Advertisment

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ହୁସିଆର ! ! !

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ତା’ହେଲେ ହୁସିଆର୍‌ ରୁହନ୍ତୁ। ସେଭଳି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ ରହିବାକୁ ଭିଜିଲାନ୍ସ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Be Alert Those Officers Are Taking Bribery Through Digital Mode Of Payment

Be Alert Those Officers Are Taking Bribery Through Digital Mode Of Payment

ପ୍ରମାଣ ଲୁଚାଇବାକୁ ଡିଜିଟାଲ ମୋଡ୍‌ରେ ଲାଞ୍ଚ ନେଉଛନ୍ତି କି ? ତା’ହେଲେ ହୁସିଆର୍‌ ରୁହନ୍ତୁ। ସେଭଳି ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ ରହିବାକୁ ଭିଜିଲାନ୍ସ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ଗତକାଲି ଟାଟା ପାୱାରର ଦୁଇ ଜଣ କର୍ମଚାରୀ ଫୋନ୍ ପେ’ ରେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଦୁଇ କର୍ମଚାରୀ ଧରାପଡ଼ିବା ପରେ ଗତକାଲି ଗିରଫ ହୋଇଥିଲେ।

Advertisment

ସେହିପରି ଗତକାଲି ମୟୂରଭଞ୍ଜ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକ ମଧ୍ୟ ବ୍ଲାଙ୍କ୍‌ ଚେକ୍‌ରେ ୧୨ ଲକ୍ଷ ଟଙ୍କା ନେଇ ଗିରଫ ହୋଇଥିଲେ। ଗତକାଲିର ଘଟଣା ପରେ ଭିଜିଲାନ୍ସ ନିର୍ଦ୍ଦେଶକ ଲାଞ୍ଚୁଆ ଅଧିକାରୀ ଓ କର୍ମଚାରୀଙ୍କୁ ସତର୍କ କରାଇଛନ୍ତି। 

ସେପଟେ ଆଜି ହସିଲଦାର ଚାର୍ଲସ ନାୟକଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। NHAI ପକ୍ଷରୁ ଜମି ଅଧିଗ୍ରହଣ ଚେକ୍‌ ଦେବାକୁ ତହସିଲଦାର ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ୧୦ ଲକ୍ଷ ଓ ୨ ଲକ୍ଷର ଦୁଇଟି ବ୍ଲାଙ୍କ୍‌ ଚେକ୍‌ରେ ଲାଞ୍ଚ ନେଇ ସେ ଗିରଫ ହୋଇଛନ୍ତି।

Advertisment

ସୂଚନାଥାଉ କି, ଗତକାଲି ତହସିଲଦାରଙ୍କ ଘର ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ରେଡ୍‌ କରିଥିଲା ଆୟବହିର୍ଭୂତ ସମ୍ପତ୍ତି ଠୁଳ ସହିତ ବିଭିନ୍ନ ପ୍ରକାର ବେଆଇନ ସରକାରୀ କାର୍ଯ୍ୟରେ ଲିପ୍ତ ଥିବା ନେଇ କଟକ ଭିଜିଲାନ୍ସ ସେଲ୍‌ରେ ଅଭିଯୋଗ ପରେ କରିଛି ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଥିଲା। 

Advertisment
Advertisment