/odishatv-khabar/media/post_attachments/uploadimage/library/16_9/16_9_0/Murder_1758199679.jpg)
Murder
୬୭ ବର୍ଷୀୟ ଆମେରିକୀୟ ନାଗରିକ ଏବଂ ଭାରତୀୟ-ଆମେରିକୀୟ ରୁପିନ୍ଦର କୌର ପାନ୍ଧେରଙ୍କୁ ପଞ୍ଜାବର ଲୁଧିଆନା ନିକଟବର୍ତ୍ତୀ କିଲା ରାୟପୁର ନାମକ ଏକ ଗାଁରେ ହତ୍ୟା କରାଯାଇଥିଲା। ଯଦିଓ ଘଟଣାଟି ଜୁଲାଇ ଶେଷ ଭାଗରେ ଘଟିଥିଲା। କିନ୍ତୁ ଏହା ବର୍ତ୍ତମାନ ଜଣାପଡିଛି। ପୋଲିସ ହତ୍ୟାର ମୁଖ୍ୟ ସନ୍ଦିଗ୍ଧକୁ ଅଟକ ରଖିଛି। ରୂପିନ୍ଦର କୌର ତାଙ୍କ ସ୍ୱାମୀଙ୍କ ଠାରୁ ବହୁ ଆଗରୁ ଛାଡପତ୍ର ପାଇଥିଲେ । ସେ ବହୁ ବର୍ଷ ଧରି ଆମେରିକାରେ ରହୁଥିଲେ।
ସୂତ୍ର ଅନୁଯାୟୀ, ତାଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା ଏବଂ ପରେ ପୋଡ଼ି ଦିଆଯାଇଥିଲା। ହତ୍ୟା ଯୋଜନା ଚରଣଜିତ ସିଂହ ଗ୍ରେୱାଲ କରିଥିଲେ । ବର୍ତ୍ତମାନ ସେ ଇଂଲଣ୍ଡରେ ରହୁଛନ୍ତି ଏବଂ ଦୀର୍ଘ ଦିନ ଧରି ମହିଳାଙ୍କ ସହ ସମ୍ପର୍କରେ ଥିଲେ। ସେ ଲୁଧିଆନା ଆସିଥିଲେ । ଚରଣଜିତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଭାରତ ଡକାଇଥିଲେ । ତାଙ୍କୁ ବିବାହ କରିବାକୁ ସେ ଭାରତ ଆସିଥିଲେ। ପୋଲିସ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି ।
ଏହି ଘଟଣାଟି କିପରି ସାମ୍ନାକୁ ଆସିଲା?
ଜୁଲାଇ ମାସରେ ଘଟିଥିବା ଏହି ଘଟଣାଟି ସମ୍ପ୍ରତି ସେତେବେଳେ ସାମ୍ନାକୁ ଆସିଥିଲା ​​ଯେତେବେଳେ ଲୁଧିଆନା ପୋଲିସ ମହିଳାଙ୍କ ନିଖୋଜ ନେଇ ଦାୟର ହୋଇଥିଲା । ଏହି ଏଫଆଇଆରରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରାଯାଇଥିଲା। ପୋଲିସ କହିଛି ଯେ ରୁପିନ୍ଦର କୌର ପାନ୍ଧେର ଇଂଲଣ୍ଡରେ ବାସ କରୁଥିବା ଏନଆରଆଇ ଚରଣଜିତ ସିଂହ ଗ୍ରେୱାଲଙ୍କ କଥାରେ ଭାରତ ଆସିଥିଲେ । ସେ ହେଉଛନ୍ତି ଲୁଧିଆନାର ମୂଳ ବାସିନ୍ଦା । ବିବାହର ପ୍ରତିଶ୍ରୁତି ପାଇ ଆମେରିକାରୁ ଚାଲି ଆସିଥିଲେ ରୁପିନ୍ଦର ।
ଗ୍ରେୱାଲ ତାଙ୍କ ହତ୍ୟା ଯୋଜନା କରିଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ପାନ୍ଧେରଙ୍କ ଭଉଣୀ କମଲ କୌର ଖୈରା ପ୍ରଥମେ ସନ୍ଦେହ କରିଥିଲେ । କାରଣ ପାନ୍ଧେରଙ୍କ ମୋବାଇଲ୍ ଫୋନ୍ ୨୪ ଜୁଲାଇରେ ବନ୍ଦ ହୋଇଯାଇଥିଲା । ଏହାର ୪ ଦିନ ପରେ ସେ ଭାରତରେ ଥିବା ଆମରିକୀୟ ଦୂତାବାସକୁ ଜଣାଇଥିଲେ । ଏହା ପରେ ଲୁଧିଆନା ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଏକ ନାଳ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତାଙ୍କ ଆଇଫୋନ୍ ମୋବାଇଲ୍ ମଧ୍ୟ ପାଖରେ ପଡିଥିଲା । କିନ୍ତୁ ଏହି ମୋବାଇଲଟିକୁ ପଥରରେ ଛେଚି ଦିଆଯାଇଥିଲା ।
ଡିସିପି ରୂପିନ୍ଦର ସିଂହ କହିଛନ୍ତି ଯେ ପୋଲିସ ଏହି ମାମଲାରେ ଅଧିକ ପ୍ରମାଣ ସଂଗ୍ରହ କରୁଛି । ରୂପିନ୍ଦର କୌର ପାନ୍ଧେରଙ୍କ କଙ୍କାଳର ଅବଶେଷ ଉଦ୍ଧାର କରିବା ପାଇଁ ପୋଲିସ ଚେଷ୍ଟା ଜାରି ରଖିଛି ।
ମୁଖ୍ୟ ଅଭିଯୁକ୍ତ ସୁଖଜିତ ସିଂହ ସୋନୁ ପୋଲିସ ନିକଟରେ ସ୍ୱୀକାର କରିଛି ଯେ ସେ ରୂପିନ୍ଦର କୌରଙ୍କୁ ହତ୍ୟା କରିଛି। ସେ କହିଛି ଯେ ବିବାହ ବାହାନାରେ ଏହି ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ସୁଖଜିତ ସିଂହ କିଲା ରାୟପୁର ଗ୍ରାମର ମଲହା ପଟ୍ଟିର ବାସିନ୍ଦା। ସେ କୋର୍ଟ ନିକଟରେ ଟାଇପିଷ୍ଟ ଭାବେ କାମ କରେ ।
ଅଭିଯୁକ୍ତ ରୂପିନ୍ଦର କୌରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଠକିବା ପାଇଁ ଏହି ଷଡ଼ଯନ୍ତ୍ର ରଚିଥିଲା। ରୂପିନ୍ଦର କୌର ଅଭିଯୁକ୍ତ ସୋନୁ ଏବଂ ତାଙ୍କ ଭାଇଙ୍କ ବ୍ୟାଙ୍କ ଆକାଉଣ୍ଟ ପ୍ରାୟ ୫୦ ଲକ୍ଷ ଟଙ୍କା ପଠାଇଥିଲେ। ସୋନୁ ତାଙ୍କ ସହଯୋଗୀ ଚରଣଜିତଙ୍କ ସହିତ ମିଶି ହତ୍ୟାକାଣ୍ଡ ଷଡ଼ଯନ୍ତ୍ର କରିଥିଲେ ଏବଂ ହତ୍ୟାକାଣ୍ଡ ଘଟାଇଥିଲେ। ପୋଲିସ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରୁଛି ଏବଂ ଶୀଘ୍ର ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବାର ସମ୍ଭାବନା ଅଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)