Advertisment

3 Found Dead In House : ଘର ଭିତରେ ଝୁଲିଛି ସ୍ୱାମୀ, ଝିଅ ଓ ନାତିଙ୍କ ମୃତଦେହ

ପୁଷ୍ପାଞ୍ଜଳି ଗାଁ ଲୋକଙ୍କ ସହାୟତାରେ କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଶଙ୍କର୍ଷଣ, ତାଙ୍କ ଝିଅ ଓ ନାତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Dhenkanal

Dhenkanal

୩ ଦିନ ତଳେ ପୁଅ ପାଖକୁ ଯାଇଥିଲେ। ପ୍ରାୟତଃ ଘରେ ସବୁ ଠିକ୍‌ଠାକ୍‌ ଥିଲା। ହେଲେ ୩ ଦିନ ପରେ ଫେରିଲା ବେଳକୁ ପୁଷ୍ପାଞ୍ଜଳି ଦାସ ଦେଖିଲେ ଘର ଭିତରେ ଝୁଲିଛି ସ୍ୱାମୀ, ଝିଅ ଓ ନାତିଙ୍କ ମୃତଦେହ। ଏପରି ଲୋମହର୍ଷକାରୀ ଘଟଣା ଢେଙ୍କାନାଳ ସଦର ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Advertisment

ଚାଉଳିଆ ଖମାର ଗାଁର ଶଙ୍କର୍ଷଣ ଦାସ ହେଉଛନ୍ତି ଜଣେ ରେଳୱେ କର୍ମଚାରୀ। ଚାକିରିରୁ ଅବସର ପରେ ଶ୍ରୀ ଦାସ ଗାଁରେ ରହୁଥିଲେ। ତାଙ୍କ ସାଙ୍ଗରେ ପତ୍ନୀ ପୁଷ୍ପାଞ୍ଜଳି, ବିବାହିତା ଝିଅ ସୁବର୍ଣ୍ଣ ଦାସ(୪୦) ଓ ନାତି ସନ୍ତୋଷ କୁମାର ଦାସ(୧୬) ରହୁଥିଲେ। କିଛି ଦିନତଳେ ପୁଷ୍ପାଞ୍ଜଳି ବାହାରେ ଚାକିରି କରୁଥିବା ପୁଅ ପାଖକୁ ଯାଇଥିଲେ। ଆଉ ଘରେ ବାପ, ଝିଅ ଓ ନାତି ରହୁଥିଲେ। ଆଜି ସିଏ ଘରକୁ ଫେରିଥିଲେ। ଘରେ ପହଞ୍ଚିଲା ବେଳକୁ କବାଟ ବନ୍ଦ ରହିଥିଲା। ତେଣୁ କବାଟ ବାଡେଇଥିଲେ। ହେଲେ କେହି କବାଟ ଖୋଲିନଥିଲେ।

ଅଧିକ ପଢ଼ନ୍ତୁ: ବାଂଲାଦେଶୀ ଅନୁପ୍ରବେଶକାରୀ ବଢ଼ାଇଲେଣି ସମସ୍ୟା, ସରକାର କହିଲେଣି....

ପୁଷ୍ପାଞ୍ଜଳି ଗାଁ ଲୋକଙ୍କ ସହାୟତାରେ କବାଟ ଖୋଲିଥିଲେ। ସେତେବେଳେ ଘର ଭିତରେ ଶଙ୍କର୍ଷଣ, ତାଙ୍କ ଝିଅ ଓ ନାତିଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରେ ସେ ଏନେଇ ସଦର ଥାନାକୁ ଖବର ଦେଇଥିଲେ। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ୩ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳିଙ୍କୁ ପଚରାଉଚରା କରୁଛି ପୋଲିସ୍‌।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ବିବାହିତା ଝିଅ, ନାତି ଓ ଅଜା କ’ଣ ଝୁଲିପଡ଼ିଲେ? ଏହା ଆତ୍ମହତ୍ୟା ନା ହତ୍ୟା? ଗାଁ ମଝିରେ ଏପରି ଘଟଣା ଘଟିଥିବା ବେଳେ ସହି ପଡ଼ିଶା କେମିତି ଜାଣିପାରିଲେ ନାହିଁ? ପୋଲିସ ମୃତଦେହ ଜବତ କରି ଏପରି ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ହେଲେ କାରଣ ଜାଣାପଡ଼ି ନାହିଁ। ତେବେ ଏନେଇ ପୋଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

ଅଧିକ ପଢ଼ନ୍ତୁ: ରତ୍ନ ଭଣ୍ଡାର ନେଇ ଆସିଲା ବଡ଼ ଅପଡେଟ୍ ; ଗୃହରେ କ’ଣ କହିଲେ ମନ୍ତ୍ରୀ

Dhenkanal
Advertisment
Advertisment