CBI Raid: ଚଢାଉକୁ ଜୋରଦାର୍ କରି ସିବିଆଇର ଖୋଳତାଡ, ବାହାରିବ ଟେଣ୍ଡର ଫିକ୍ସିଂର ସତ !

ତିନିଜଣଙ୍କୁ ଗିରଫ କଲା ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫଙ୍କୁ ଗିରଫ କଲା । ଦେବଦତ୍ତଙ୍କ ଘରୁ ରେଡ୍‌ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ ।

ସିବିଆଇ ରେଡ୍

ସିବିଆଇ ରେଡ୍ ଘଟଣାରେ ବଡ଼ ଅପଡେଟ। ପୁଣି ଜବତ ହେଲା ଆଉ ଏକ କାର୍ । ଧଳା ରଙ୍ଗର କ୍ରେଟା କାର୍ ଜବତ କଲା ସିବିଆଇ। ଧଳା ରଙ୍ଗର କାରରେ ଯାଉଥିଲେ ସରକାରୀ ଅଧିକାରୀ । ବାଟରେ ୩ ଟି ଗାଡି ପରିବର୍ତ୍ତନ କରିଥିଲେ ସରକାରୀ କର୍ମଚାରୀ । ସରକାରୀ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛନ୍ତି ସିବିଆଇ କର୍ମଚାରୀ । ତିନିଜଣଙ୍କୁ ଗିରଫ କଲା ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ୍ କମ୍ପାନୀର ଓଡ଼ିଶା, ପଶ୍ଚିମବଂଗ ମୁଖ୍ୟ ଚଞ୍ଚଲ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ପ୍ରଦୀପ ମହନ୍ତ ଓ କଣ୍ଟ୍ରାକ୍ଟର ଦେବଦତ୍ତ ମହାପାତ୍ର ଗିରଫଙ୍କୁ ଗିରଫ କଲା । ଦେବଦତ୍ତଙ୍କ ଘରୁ ରେଡ୍‌ ବେଳେ ନଗଦ ଟଙ୍କା ଓ ସୁନା ପାଇଛି ସିବିଆଇ । 

Bridge and roof co.limted କମ୍ପାନୀ ଉପରେ ସିବିଆଇ ରେଡ୍ । ସର୍ଵ ଭାରତୀୟ ସ୍ତରରେ କମ୍ପାନୀ ଉପରେ ହେଉଛି ରେଡ୍ । ଦିଲ୍ଲୀ, କୋଲକାତା ସମେତ ୧୧ଟି ସ୍ଥାନରେ ସିବିଆଇ ପକ୍ଷରୁ କରାଯାଇଛି ଅଚାନକ ରେଡ୍ । ଏହି କ୍ରମରେ ଓଡିଶାରେ ଭୁବନେଶ୍ୱର ସମେତ ୫ଟି ସ୍ଥାନରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି। ଭୁବନେଶ୍ୱର, କଟକ, ଛତ୍ରପୁରରେ ସିବିଆଇ ପକ୍ଷରୁ ଚଢ଼ାଉ ଚାଲିଛି । ଭୁବନେଶ୍ୱର ରାମ ମନ୍ଦିର ପାଖରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଜୋନାଲ ଅଫିସ, ନୟାପଲ୍ଲୀରେ ଥିବା ବ୍ରାଞ୍ଚ ଅଫିସ, କଟକ ଫୁଲନଖରାରେ ଥିବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ର ମାଲିକ ଦେବଦତ୍ତ ମହାପାତ୍ରଙ୍କ ଘରେ ରେଡ୍ କରାଯାଇଛି।

ଅଧିକ ପଢନ୍ତୁ: କଥା ରଖିଲେ ସରକାର; ଆଜି ଚାଷୀଙ୍କୁ ମିଳିବ ୮୦୦ଟଙ୍କାର ଇନପୁଟ୍ ସହାୟତା

ଏହା ପୂର୍ବରୁ ସିବିଆଇର ଦୁଇଟି ଟିମ ଦେବଦତ୍ତଙ୍କ ସମେତ ୪ ଜଣଙ୍କୁ ହୋଟେଲ ମେ’ ଫେୟାର ଆଗରୁ ଧରି ଅଟକ ରଖିଛି । ପ୍ରାୟ କୋଟିଏ ନଗଦ ଟଙ୍କା ସହ ଏକ ଦାମୀ କାରରେ ଡିଲ ହେଉଥିବା ବେଳେ ଧରିଥିଲେ ସିବିଆଇ କର୍ମଚାରୀ । ସିବିଆଇ ସୂତ୍ରରୁ ଜଣାପଡିଛି, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ କରିଥିବା ନେଇ ଦିଲ୍ଲୀରେ ସିବିଆଇ ପାଖରେ ଅଭିଯୋଗ ହୋଇଛି । ତେଣୁ ଦିଲ୍ଲୀ, କୋଲକତା ଓ ଓଡ଼ିଶାରେ ରେଡ୍ ଜାରି ରହିଛି।

ସୂଚନା ଅନୁସାରେ, ଗତ ରାତି ପ୍ରାୟ ୯ଟା ସମୟରେ ମେ’ ଫାୟାର ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ଦାମୀ କାର ଛିଡ଼ା ହୋଇଥିଲା । ଯାହାର ନମ୍ବର OD-05-9999 । ତେବେ ଏହି ଦାମୀ ଗାଡ଼ିଟି ଏକ ବିଲଡର ସଂସ୍ଥାର । ଏହି ବିଲ୍ଡର ସଂସ୍ଥାର ଅଫିସ୍‌ ଫୁଲନଖରାରେ ଥିବା ସୂଚନା ମିଳିଛି । ଚର୍ଚ୍ଚା ହେଉଛି ଗାଡ଼ିରେ ଡିଲ୍‌ ହେଉଥିଲା । ତେବେ ଏ ସମ୍ପର୍କରେ ସିବିଆଇ ଟିମ୍‌ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଗାଡ଼ି ଭିତରୁ କୋଟିଏରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି । ୪ ଜଣଙ୍କୁ ସିବିଆଇ ଟିମ୍‌ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏତେ ପରିମାଣରେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆସିଥିଲା, ତାହା ଜଣାପଡ଼ି ନାହିଁ। ଏ ସଂପର୍କରେ ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର କର୍ମକର୍ତ୍ତା କିମ୍ବା ଆଦିତ୍ୟ ଦେବ ପ୍ରାଇଭେଟ ଲିମିଟେଡ଼ କର୍ମକର୍ତ୍ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଅଧିକ ପଢନ୍ତୁ: ଭୁବନେଶ୍ବରରେ CBI ରେଡ୍, ଦାମୀଗାଡ଼ିରୁ ମିଳିଲା ପ୍ରାୟ ୧ କୋଟି ଟଙ୍କା !