• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆର୍ୟ୍ୟନ ଖାନ୍‌ଙ୍କୁ କରାଯାଇଥିଲା ଟାର୍ଗେଟ । ୭ରୁ ୮ ଜଣ NCB ଅଧିକାରୀ ଜାଣିଶୁଣି ଆର୍ୟ୍ୟନଙ୍କୁ ଫସାଇଥିଲେ । କିଛି ଏଭଳି ରିପୋର୍ଟ ଏନ୍‌ସିବିକୁ ଦେଇଛି ଭିଜିଲାନ୍ସ ଟିମ୍ । କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିଲେ ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ୟ୍ୟନ । ହେଲେ ତାଙ୍କୁ ଗିରଫ କରିବାଠୁ ଆରମ୍ଭ କରି ତଦନ୍ତ ବେଳେ କିଛି ଅଧିକାରୀ ଆକ୍ରୋଶମୂଳକ କାର୍ଯ୍ୟ କରିଥିଲେ ।

ଆର୍ୟ୍ୟନଙ୍କୁ ଜାଣିଶୁଣି ଫସାଇବାକୁ ଉଦ୍ୟମ କରାଯାଇଥିଲା । ଏନେଇ ୮ ଜଣ ଅଧିକାରୀ ସନ୍ଦେହ ଭିତରକୁ ଆସିଛନ୍ତି । ତାସହ ଏହି ତଦନ୍ତରେ ସ୍ୱଚ୍ଛତା ନଥିବା କଥା ଲକ୍ଷ୍ୟ କରିଛି ଏନ୍‌ସିବିର ଭିଜିଲାନ୍ସ ଟିମ୍ । ଏନେଇ ସବିଶେଷ ରିପୋର୍ଟ ଏନ୍‌ସିବିକୁ ଦିଆଯାଇଛି । ଗତବର୍ଷ ଅକ୍ଟୋବର ୨ ତାରିଖରେ ଏକ କ୍ରୁଜ୍‌ରେ ରେଡ୍ ପରେ ଗିରଫ ହୋଇଥିଲେ ଆର୍ୟ୍ୟନ ଖାନ୍ । ୨୫ ଦିନ ଜେଲ୍‌ରେ ରହିବା ପରେ ବେଲ୍‌ରେ ବାହାରିଥିଲେ ଆର୍ୟ୍ୟନ୍ । ତାଙ୍କ ଗିରଫଦାରୀକୁ ନେଇ ରାଜନୀତି ବି ତେଜିଥିଲା । ଏପରିକି ସେ ସମୟର ମୁମ୍ବାଇ ଏନ୍‌ସିବି ମୁଖ୍ୟ ସଚିନ୍ ୱାଙ୍ଖଡେ ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା । 

ଅଧିକ ପଢ଼ନ୍ତୁ: NCB ଅଫିସରେ ହିଁ ଆର୍ୟ୍ୟନଙ୍କ ସହ ଦେଖାହୋଇଥିଲେ ରାଉଲକେଲାର ମନୀଷ

ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟିରେ ସାମିଲ ହେବା ଘଟଣାକୁ ନେଇ ଆର୍ୟ୍ୟନ୍‌ ଖାନ୍‌ଙ୍କୁ ଗିରଫ କରାଯାଇଥିଲା । ଏନ୍‌ସିବିର ସ୍ପେସାଲ ଟିମ୍‌ ତାଙ୍କୁ ଗିରଫ କରିଥିଲା । ରାତି ଅଧରେ ରେଭ୍ ପାର୍ଟିରେ ସାମିଲ ଥାଇ ଧରାପଡ଼ିଥିଲେ ଆର୍ୟ୍ୟନ । ତାଙ୍କ ସହ ମୋଟ ୮ ଜଣଙ୍କୁ ଧରି ଥିଲା ଏନ୍‌ସିବି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ମୁମ୍ବାଇ ୟୁନିଟ୍ ଆର୍ୟ୍ୟନଙ୍କୁ ଜେରା କରିଥିଲା । ପରେ ତାଙ୍କୁ ଗିରଫ କରିଥିଲା । ଖାଲି ସେତିକି ନୁହେଁ ଆର୍ୟ୍ୟନ୍‌ଙ୍କ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଥିଲା ଏନ୍‌ସିବି । ଫୋନ୍‌ରେ ସେ କାହା ସହ କ’ଣ ସବୁ କଥା ହୋଇଛନ୍ତି ବା କାହା ସହ ସେ ହ୍ୱାଟ୍ସସଆପ୍‌ ଚାଟ୍ କରିଛନ୍ତି, ସେନେଇ ସବିଶେଷ ଯାଞ୍ଚ କରାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଜେରା ବେଳେ ଘଟଣାକୁ ନେଇ ଆର୍ୟ୍ୟନ କହିଥିଲେ ଯେ ସେ ଏହି ପାର୍ଟି ପାଇଁ ଟଙ୍କା ଖର୍ଚ୍ଚ କରି ନାହାନ୍ତି । ତାଙ୍କୁ ଅତିଥି ଭାବେ ପାର୍ଟିକୁ ଡକା ଯାଇଥିଲା । ତେବେ ଆର୍ୟ୍ୟନ୍‌ଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କୁ ମଧ୍ୟ ଧରିଥିଲା ଏନ୍‌ସିବି । ସେମାନେ ହେଲେ ମୁନମୁନ୍ ଧର୍ମେଚା, ନୁପୁର ସାରିକା, ଇସମିତ୍ ସିଂହ, ମୋହକ ଜସଓ୍ୱାଲ, ବିକ୍ରାନ୍ତ ଚୋକର, ଗୋମିତ ଚୋପ୍ରା ଓ ଆରବାଜ ମର୍ଚ୍ଚାଣ୍ଟ । ସେମାନଙ୍କ ମଧ୍ୟରେ ଦିଲ୍ଲୀରୁ ଆସିଥିବା ୩ ଜଣ ଯୁବତୀ ଓ ୨ ଜଣ ଡ୍ରଗ୍ସ ବେପାରୀ ରହିଥିଲେ । ସମସ୍ତଙ୍କ ବୟାନ ରେକର୍ଡ କରାଯାଇଥିଲା ।

ତେବେ ମୁମ୍ବାଇରୁ ଗୋଆ ଯାତ୍ରା କରିବାକୁ ଥିବା କର୍ଡେଲିଆ କ୍ରୁଜ୍ ଏମ୍ପ୍ରେସରେ ରେଭ୍ ପାର୍ଟି ଆୟୋଜନ ହୋଇଥିଲା । ପାର୍ଟିରେ ଡ୍ରଗ୍ସ ସେବନ କରାଯାଉଥିବା ନେଇ ସୂଚନା ମିଳିବା ପରେ ଏନ୍‌ସିବି ଚଢ଼ଉ କରିଥିଲା । ରେଭ୍ ପାର୍ଟି ଆୟୋଜନ କରିଥିବା ୬ ଜଣ ଆୟୋଜକଙ୍କୁ ଏନ୍‌ସିବି ସମନ କରିଥିଲା । ପାଣି ଜାହାଜ ଭିତରେ ଡ୍ରଗ୍ସ ପାର୍ଟିରେ ବହୁ ବଡ଼ ବ୍ୟବସାୟୀଙ୍କ ଝିଓ ଓ ପୁଅ ବି ସାମିଲ ହୋଇଥିଲେ ।