Advertisment

Fake Ed Officer loots Techie In Bengaluru: ଫୋନ କଲ୍ ମାଧ୍ୟମରେ ୧୧ କୋଟି ଲୁଟିନେଲେ ସାଇବର ଲୁଟେରା...

ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ ।

ଅଦ୍ୟତନ ହୋଇଛି
Fake Ed Officer loots Techie In Bengaluru

Bengaluru Techie Duped of Rs 11 Crore by Fraudsters

Advertisment

ଦୁନିଆ ଆଗକୁ ବଢିବା ସହ ଲୋକଙ୍କୁ ଠକିବା ପାଇଁ ନୂଆ ନୂଆ ଟ୍ରିକ୍ ଆପଣାଉଛନ୍ତି ଠକ । ସରକାରଙ୍କ ଦ୍ୱାରା ଯେତେ ସଚେତନ କରାଗଲେ ମଧ୍ୟ ସାଇବର ଠକମାନଙ୍କ ଠାରୁ ବଞ୍ଚି ପାରୁ ନାହାନ୍ତି ଲୋକେ । ଆପଣ ମାନେ ସିନେମାରେ ଦେଖିଥିବେ କେମିତି ଠକ ମାନେ ନିଜକୁ ଇନକମ୍ ଟ୍ୟାକ୍ସ ଅଫିସର ଭାବେ ପରିଚୟ ଦେଇ ଲକ୍ଷ ଲକ୍ଷ ଟଙ୍କା ନେଇ ଗାଏବ ହୋଇଯାଆନ୍ତି । କିନ୍ତୁ ଏଠି ଠକିବା ପାଇଁ ଅଭିନବ ଉପାୟ ଆପଣାଇଛନ୍ତି ଠକ ।

Advertisment

ହଠାତ୍ ଏକ ଧମକପୂର୍ଣ୍ଣ ଫୋନ କଲ୍ ଆସିବା ସହ ଗିରଫ ହେବାର ଭୟ ଦେଖାଗଲେ ଆଉ ତାପରେ ଅନଲାଇନ୍ ମାଧ୍ୟମରେ ଆରମ୍ଭ ହେଲା ଲୁଟ୍ । ବାଙ୍ଗାଲୋରରେ କିଛି ଏମିତି ଘଟଣା ଘଟିଛି। ଯାହା ଆପଣଙ୍କୁ ସିନେମାର କାହାଣୀ ପରି ଲାଗିବ । ବୈଷୟିକ ଅନୁଷ୍ଠାନରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ଏଗାର କୋଟିର ଚୂନ ଲଗାଇଛନ୍ତି ସାଇବର ଠକ । ଗିରଫ କରିବାର ଭୟ ଦେଖାଇବା ସହ ଯୋଜନା ପ୍ରସ୍ତୁତ କରି ବିଜୟ କୁମାରଙ୍କ ଠାରୁ ୧୧ କୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଲୁଟେରା ।

ଅଧିକ ପଢ଼ନ୍ତୁ: କାହିଁକି ସୈଫ୍‌କୁ ହେଲା ଆଟାକ୍; ପ୍ରେସମିଟ୍‌ରେ ଖୁଲାସା କଲା ମୁମ୍ୱାଇ ପୋଲିସ

Advertisment

ପୋଲିସ୍ କହିବା ଅନୁସାରେ ବିଜୟ କୁମାର ସେୟାର ମାର୍କେଟରେ ୫୦ଲକ୍ଷ ଟଙ୍କା ନିବେଶ କରିଥିଲେ । ଯାହା ପରେ ସେହି ଟଙ୍କା ବୃଦ୍ଧି ହୋଇ ୧୨ କୋଟିରେ ପହଞ୍ଚିଥିଲା । ଅଭିଯୁକ୍ତ ମାନେ ଏହା ଜାଣିବା ପରେ ନିଜକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଅଫିସର ଭାବେ ପରିଚୟ ଦେଇ ବିଜୟଙ୍କୁ ମନି ଲଣ୍ଡରିଂ ଅପରାଧରେ ଗିରଫ କରିବା ପାଇଁ ଧମକ ଦେଇଥିଲେ । ଏହାପରେ ବିଜୟ ଭୟବିତ ହୋଇ ଅଭିଯୁକ୍ତ ମାନେ କହିବା ଅନୁସାରେ ନିଜର ଆଧାର କାର୍ଡ, ପ୍ୟାନ୍ କାର୍ଡ ଭଳି ଗୁରୁତ୍ବପୂର୍ଣ୍ଣ ଡକ୍ୟୁମେଣ୍ଟ ଅଭିଯୁକ୍ତମାନଙ୍କୁ ପ୍ରଦାନ କରିଥିଲେ ।

ଏହାପରେ ଅଭିଯୁକ୍ତମାନେ ବିଜୟଙ୍କ ବ୍ୟାଙ୍କ ଆକାଉଣ୍ଟରୁ ବିଭିନ୍ନ ସମୟରେ ଅନ୍ୟ ୯ଟି ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ନେଇ ଯାଇଥିଲେ । ତେବେ ବିଜୟ ଏ ସମ୍ପର୍କରେ ପ୍ରଶ୍ନ ପଚାରିବାରୁ ଚତୁରତାର ସହ ଏହା ସରକାରୀ ପ୍ରକ୍ରିୟା ବୋଲି କହି ବୋକା ବନାଇ ଥିଲେ ସ୍ମାର୍ଟ ଠକ ।

Advertisment

ଅନ୍ୟପଟେ ଠକାମୀର ଶିକାର ହୋଇଥିବା ଯୁବକଙ୍କ ଠାରୁ ଅଭିଯୋଗ ପାଇବା ପରେ ଆକ୍ଟିଭ ମୋଡ୍‌କୁ ଆସି ଘଟଣାର ତଦନ୍ତ ଆରମ୍ଭ କରିଛି ସାଇବର ପୋଲିସ୍ । ଅଭିଯୁକ୍ତମାନଙ୍କ ଠାରୁ ୭.୫ କୋଟି ଜବତ କରିବାକୁ ସଫଳ ହୋଇଛି ପୋଲିସ୍ । ଏହି ଟଙ୍କା ଆହ୍ଲାବାଦର ଏକ ଆକାଉଣ୍ଟରୁ ଜବତ କରାଯାଇଛି । ସାଇବର ପୋଲିସ୍ ଭାରତୀୟ ନ୍ୟାୟ ସଂହିତା ଅଧିନସ୍ଥ IT ଧାରା ଅନୁଯାୟୀ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନଙ୍କ ନାମ ତରୁଣ ନଟ୍ଟାନି, କରଣ ଏବଂ ଧାୱଲ ଶାହ ବୋଲି ଜଣାପଡିଛି ।

ଅଧିକ ପଢ଼ନ୍ତୁ: ବିଶ୍ୱାସରେ ବିଷ ଦେଲା ପ୍ରେମିକା, ଖାଦ୍ୟରେ ବିଷ ଦେଇ ମାରିଲା ପ୍ରେମିକ

Cyber Blackmailing Cyber Crime Cyber Fraud Bengaluru Cyber Police Station
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ