Advertisment

ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଉଠାଇ ନେଲା ପୋଲିସ୍‌

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। କମିଶନରେଟ୍ ପୋଲିସ୍‌ ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Lady blackmailer Archana Nag

Lady blackmailer case: Accused Archana Nag's husband Jagabandhu Chand picked up by police

Advertisment

ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ପୋଲିସ୍‌ ଉଠାଇ ନେଇଥିବା ସୂଚନା ମିଳିଛି। ଆଜି ସକାଳୁ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ଜଗବନ୍ଧୁଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ଭୁବନେଶ୍ୱରର ସତ୍ୟବିହାର ସ୍ଥିତ ଘରୁ ଜଗଗନ୍ଧୁଙ୍କୁ ପୋଲିସ ଉଠାଇ ନେଇ ପଚରାଉଚରା ଚଳାଇଛି। 

Advertisment

ଅର୍ଚ୍ଚନାଙ୍କ ବ୍ଲାକ୍‌ମେଲିଂ ମାମଲାରେ ଜଗବନ୍ଧୁଙ୍କ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହାସହ ଅର୍ଚ୍ଚନା ବ୍ଲାକମେଲିଂ ଘଟଣାରେ ଜଗବନ୍ଧୁ ମାଷ୍ଟରମାଇଣ୍ଡ୍‌ ବୋଲି କୁହାଯାଉଛି। 

ଅଧିକ ପଢ଼ନ୍ତୁ: ସପ୍ତମ ପଢିବାବେଳେ ୨ ଯୁବକଙ୍କ ବିରୋଧରେ ଅର୍ଚ୍ଚନା ଆଣିଥିଲା ଦୁଷ୍କର୍ମ ଅଭିଯୋଗ

Advertisment

ସୂଚନାଥାଉ କି, ଲେଡି ବ୍ଲାକମେଲର୍ ଅର୍ଚ୍ଚନା ନାଗଙ୍କ ଜାମିନ୍‌ ଆବେଦନ ଖାରଜ ହୋଇଛି। ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ତାଙ୍କ ଜାମିନ୍‌ ଆବେଦନକୁ ଖାରଜ କରି ଦେଇଛନ୍ତି। ଅର୍ଚ୍ଚନାଙ୍କ ବିରୋଧରେ ବଡ଼ ବଡ଼ିଆଙ୍କ ଅଶ୍ଲୀଳ ଭିଡିଓ ସୁଟ୍ କରି ସେମାନଙ୍କୁ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ଭଳି ସଙ୍ଗୀନ ଅଭିଯୋଗ ରହିଛି। ଆଉ ଏହି ମାମଲାରେ ଅକ୍ଟୋବର ୭ ତାରିଖରେ କମିଶନରେଟ ପୋଲିସ୍ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଏବେ ଲେଡି ବ୍ଲାକମେଲର୍ ଝାରପଡ଼ା ଜେଲରେ ଅଛନ୍ତି। 

ସେପଟେ ଅର୍ଚ୍ଚନାଙ୍କ ନାଗଫାଶରେ ମାଳ ମାଳ ନେତା । ଅଫିସର, ଠିକାଦାରଙ୍କଠୁ ବ୍ୟବସାୟୀ । ମାୟା ଜାଲରେ ଫଶିଛନ୍ତି ଆଚ୍ଛା ଆଚ୍ଛା ଲୋକ । ପ୍ରଥମେ ହନିଟ୍ରାପ୍, ଆଉ ପରେ ବ୍ଲାକମେଲିଂର କଳାଧନ୍ଦାରେ ଛନ୍ଦି ହୋଇ ଟଙ୍କା ଗଣିଛନ୍ତି । ପ୍ରାୟ ୫ବର୍ଷ ଧରି ହନିଟ୍ରାପ୍ କୁଇନ୍ ଅର୍ଚ୍ଚନାର ଏହି କଳା ସାମ୍ରାଜ୍ୟ ଚାଲି ଥିବାବେଳେ କେମିତି ଟେର୍ ପାଇଲାନି ପୋଲିସ ? ହାଇପ୍ରୋଫାଇଲ୍ ଲୋକଙ୍କ ଯାଆସ ଥିଲେ ବି କେମିତି ଜାଣିପାରିଲାନି ଗୁଇନ୍ଦା ବିଭାଗ ? ଯାହାକୁ ନେଇ ଲାଗି ରହିଛି ପ୍ରଶ୍ନ । 

Advertisment
Lady Blackmailer Archana Nag Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ