/odishatv-khabar/media/post_attachments/uploadimage/library/16_9/16_9_0/MURDER_1757767913.jpg)
MURDER
ଆମେରିକାର ଏକ ହୋଟେଲରେ ଜଣେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏପରି କ’ଣ ଘଟିଲା ଯେ ହତ୍ୟାକାରୀ ଏତେ ହିଂସ୍ର ହେଇଉଠିଲା ଏବଂ ହୋଟେଲରେ ମୁଣ୍ଡ କାଟି ଦେଇଥିଲା-ଏହି ରୋମାଞ୍ଚକର କାହାଣୀ ଶୁଣିଲେ ଲୋମ ମୂଳ ଟାଙ୍କୁରି ଉଠିବ। ତେବେ ବୀଭତ୍ସ ହତ୍ୟାକାଣ୍ଡ ଏବେ ହଟଚମଟ ସୃଷ୍ଟି କରିଛି।
ଆମେରିକାର ଟେକ୍ସାସର ଡଲସ ସହର। ଏହି ସହରରେ ଏମିତି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଲା, ଯାହା ଆମେରିକାରୁ ଭାରତ ଯାଏ ହଇଚଇ ସୃଷ୍ଟି କରିଛି। ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ ନାମକ ଜଣେ ଆମେରିକୀୟ ବ୍ୟକ୍ତି ଭାରତୀୟ ବଂଶୋଦ୍ଭବ ଚନ୍ଦ୍ର ନାଗମଲ୍ଲେୟାଙ୍କୁ ଗଳା କାଟି ହତ୍ୟା କରିଛି। ଭାରତୀୟ ବଂଶୋଦ୍ଭବ ନାଗମଲ୍ଲେୟା ହୋଟେଲ ପରିଚାଳକ ଭାବେ କାମ କରୁଥିଲେ। ହତ୍ୟାକାଣ୍ଡ ଏତେ ଭୟଙ୍କର ଥିଲା ଯେ ପ୍ରତ୍ୟକ୍ଷଦର୍ଶୀ ଭୟରେ ଥରିଉଠିଥିଲେ।
କାହିଁକି ଘଟିଲା ଏମିତି ବୀଭତ୍ସ କାଣ୍ଡ
ଏକ ୱାଶିଂ ମେସିନ୍ ପାଇଁ ଉଭୟଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହା ପରେ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍ ଏଭଳି ବୀଭତ୍ସ କାଣ୍ଡ ଘଟାଇଥିଲା। ନାଗମଲ୍ଲେୟା ସେହି ହୋଟେଲର ପରିଚାଳକ ଥିଲେ ଯେଉଁଠାରେ ଅଭିଯୁକ୍ତ ମାର୍ଟିନେଜ୍ ତାଙ୍କ ପୋଷାକ ଧୋଇବାକୁ ଆସିଥିଲା। ଆମେରିକାରେ ସାର୍ବଜନୀନ ୱାଶିଂ ମେସିନ୍ ଲଗାଯାଇଛି। ଏଥିରେ ଲୋକମାନେ ଦେୟ ଦେବା ପରେ ସେମାନଙ୍କର ପୋଷାକ ଧୋଇପାରିବେ। ମାର୍ଟିନେଜ୍ ମଧ୍ୟ ତାଙ୍କ ପୋଷାକ ଧୋଇବାକୁ ଆସିଥିଲା। ସେ ଯେଉଁ ମେସିନ୍ ପାଖକୁ ଯାଇଥିଲେ ତାହା ଅଚଳ ଥିଲା। ନାଗମଲ୍ଲେୟା ତାଙ୍କୁ ଅଚଳ ମେସିନ୍ ବ୍ୟବହାର କରିବାକୁ ବାରଣ କରିଥିଲେ। ଏହାସତ୍ତ୍ବେ ଅଭିଯୁକ୍ତ ତାଙ୍କ ଉପରେ ରାଗିଥିଲେ। ଏଇଠୁ ରକ୍ତମୁଖା ହେଇଯାଇଥିଲା ମାର୍ଟିନେଜ୍।
ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା
ଯେତେବେଳେ ମାର୍ଟିନେଜ୍ ନାଗମଲ୍ଲେୟାଙ୍କୁ ଆକ୍ରମଣ କଲେ ସେ ପାର୍କିଂ ସ୍ଥାନ ଦେଇ ସାମନା କାର୍ଯ୍ୟାଳୟ ଆଡ଼କୁ ଦୌଡ଼ିବାକୁ ଲାଗିଲେ। କିନ୍ତୁ କୋବୋସ୍-ମାର୍ଟିନେଜ୍ ତାଙ୍କୁ ପିଛା କରି ଚାଲିଲେ। ଏହି ସମୟରେ ନାଗମଲ୍ଲେୟାଙ୍କ ସ୍ତ୍ରୀ ଏବଂ ପୁଅ ମଧ୍ୟ ସମ୍ମୁଖ କାର୍ଯ୍ୟାଳୟରୁ ବାହାରକୁ ଆସି ଅଭିଯୁକ୍ତଙ୍କୁ ଅଟକାଇବାକୁ ଚେଷ୍ଟା କଲେ। ଅଭିଯୁକ୍ତ ଉଭୟଙ୍କୁ ଠେଲି ଦେଇଥିଲେ। ଆଉ ତା ପରେ ରକ୍ତର ତାଣ୍ଡବ କରିଥିଲେ ହତ୍ୟାକାରୀ।
ପୋଲିସ ହେପାଜତରେ ଅଭିଯୁକ୍ତ
ଏ ପ୍ରକାର ନିର୍ମମ ଭାବରେ ହତ୍ୟା କରିଥିବା ଅଭିଯୁକ୍ତ ୟୋର୍ଡାନିସ୍ କୋବୋସ୍-ମାର୍ଟିନେଜ୍କୁ ପୋଲିସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଆସିଛି। ହ୍ୟୁଷ୍ଟନରେ ତାଙ୍କର ଏକ ଅପରାଧିକ ରେକର୍ଡ ରହିଛି। ସେ କାର୍ ଚୋରିଠାରୁ ଆରମ୍ଭ କରି ଆକ୍ରମଣ ଭଳି ଅଭିଯୋଗରେ ଧରାପଡ଼ିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)