୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଝାରପଡ଼ା ଜେଲରୁ ଜାମିନରେ ମୁକୁଳିଲେ ୩ ଅଭିଯୁକ୍ତ । ସର୍ତ୍ତମୂଳକ ଜାମିନ୍ ପରେ ଗତକାଲି ଜେଲରୁ ବାହାରିଛନ୍ତି ଠିକାଦାର ଦେବଦତ୍ତ ମହାପାତ୍ର, ସନ୍ତୋଷ ମହାରଣା, ଚଞ୍ଚଳ ମୁଖାର୍ଜୀ । ଜେଲରୁ ବାହାରିବା ପରେ ବ୍ରିଜ୍ ଆଣ୍ଡ୍ ରୁଫ୍ କମ୍ପାନୀର ଗ୍ରୁପ୍ ଜେନରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ତାଙ୍କ ସହ ଷଡ଼ଯନ୍ତ୍ର ହୋଇଛି । ସମୟ ଆସିଲେ ସତ ସାମ୍ନାକୁ ଆସିବ ।
Also Read
ସୂଚନା ଅନୁସାରେ B&R କମ୍ପାନୀର ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ୩ ଅଭିଯୁକ୍ତଙ୍କୁ ଭୁବନେଶ୍ବର ସିବିଆଇ ସ୍ବତନ୍ତ୍ର କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଅଭିଯୁକ୍ତମାନେ ସହର ବାହାରକୁ ଯାଇପାରିବେନି, ‘ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିବେନି ଭଳି କଡ଼ା ସର୍ତ୍ତ ସହ କୋର୍ଟ ସେମାନଙ୍କୁ ଜାମିନ ଦେଇଥିଲେ ।
ଅଧିକ ପଢ଼ନ୍ତୁ: ଠକେଇ ଗ୍ୟାଙ୍ଗରେ ପୂରା ପରିବାର, ଚାକିରି ଦେବା ନାଁରେ କୋଟି କୋଟି ଟଙ୍କା ମାରିନେଲେ
ସେପଟେ ଏହି ମାମଲାରେ ଦୀର୍ଘ ଦିନ ଧରି ବାଦ ବିବାଦ ପରେ IAS ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ସରକାର । ବିଷ୍ଣୁପଦ ପାଖରୁ ୩ଟି ବିଭାଗ କାଢି ସାଧାରଣ ପ୍ରଶାସନ ବିଭାଗର ଓଏସ୍ଡି ଭାବେ ବସାଇ ଦେଇଛନ୍ତି । ନୂଆ ସରକାରରେ ବି ପାୱାରଫୁଲ ଥିଲେ ବିଷ୍ଣୁପଦ ସେଠୀ । ଓଡ଼ିଆ ଭାଷା-ସାହିତ୍ୟ ସଂସ୍କୃତି, ଏସ୍ଟି-ଏସସି ସହ ଭିନ୍ନକ୍ଷମ ସଶକ୍ତିକରଣ ଭଳି ଏକାଧିକ ବିଭାଗ ଥିଲା ତାଙ୍କ ପାଖରେ। ଏବେ ସବୁ ବିଭାଗକୁ କାଢି ଡେପୁଟେସନରୁ ଫେରିଥିବା ସଞ୍ଜୀବ ମିଶ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର। ଏଠି ପ୍ରଶ୍ନ ଉଠୁଛି କେବଳ ସିବିଆଇ ସମନ ପାଇଁ ସରକାରଙ୍କ ଏ ଆକ୍ସନ୍ ନା ମିଳିଛି ସେଭଳି କିଛି ଠୋସ୍ ପ୍ରମାଣ । ଏସ୍ଟି-ଏସ୍ସି ବିଭାଗର ପ୍ରମୁଖ ସଚିବ ଭାବେ ବିଷ୍ଣୁପଦ ସେଠୀ ଦେଇଥିବା ବିବାଦୀୟ ଆଶ୍ରମ ସ୍କୁଲ ଅପଗ୍ରେଡେସନ କାମ ବାବଦରେ ଅବଗତ ନଥିଲେ କି ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀ ? ଯଦିଓ ସରକାର ଏବେ ବିଷ୍ଣୁପଦଙ୍କୁ କେବଳ ଓଏସ୍ଡି ଭାବେ ବସାଇଛନ୍ତି, ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ନେଇ ପାରନ୍ତି କି ? ଆରମ୍ଭ ହୋଇପାରେ କି ବିଭାଗୀୟ ପ୍ରୋସିଡିଂ ?
ବ୍ରିଜ୍ ଆଣ୍ଡ ରୁଫ୍ ୧୦ ଲକ୍ଷ ଲାଞ୍ଚ ମାମଲାରେ ୧୦ ତାରିଖରୁ ସିବିଆଇ ସମନ ପରେ ବିବାଦ ଘେରକୁ ଆସିଥିଲେ ବିଷ୍ଣୁପଦ ସେଠୀ । ତେବେ ଏହା ଭିତରେ ସିବିଆଇ ପାଖରେ ସେ ହାଜର ହୋଇଛନ୍ତି କି ନାହିଁ ଏ ଯାଏଁ ନିଜେ ବିଷ୍ଣୁପଦ ସ୍ପଷ୍ଟ କରିନାହାନ୍ତି । ଏପରିକି ବ୍ରିଜ୍ ଆଣ୍ଡ ରୁଫ୍ ସହ ଲିଙ୍କ୍ ଅଭିଯୋଗ ନେଇ ବି କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି । ଯେଉଁଥିପାଇଁ ସରକାରକୁ କାଠଗଡାକୁ ଟାଣିଥିଲେ ବିରୋଧୀ । ଏମିତିକି ଛାତ୍ର କଂଗ୍ରେସ ପକ୍ଷରୁ ବିଷ୍ଣୁପଦଙ୍କ ସରକାରୀ ବାସଭବନ ଘେରାଉ ସହ ଅଣ୍ଡାମାଡ ମଧ୍ୟ ହୋଇଥିଲା। ଆଉ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା ନୀତିର କାର୍ଯ୍ୟକାରିତା ପାଇଁ ଆକ୍ସନ ନେଇଥିଲେ ସରକାର । ସରକାରଙ୍କ କାର୍ଯ୍ୟାନୁଷ୍ଠାନ ପରେ ଏବେ ସିବିଆଇର ଆକ୍ସନ ଉପରେ ନଜର ରହିଛି ।