• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଟ୍ରେନ୍ ପ୍ଲାଟଫର୍ମରେ ପଶିଲା କାର୍ । ଆମେ କୌଣସି ଫିଲ୍ମ କଥା କିମ୍ବା କୌଣସି ଫିଲ୍ମର ଷ୍ଟଣ୍ଟ ସିନ୍ କଥା କହୁ ନାହୁଁ । ଆମେ କହୁଛୁ ଏକ ସତ ଘଟଣା । ପ୍ଲାଟଫର୍ମ ଭିତରକୁ ପଶି ଆସିଛି ଏକ କାର୍ । ଏଭଳି ଏକ ଘଟଣା ଘଟିଛି ଖୋଦ୍‌ ରାଜଧାନୀ ଭୁବନେଶ୍ୱର ରେଳୱେ ଷ୍ଟେସନର । କାର୍‌ର କିଛି କିଛି ଅଂଶ ଫ୍ଲାଟଫର୍ମରେ ରହିଥିବା ବେଳେ କିଛି ଅଂଶ ବାହାରକୁ ରହିଥିଲା । ଟ୍ରେନ ଟ୍ରାକ୍ ଆଡକୁ ଝୁଲିକି ରହିଥିଲା କାର୍ ।

ସେଠାରେ ଥିବା ଲୋକେ କିଛି ବୁଝିବା ପୂର୍ବରୁ କାର୍ ଭିତରୁ ବାହାରିଥିଲେ ଦୁଇ ଜଣ ଯୁବକ ଯୁବତୀ । ସେମାନଙ୍କ ବିରୋଧରେ ଆରପିଏଫ୍ ଏକ ମାମଲା ରୁଜୁ କରିଛି । ଏହି ଘଟଣା ହେଉଛି ଗତ ୧ ତାରିଖ ରାତିର । ରେଲୱେ ଷ୍ଟେସନ ମାଛ ଗେଟ ଖୋଲା ଥିବାବେଳେ ସେହି ପଟରୁ କାରଟି ପ୍ଲାଟଫର୍ମକୁ ପଶି ଆସିଥିଲା । କାର ଯେଉଁ ଅବସ୍ଥାରେ ଥିଲା ଆଉ ଟିକେ ହୋଇଥିଲେ ପୁରା ରେଳ ଧାରଣା ଉପରକୁ ଆସିଥାନ୍ତା । ପୋଲିସ ତନାଘନା କରିବା ପରେ କାରରୁ ମିଳିଥିଲା ମଦ ବୋତଲ । ଖାଲି ସେତିକି ନୁହେଁ କାର୍‌ରୁ ବାହାରିଥିବା ଉଭୟ ଯୁବକ ଯୁବତୀ ନିଶା ଗ୍ରସ୍ତ ଥିବା ଉପସ୍ଥିତ ଲୋକେ କହିଛନ୍ତି ।