/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685965220.jpg)
Bahanaga Train Accident
ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ନେଇ ଥାନାରେ ଏତଲା ଦିଆଯାଇଛି । ବାଲେଶ୍ୱର ଜିଆର୍ପି ଥାନାରେ ଏତଲା ପରେ ମାମଲା ରୁଜୁ ମଧ୍ୟ ହୋଇଛି । ଜିଆର୍ପି ଥାନା ଏସ୍ଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ସୂଚନା ରହିଛି । ରେଲୱେର ଦାୟିତ୍ୱହୀନତା ପାଇଁ ଦୁର୍ଘଟଣା ଘଟିଥିବା ଏତଲାରେ ଉଲ୍ଲେଖ କରାଯାଇଛି । ସେହି ଏତଲା ଆଧାରରେ ବାଲେଶ୍ୱର ଜିଆର୍ପି ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଦଫା ୩୩୭, ୩୩୮, ୩୦୪-କ, ୩୪ରେ ମାମଲା ରୁଜୁ କରାଯାଇଛି । ରେଲୱେ ଆକ୍ଟ ୧୫୩, ୧୫୪ ଓ ୧୭୫ରେ ମଧ୍ୟ ମାମଲା ରୁଜୁ ହୋଇଛି । କେସ୍ ରୁଜୁ ପରେ ଡିଏସ୍ପି ରଞ୍ଜିତ ନାୟକଙ୍କୁ ମାମଲାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ସୂଚନା ରହିଛି ।
Advertisment
ଅଧିକ ପଢ଼ନ୍ତୁ: କେମିତି ହେଲା ଦୁର୍ଘଟଣା..କଳାରାତିର କାହାଣୀ ବଖାଣିଲେ ଟ୍ରେନ୍ ଡ୍ରାଇଭର୍
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)