Advertisment

ଅର୍ଚ୍ଚନାଙ୍କ ପୋଲ୍‌ ଖୋଲିବେ ଶ୍ରଦ୍ଧାଞ୍ଜଳି

ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ଆଜି ଇଡିରେ ହାଜର ହୋଇଛନ୍ତି। ବିଭିନ୍ନ ଟ୍ରାଞ୍ଜାକ୍ସନ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି।

ଅଦ୍ୟତନ ହୋଇଛି
Archana Nag Case

Archana Nag Case: Sradhanjali Behera Appears Before ED

Advertisment

ଅର୍ଚ୍ଚନା ନାଗ ମାମଲାରେ ଘାଣ୍ଟୁଛି ED(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)। ଆଜି ଇଡିରେ ହାଜର ହୋଇଛନ୍ତି ବହୁ ଚର୍ଚ୍ଚିତ ଯୁବତୀ ଶ୍ରଦ୍ଧାଞ୍ଜଳି ବେହେରା। ସମନ ପରେ ଭୁବନେଶ୍ୱର ଇଡି ଅଫିସ୍‌ରେ ଶ୍ରଦ୍ଧାଞ୍ଜଳି ହାଜର ହୋଇଛନ୍ତି। ଶ୍ରଦ୍ଧାଞ୍ଜଳି ହେଉଛନ୍ତି ଅର୍ଚ୍ଚନାଙ୍କ ଅନ୍ୟତମ ସହଯୋଗୀ। ବିଭିନ୍ନ ଟ୍ରାଞ୍ଜାକ୍ସନ ଓ ବ୍ୟବସାୟ ନେଇ ତାଙ୍କୁ ପଚରାଉଚରା କରାଯାଉଛି। ବିଶେଷ ଭାବେ ଶ୍ରଦ୍ଧାଞ୍ଜଳିଙ୍କୁ ଅକ୍ଷୟ ପରିଜା ଲିଙ୍କ୍‌ରେ ଜେରା କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼: ଅର୍ଚ୍ଚନା ମାମଲାରେ ସମନ ପାଇଥିବା ବଡ଼ବଡ଼ିଆଙ୍କ ହାଜିରା ପ୍ରକ୍ରିୟା ଆରମ୍ଭ

ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରି ବ୍ଲାକମେଲିଂ ନେଇ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା। ଅର୍ଚ୍ଚନା ନିଜ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କ ଜରିଆରେ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ କରି ୩ କୋଟି ଟଙ୍କା ମାଗିଥିଲେ ବୋଲି ଅଭିଯୋଗ ହୋଇଥିଲା। ତେଣୁ ଇଡି ଏହି ଟଙ୍କା କାରବାର ସମ୍ପର୍କରେ ପଚରାଉଚରା କରୁଛି। ଆଜି ପୁଣି ଥରେ ଅକ୍ଷୟ ପରିଜାଙ୍କୁ ଇଡି ଡାକିଛି। ସୂଚନା ଅନୁସାରେ, ଶ୍ରଦ୍ଧାଞ୍ଜଳି ଓ ଅକ୍ଷୟଙ୍କୁ ସାମ୍ନାସାମ୍ନି କରି ପଚରାଉଚରା କରିପାରେ ତଦନ୍ତକାରୀ ସଂସ୍ଥା। ଆଜିର ଏହି ଜେରା ଅର୍ଚ୍ଚନା ମାମଲାରେ ଏକ ବଡ଼ ସୁରାକ ଇଡିକୁ ଦେଇପାରେ।

Advertisment

ଅନ୍ୟପକ୍ଷେ, ଦୀର୍ଘ ପ୍ରାୟ ୬ ଘଣ୍ଟାର ଜେରା ପରେ ଇଡି ଅଫିସରୁ ଅକ୍ଷୟ ପରିଜା ମୁକୁଳି ଥିଲେ। ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ କଳାଧନ୍ଦା ଓ କଳାଟଙ୍କା  ମାମଲାରେ ତନାଘନା କରୁଥିବା ଇଡିର ସମନ ପାଇଥିବା ଅକ୍ଷୟ ପରିଜା ଗତକାଲି ଅପରାହ୍ନ ୨ଟା ବେଳେ ଇଡ଼ି ଅଫିସରେ ହାଜର ହୋଇଥିଲେ। ଇଡି ଅଧିକାରୀମାନେ ତାଙ୍କୁ ସନ୍ଧ୍ୟା ୬ଟାରୁ ଜେରା ଆରମ୍ଭ କରିଥିଲେ। ଅକ୍ଷୟ ପରିଜା, ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କ ବିରୋଧରେ ୩ କୋଟି ଟଙ୍କା ପାଇଁ ବ୍ଲାକମେଲ୍ ଅଭିଯୋଗ ଆଣି ନୟାପଲ୍ଲୀ ଥାନାର ଦ୍ୱାରସ୍ଥ ହୋଇଥିଲେ। ଏ ଦିଗରେ ତଥ୍ୟ ଆଦାୟ କରିବା ସହ ଆର୍ଥିକ କାରବାର ହୋଇଛି ନା ନାହିଁ ସେ ନେଇ ଇଡ଼ି ଅକ୍ଷୟଙ୍କୁ ପଚରାଉଚରା କରିଥିବା କୁହାଯାଉଛି।

ଏହା ପୂର୍ବରୁ ଗତକାଲି ସକାଳେ ଅର୍ଚ୍ଚନା ନାଗ ହନିଟ୍ରାପ୍ ମାମଲାରେ ବ୍ୟବସାୟୀ ଅମୀୟକାନ୍ତ ଦାସଙ୍କୁ ଜେରା କରିଥିଲା ଇଡି। ଅମୀୟଙ୍କୁ ୮ ଘଣ୍ଟା ଧରି ହୋଇଥିବା ଜେରା ଭିତରେ ସେ ୭ ଲକ୍ଷ ଟଙ୍କା ଦେଇଥିବା ମାନିଥିବା କହିଛନ୍ତି। ଜଗବନ୍ଧୁଙ୍କ ଚିକିତ୍ସା ପାଇଁ ସେ ଏହି ଟଙ୍କା ଦେଇଥିଲେ। ଅର୍ଚ୍ଚନାଙ୍କୁ ସେ ସୋସିଆଲ୍ ମିଡିଆରୁ ଜାଣିଥିବା କହିଥିଲେ। ଏହି ମାମଲାରେ ବହୁ ହାଇପ୍ରୋଫାଇଲ ଲୋକଙ୍କ ନାଁ ଯୋଡ଼ି ହୋଇଥିବା ଏବଂ ଇଡିର ତଦନ୍ତ ପ୍ରକ୍ରିୟା ଅଧିକ ଗତିଶୀଳ ହୋଇଥିବାରୁ ଅର୍ଚ୍ଚନାଙ୍କ ସହ ପୂର୍ବରୁ ଲିଙ୍କ୍‌ରେ ଥିବା ବହୁ ପ୍ରଭାବଶାଳୀଙ୍କ ଛାତି ଧଡ଼ଧଡ଼ ହେଉଥିବା ଚର୍ଚ୍ଚା ହେଉଛି।

Advertisment
Lady Blackmailer Archana Nag
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ