/odishatv-khabar/media/post_attachments/uploadimage/library/16_9/16_9_0/IMAGE_1675699584.jpg)
Balasore Sub Collector
ଏବେ ଚର୍ଚ୍ଚାରେ ବାଲେଶ୍ୱର ଜିଲ୍ଲାର ସବ-କଲେକ୍ଚର। ଜିଲ୍ଲାରେ ବଢୁଥିବା ବେଆଇନ ବାଲି ଚୋରାଚାଲାଣକୁ ରୋକିବାକୁ ସେ ପଣ କରିଛନ୍ତି। ସେଇଥି ଲାଗି ତ ଦିନ କି ରାତି ସବୁବେଳେ ପୂରା ତୟାରି ସହ କରୁଛନ୍ତି ଚଢାଉ। ଆଉ ବାବୁଙ୍କୁ ଦେଖି ଛାନିଆ ହେଲେଣି ମାଫିଆ। ସେଇଥି ଲାଗି ତ ଚଢାଉ ବେଳେ ସବ୍-କଲେକ୍ଟରଙ୍କ ଉପରେ ଅଚାନକ ଆକ୍ରମଣ କଲେ ବାଲି ମାଫିଆ। ହେଲେ ଆକ୍ରମଣର ୨୪ ଘଂଟା ନପୂରୁଣୁ ନିଜେ ରେଡ୍ କରିବାକୁ ବାହାରିଲେ ସବ୍ କଲେକ୍ଟର।
ବାଲେଶ୍ୱର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ବାଲିମାଫିଆମାନଙ୍କ ଆକ୍ରମଣକୁ ଡରି ନଯାଇ ଦହପଡ଼ାରେ ଥିବା ଏକ ବେଆଇନ୍ ଇଟାଭାଟି ଉପରେ ଅତର୍କିତ ଚଢ଼ଉ କରିଥିଲେ କୁନାଲ। ପୂରା ତୟାରି ସହ ପୁଲିସ ଫୋର୍ସଙ୍କ ଉପସ୍ଥିତିରେ ପ୍ରଶାସନ ଇଟାଭାଟିକୁ ଭାଙ୍ଗି ଗୁଣ୍ଡ କରିଦେଇଥିଲା।
ଅଧିକ ପଢ଼ନ୍ତୁ: ଚର୍ଚ୍ଚାରେ ବାହାଦୁର ବନ-କର୍ମଚାରୀ: ଧନ ଜୀବନ ରକ୍ଷା ପାଇଁ ଜୀବନକୁ ବାଜି ଲଗାଇଲେ
ଚୋରା ବାଲିଚାଲାଣ ନେଇ ବାରମ୍ବାର ଅଭିଯୋଗ ହେବା ପରେ ଏହାକୁ ବନ୍ଦ କରିବାକୁ ଅଂଟା ଭିଡିଥିଲା ପ୍ରଶାସନ। ଏହାର ନେତୃତ୍ୱ ନେଇଥିଲେ ଖୋଦ୍ ଉପଜିଲ୍ଲାପାଳ। ଚିମିଣିରେ ଇଟା ପୋଡା ଚାଲିଥିବା ବେଳେ ହଠାତ୍୍ ପହଞ୍ଚିଗଲେ ସବକଲେକ୍ଟର । ପରେ ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲା ଇଟାଭାଟି। ଖାଲି ଏତିକି ନୁହେଁ ସଫା ସଫା ଉପଜିଲ୍ଲାପାଳ କହିଛନ୍ତି ଯିଏ ବେଆଇନ କାମ କରିବ ତାଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ।
ତେବେ ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଫିଲାଡି କଣ୍ଟାବଣିଆ ନିକଟ ବୁଢାବଳଙ୍ଗ ନଦୀରେ ଏକ ବେଆଇନ ବାଲିଘାଟରେ ଚଢ଼ଉ କରିବାକୁ ଯାଇ ବାଲେଶ୍ଵର ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନ ଏବଂ ତାଙ୍କ ଡ୍ରାଇଭର ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଉପଜିଲ୍ଲାପାଳ ଦ୍ୱିପ୍ରହର ସମୟରେ ଏକ ଅବକାରୀ ଗାଡ଼ିରେ ଅତର୍କିତ ଚଢ଼ଉ ବେଳେ ପ୍ରାୟ ୧୦ରୁ ୧୨ ଜଣ ବାଲି ମାଫିଆ ଇଟା, ବେଲଚା ଆଉ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ମାଫିଆମାନେ ଛତ୍ରଭଙ୍ଗ ଦେଇ ଫେରାର ହୋଇଥିଲେ। ପ୍ରଶାସନ ଉପରେ ଆକ୍ରମଣ ଏବେ ମାଫିଆଙ୍କୁ ପଡିଛି ମହଙ୍ଗା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)