Advertisment

ମୋ ପରିଶ୍ରମର ଧନ ଫେରାଇଦିଅ... ମ୍ୟାରେଜ୍‌ ପୂର୍ବରୁ କାନ୍ଦି କାନ୍ଦି ଗୁହାରି କଲେ ଯୁବତୀ

ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ  ଚୋରକୁ କେବେ ଧରିବେ, ସେନେଇ ପୋଲିସ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ।

author-image
Chandan Shishu
ଅଦ୍ୟତନ ହୋଇଛି
bride to be's jewellery and money stolen before wedding

bride to be's jewellery and money stolen before wedding

ଆପଣମାନେ ଚୋରକୁ ଧରି ପାରୁନାହାନ୍ତି....ମେ ୫ରେ ମୋ ଵାହାଘର। ମୋର ବାପା ନାହାନ୍ତି କି ଭାଇ ନାହାନ୍ତି। ଆଉ ଚିନ୍ତାରେ ମୁଁ ଓ ମୋ ମା। ମାଙ୍କ ଦେହ ଖରାପ ହେଲାଣି। ମତେ ମୋ ପରିଶ୍ରମର ସୁନା, ଟଙ୍କା  ଫେରାନ୍ତୁ। ମୁଁ ଆଉ କିଛି ମାଗୁନି। ଏମିତି ଗୁହାରି କରୁଛନ୍ତି ଜଣେ ଯୁବତୀ। ବାହାଘରକୁ ମାତ୍ର ପନ୍ଦର ଦିନ ଅଛି, କିନ୍ତୁ ଗତ ୧୬ତାରିଖରେ ଘରୁ ଚୋରି ହୋଇଗଲା ସୁନା ଗହଣା ଆଉ ରଖିଥିବା ଟଙ୍କା।

Advertisment

ଲୁଟ ଟଙ୍କା ଫେରି ପାଇବା ପାଇଁ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଗୁହାରି କଲେ ଯୁବତୀ। ବାହାଘରକୁ ମାତ୍ର ପନ୍ଦର ଦିନ ପୂର୍ବରୁ ଗତ ୧୬ତାରିଖରେ କୋରାପୁଟ ଜୟପୁରର ସ୍ୱାତୀ ସିଂଙ୍କ ସୁନା ଗହଣା ଚୋରି ହୋଇଥିଲା। ୧୪ ଲକ୍ଷ ଟଙ୍କାର ଗହଣା ସହ ୩ ଲକ୍ଷ ଟଙ୍କା ଚୋରି ହୋଇଥିଲା। ଏହି ଘଟଣାରେ ଟାଉନପୋଲିସ ସାଇଣ୍ଟଫିକ ଟିମ ଓ ସନ୍ଧାନୀ କୁକୁର ସହ ତଦନ୍ତ କରୁଛି । କିନ୍ତୁ ସାତଦିନ ପରେ ବି ପୋଲିସର ହାତ ଖାଲିା ଏନେଇ ଜୟପୁର ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ ଗୁହାରି କରିଛନ୍ତି ଯୁବତୀ ସ୍ବାତୀ ସିଂ।

ଏନେଇ ଯୁବତୀ ଜଣକ କହିଛନ୍ତି- ପୋଲିସଙ୍କୁ ଆମେ ବାରମ୍ବାର ଅନୁରୋଧ କରୁଛୁ କିନ୍ତୁ ସେ ଦିନ ପରେ ଦିନ ଗଡାଇ ଚାଲିଛନ୍ତି। ଯେଉଁମାନେ ସନ୍ଦେହ ଘେରରେ ଅଛନ୍ତି, ସେମାନଙ୍କ ନାଁ ମଧ୍ୟ ଆମେ କହିଛୁ। କିନ୍ତୁ ପୋଲିସ ତରଫରୁ ସେଭଳି ଉତ୍ତର ପାଇପାରୁ ନାହୁଁ। 

Advertisment

ପୋଲିସ ଉପରେ ଭରସା ଥିଲେ ବି ଚୋରି ସୁନା ଟଙ୍କା ଓ  ଚୋରକୁ କେବେ ଧରିବେ ପୋଲିସ, ସେନେଇ ଉତ୍ତର ଦେଉନଥିବା କାନ୍ଦି କାନ୍ଦି କହିଛନ୍ତି ଅଭିଯୋଗକାରିଣୀ।  ସେପଟେ ଖୋଦ ଏସପି ଘଟଣାର ମନିଟରିଙ୍ଗ କରୁଥିବା କହିଛନ୍ତି ଜିଲ୍ଲାପାଳ। ଆଉ ଏସପି କହିଛନ୍ତି ଟେକ୍ନିକାଲି ୱେରେ ତଦନ୍ତ ଜାରି ରହିଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ୪ଟି ବଡ ଧରଣର ଚୋରି ଘଟଣା ପରେ ପୋଲିସର ପାଟ୍ରୋଲିଂ ଓ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠିଛି।

Loot Miscreants
Advertisment
Advertisment