Advertisment

ଗାଡ଼ି ଜଗିଥିବା ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରି, ସିସିଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ

ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Bike Loot  in Bhima Bhoi Medical College and Hospital

Bike Loot

ଅନ୍ୟର ଗାଡ଼ି ଜଗୁଥିଲେ, ନିଜର ଗାଡ଼ି କେତେବେଳେ ଚୋରି ହୋଇଗଲା ଥଳକୂଳ ପାଇଲେନି ସିକ୍ୟୁରିଟି ଗାର୍ଡ। ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ପରିସରରେ ଗାଡ଼ି ଜଗିଥିବା ଜଣେ ସିକ୍ୟୁରିଟି ଗାର୍ଡଙ୍କ ଗାଡ଼ି ଚୋରିକୁ ନେଇ ବଲାଙ୍ଗିରରେ ଚର୍ଚ୍ଚା। ଅଭିଯୋଗକାରୀ ସିକ୍ୟୁରିଟି ଗାର୍ଡ ହେଉଛନ୍ତି ବଲାଙ୍ଗିର ସଦର ଥାନା କୁଶମେଲ ଗାଁର ରଂଜିତ ଚନ୍ଦନ। ତାଙ୍କ କହିବା କଥା, ହସ୍ପିଟାଲ ପରିସରରେ ବାଇକ ଥୋଇ ଡ୍ୟୁଟି କରୁଥିଲେ। ହସ୍ପିଟାଲ ଭିତରେ ଓ ବାହାରେ ବହୁ ସଂଖ୍ୟାରେ ଘରୋଇ ସଂସ୍ଥା ଦ୍ୱାରା ନିଯୁକ୍ତ ସୁରକ୍ଷାକର୍ମୀ ଡ୍ୟୁଟି କରୁଥିଲେ। କିନ୍ତୁ ସମସ୍ତଙ୍କୁ ଚକମା ଦେଇ ବାଇକ ନେଇ ଚମ୍ପଟ ମାରିଲା ଚୋର। ଗାଡ଼ିକୁ ନେଇଯାଉଥିବାବେଳେ ଜଣେ ସିକ୍ୟୁରିଟି ଗାର୍ଡ ବି ଉପସ୍ଥିତ ରହିଛନ୍ତି। ଯାହାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି ।

Advertisment

ତେବେ ଡ୍ୟୁଟି ସରିବା ପରେ ସଂଧ୍ୟାରେ ଏ ସଂପର୍କରେ ଜାଣିପାରିଥିଲେ ସିକ୍ୟୁରିଟି ଗାର୍ଡ ରଂଜିତ ଚନ୍ଦନ। ଏହାପରେ ସାଥୀ ସୁରକ୍ଷାକର୍ମୀଙ୍କ ସହିତ ଟାଉନ ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି। ପୂର୍ବରୁ ହସ୍ପିଟାଲ ପରିସରରୁ ବାରମ୍ବାର ବାଇକ ଚୋରି ନେଇ ଅଭିଯୋଗ ହେଉଥିଲା। ଆଉ ଆଜି କ୍ୟାମ୍ପସରେ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ବାଇକ୍ ଚୋରି ଘଟଣା, ବଲାଙ୍ଗିରରେ ଚର୍ଚ୍ଚାରେ ବିଷୟ ପାଲଟିଛି। ପୋଲିସ ସଂପୃକ୍ତ ବାଇକ ଚୋରକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି। 

Bike Theft Security Guard Bolangir Odisha
Advertisment
Advertisment