୍କିତ ଆକ୍ରମଣ କରିଥିଲେ । ଦୁଇଜଣ ଖଣ୍ଡାରେ ଆକ୍ରମଣ କରୁଥିବା ବେଲେ, ଆଉ ଜଣେ ଟେକାପଥର ମାରୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: କଲେଜ ପରିସରରେ ଗୋଡ଼ାଇ ଗୋଡ଼ାଇ ଛାତ୍ରୀଙ୍କୁ ହାଣିଲେ...

ସେହିପରି ଆଉ ଏକ ଭିଜୁଆଲ ମଧ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ସମୟ ଧରି ସ୍ୱାମୀକୁ ଖଣ୍ଡାରେ ହାଣୁଥିବାର ଦେଖି ତାଙ୍କ ସ୍ତ୍ରୀ ୟଶୋବନ୍ତୀ ସ୍ୱାମୀକୁ ରକ୍ଷା କରିବା ପାଇଁ ଦଉଡି ଆସିଲେ । ହେଲେ ଅପରାଧି ତାଙ୍କୁ ବି ଖଣ୍ଡାରେ ଚୋଟ ମାରିଥିଲେ । ଗୋଡ ହାତରେ ଭବାନୀଙ୍କର ଚୋଟ ପରେ ଚୋଟ ମାରିଥିଲେ ଦୃବୁର୍ତ୍ତ ।

ଅନ୍ୟପଟେ ବାପାଙ୍କୁ ଆକ୍ରମଣର କରୁଥିବା ଦେଖୁଥିଲେ ଆଠବର୍ଷର ପୁଅ ଓ ଭବାନୀଙ୍କ ମା । ପୁଅର ଚିତ୍କାର ଶୁଣିବି କେହି ଆସୁନଥିଲେ । ଅପରାଧି ଫେରାର ହେଲା ପରେ ପାଖପଡୋଶୀ ଆସିଥିଲେ । ଘଟଣାର ୧୫ ମିନିଟ ପରେ ୫ ଟା ୩୨ରେ ଘଟଣାସ୍ଥଳରେ ପହଞ୍ଚିଲା ପିଅସିଆର । ଭବାନୀ ଓ ତାଙ୍କ ସ୍ତ୍ରୀକୁ ଉଦ୍ଧାର କରି ହସପିଟାଲ ନେଲା ପୋଲିସ । ବର୍ତ୍ତମାନ ଗୁରୁତର ଭବାନୀଙ୍କୁ ବୁର୍ଲା ସ୍ଥାନାନ୍ତରିତ କରିଥିବା ବେଲେ ସ୍ତ୍ରୀ ୟଶୋବନ୍ତୀ ଏବେ ବଲାଙ୍ଗିର ହସପିଟାଲରେ ଚିକିତ୍ସାଧିନ ଅଛନ୍ତି ।

କିଏ କିଏ କଲେ ଆକ୍ରମଣ ?

ସିସିଟିଭିରେ ଦେଖିବାକୁ ମିଳୁଥିଲା କଳା ଟି ସାର୍ଟ ଓ ହାପପେଣ୍ଟ ପିନ୍ଧି ଖଣ୍ଡାରେ ହାଣୁଥିବା ମୋଟା ଯୁବକ ଜଣକ ହେଉଛି ବବୁଲୁ ମହାନନ୍ଦ । ଆଉ ପିଙ୍କ ଟି ସାର୍ଟ ଓ ମୁଣ୍ଡରେ ଟୋପି ଲଗାଇ ଖଣ୍ଡାରେ ହାଣୁଥିବା ଯୁବକ ହେଉଛି ଶ୍ରୀପତୀ ସିଂ । ଧଳାସାର୍ଟ ପିନ୍ଧି ଟେକା ମାରୁଥିବା ଯୁବକ ହେଉଛି ଶ୍ରୀକାନ୍ତ ମୋଟାରୀ । ଜିନ୍ସପେଣ୍ଟ ଓ ଚେକ ସାର୍ଟ ପିନ୍ଧି ଜାଗା ଉପରକୁ ଅନ୍ୟ ମାନଙ୍କୁ ଆସିବାକୁ ବାରଣ କରୁଥିବା ଯୁବକ ହେଉଛି ସୁନିଲ ସ୍ୱାଇଁ । ପ୍ରଥମରୁ ବୁଲେଟ ଡ୍ରାଇଭ କରି ଏ ଅପରାଧି ମାନଙ୍କୁ ଛାଡି ଫେରାର ମାରିଥିବା ଯୁବକ ହେଉଛି ସିପୁନ ପଟ୍ଟନାୟକ । 

ପୂର୍ବରୁ ଅପରାଧ ସହ ଜଡ଼ିତ

ଆଗରୁ ଡକାୟତୀ,ରାହାଜାନୀ ଓ ଫାୟାରିଂ କେସରେ ଜଡିତ ବବଲୁକୁ ଗୁଳି ମାରି ଜଖମ କରିଥିଲା ପୋଲିସ । ୨୦୧୯ରେ ପୋଲିସ ଗୁଳିରେ ଘାଇଲା ହୋଇଥିବା ବବଲୁ ମହାନନ୍ଦ । ଠିକ ସେମିତି ଶ୍ରୀପତି ସିଂ ନାଁରେ ବି ଅନେକ ଜମିଜମା ମାମଲା ରହିଛି । ଶ୍ରୀକାନ୍ତ ମୋଟାରୀ ଜଣାଶୁଣା ଜମିଜମା ଓ ମଦବେପାରୀ । ସୁନିଲ ସ୍ୱାଇଁ ନାଁରେ ରହିଛି ହତ୍ୟା ଓ ଡକାୟିତି ମୋକଦ୍ଦମା । ସମସ୍ତେ ଜାମିନରେ ଆସି ଖୁଲମଖୁଲ୍ଲା ଅପରାଧ କରି ଫେରାର ମାରୁଛନ୍ତି , କିନ୍ତୁ ପୋଲିସର ଉତ୍ତର ସ୍ୱତନ୍ତ୍ର ଟିମ କରି ଖୋଜୁଛୁ ।

(ରିପୋର୍ଟ-ମନୋରଞ୍ଜନ ଯୋଶୀ, ବଲାଙ୍ଗୀର)