Advertisment

ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌କୁ ୧୫ ଥର କଲ୍‌ କରିଥିଲେ ଶ୍ୱେତା !

ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ଫୋନ୍ କରିଥିଲେ। ମୋଟ୍‌ ୧୫ ଥର ଶ୍ୱେତା କଲ୍‌ କରିଥିଲେ। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Software Engineer Suicide

Software Engineer Suicide

ଭୁବନେଶ୍ୱରର ସଫ୍ଟଓ୍ୱୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଏବେ ବି ରହସ୍ୟ ଘେରରେ ଥିବାବେଳେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି।ପୋଲିସ ହାତରେ ଲାଗିଥିବା କଲ୍ ଡିଟେଲ୍ସ ରେକର୍ଡ ରିପୋର୍ଟରେ ଏକ ବଡ଼ ତଥ୍ୟ ଏବେ ସାମ୍ନାକୁ ଆସିଛି। ଆତ୍ମହତ୍ୟାର ଅଧ ଘଣ୍ଟା ପୂର୍ବରୁ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କୁ ଶ୍ୱେତା ୧୫ ଥର କଲ୍ କରିଥିଲେ।

Advertisment

ରାତି ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଶ୍ୱେତା ସୌମ୍ୟଙ୍କୁ ଫୋନ୍ କରିଥିଲେ। ମୋଟ୍‌ ୧୫ ଥର ଶ୍ୱେତା କଲ୍‌ କରିଥିଲେ। ହେଲେ ସୌମ୍ୟ, ଶ୍ୱେତାଙ୍କ କଲ୍ ରିସିଭ୍ କରିନଥିଲେ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଖୁବ୍‌ଶୀଘ୍ର ସୌମ୍ୟଜିତ୍‌ଙ୍କୁ ପଚରାଉଚରା କରାଯିବ ବୋଲି ପୋଲିସ କହିଛି। ଅନ୍ୟପକ୍ଷେ, ସୌମ୍ୟଜିତ୍‌ଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିବା ଅଭିଯୋଗରେ ସୌମ୍ୟଜିତ୍‌ଙ୍କ ବିରୋଧରେ ପୋଲିସ୍‌ ୩୦୬ ଦଫାରେ ମାମଲା ରୁଜୁ କରିଛି। ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ସୌମ୍ୟଜିତ୍‌ଙ୍କ ବିରୋଧରେ ଏହି ମାମଲା ରୁଜୁ କରିଛି। ଏହାସହ ସୌମ୍ୟଜିତଙ୍କୁ ନୋଟିସ କରିଛି ପୋଲିସ।

ଶ୍ୱେତାଙ୍କ ବୟଫ୍ରେଣ୍ଡ୍‌ ସୌମ୍ୟଜିତ୍‌ଙ୍କ ଘର ଆଗର ସିସିଟିଭି ଫୁଟେଜ୍ ଓଟିଭି ହାତରେ ଲାଗିଛି। ଗତକାଲି ରାତି ୧୦ଟା ୧୭ ମିନିଟ୍‌ରେ ସୌମଜିତଙ୍କ ଘରୁ ୨ ଜଣ ବ୍ୟକ୍ତି ବାଇକ୍‌ରେ କୁଆଡ଼େ ବାହାରି ଯାଇଥିଲେ। ତେବେ ପରେ ବାଇକ୍‌ ନେଇ କେବଳ ଜଣେ ଫେରିଥିଲେ। ତେବେ ସୌମ୍ୟଜିତ୍‌ଙ୍କ ଘରୁ କେଉଁ ୨ ଜଣ ବାହାରକୁ ଯାଇଥିଲେ  ଏବଂ କାହାକୁ ଛାଡ଼ି ଅନ୍ୟ ବ୍ୟକ୍ତି ଜଣକ ଫେରିଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି।

Advertisment

ଶ୍ୱେତା ଓ ସୌମ୍ୟଜିତ୍‌ଙ୍କ ମଧ୍ୟରେ ସମ୍ପର୍କ ଥିଲା। ସୌମ୍ୟଜିତ୍‌ ସେମାନଙ୍କର ଫଟୋ ଭାଇରାଲ କରିବାର ଧମକ ଦେବା ସହ ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖି ନିର୍ଯାତନା ଦେବାରୁ ଶ୍ୱେତା ଆତ୍ମହତ୍ୟା କରିଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି। ପୋଲିସ ଶ୍ୱେତାଙ୍କ ମୋବାଇଲ ଓ ଡାଏରୀ ଜବତ କରିଛି। ସେଥିରୁ ରହସ୍ୟ ଫିଟିବ ବୋଲି କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ସୌମ୍ୟଜିତ୍‌ଙ୍କ ପତ୍ତା ମିଳୁନି। ସୌମ୍ୟଜିତ୍‌ ପଢୁଥିବା ପ୍ରତିଷ୍ଠିତ ଅନୁଷ୍ଠାନରେ ପୋଲିସ ଖୋଜିଥିବା ସୂଚନା ମିଳିଛି। 

Software Engineer Suicide Engineer Sweta Utkal Kumari Suicide Engineer Sweta Utkal Kumari
Advertisment
Advertisment